ତ୍ରିକୋଣୀୟ ପ୍ରେମ : ସାଙ୍ଗକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ଝୁଲାଇଦେଲା ପଙ୍ଖାରେ
3/07/2019 at 3:43 PM

ଅଙ୍କଲେଶ୍ବର ୩/୬: ଅଙ୍କଲେଶ୍ବରରେ ଈଶକୃପା କମ୍ପେ୍ଲକ୍ସରେ ସାଙ୍ଗର ରୁମରେ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିବା ମାମଲାରେ ପୋଷ୍ଟମୋର୍ଟମ୍ ରିପୋର୍ଟରେ ଏହା ଖୁଲାସା ହୋଇଥିଲା ଯେ ଯୁବତୀଙ୍କ ହତ୍ୟା କରାଯାଇଛି। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ମୃତ ଯୁବତୀଙ୍କର ଯାହା ସହ ନିର୍ବନ୍ଧ ହୋଇଥିଲା,ତାଙ୍କୁ ମୃତ ଯୁବତୀଙ୍କ ସାଙ୍ଗ ଭଲ ପାଉଥିଲା। ଏଥିପାଇଁ ଯୁବତୀଙ୍କ ସାଙ୍ଗ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା,ଏହାପରେ ତାଙ୍କ ଶବକୁ ଝୁଲାଇଦେଇଥିଲା।
ଅଙ୍କଲେଶ୍ବରର ସରଦାର ପଟେଲ୍ ହସ୍ପିଟାଲରେ ନର୍ସିଙ୍ଗ ଷ୍ଟାଫ ଭାବେ କାମ କରୁଥିବା କେତେଜଣ ଯୁବତୀ ଈଶକୃପା ରେସିଡେନ୍ସି ଫ୍ଲାଟରେ ରହୁଥିଲେ। ଧର୍ମିଷ୍ଠା ନାମ୍ନୀ ଯୁବତୀଙ୍କ ରୁମରେ ରବିନା ବିଜୟଭାଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯେତେବେଳେ ରବିନାଙ୍କ ଶବ ପୋଷ୍ଟମର୍ଟମ ପାଇଁ ପହଞ୍ଚିଥିଲା ସେତେବେଳେ ଜଣା ପଡ଼ିଥିଲା ଯେ ତାଙ୍କର ତଣ୍ଟି ଚିପି ହତ୍ୟା କରାଯାଇଛି।
ରବିନାଙ୍କ ବାପାଙ୍କ କହିବାନୁସାରେ ରବିନାଙ୍କ ନିର୍ବନ୍ଧ ଯେଉଁ ମିହିର ନାମକ ଯୁବକଙ୍କ ସହ ହୋଇଥିଲା,ତାଙ୍କୁ ଧର୍ମିଷ୍ଠା ପୂର୍ବରୁ ଭଲ ପାଉଥିଲେ। ଏଥିପାଇଁ ଧର୍ମିଷ୍ଠା,ରବିନାଙ୍କୁ ସରପ୍ରାଇଜ ଦେବାପାଇଁ ନିଜ ରୁମକୁ ଡାକିଥିଲା,ତା’ପରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ରବିନାଙ୍କୁ ପଙ୍ଖାର ହୁକରେ ଝୁଲାଇଦେଇଥିଲା। ଏବେ ପୋଲିସ୍ ଏହା ତଦନ୍ତ କରୁଛି ଯେ ଏହି ମାମଲାରେ ଧର୍ମିଷ୍ଠା ଏକୁଟିଆ ଥିଲା ନା ତା’ ସହ ଆଉ କେହି ଥିଲେ।
ରବିନାଙ୍କ ଭାବିସ୍ବାମୀଙ୍କୁ ପୂର୍ବରୁ ଧର୍ମିଷ୍ଠା ଭଲ ପାଉଥିଲା। ଧର୍ମିଷ୍ଠାଙ୍କ ରାସ୍ତାରେ ରବିନା କଣ୍ଟା ହୋଇଥିଲା। ସେଥିପାଇଁ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଧର୍ମିଷ୍ଠା ତାଙ୍କୁ ହତ୍ୟା କରିଥିଲା। ଏହି ମାମଲା ତ୍ରିକୋଣୀୟ ପ୍ରେମର।
ରବିନାଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇ ଧର୍ମିଷ୍ଠା ନିଦ ବଟିକା ଖାଇ ଦେଇଥିଲା। ଏହାଦ୍ବାରା ତା’ର ଅବସ୍ଥା ବିଗିଡ଼ିଯାଇଥିଲା। ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପୋଲିସ ମୁତୟନ କରାଯାଇଛି। ଏବେ ଧର୍ମିଷ୍ଠାର ବୟାନ ନିଆଯାଇନାହିଁ।