ଟ୍ରେନରେ କଟି ଯୁବତୀ ମୃତ୍ୟୁ

Published By : Prameya-News7 Bureau | February 27, 2019 IST

ଖୋର୍ଦ୍ଧା ୨୭|୨: ଖୋର୍ଦ୍ଧା- ବଲାଙ୍ଗିରି ରେଳ ପଥର ଚଣ୍ଡିଆପଲା ନିକଟରେ ଟ୍ରେନରେ କଟି ଯୁବତୀଙ୍କ ମୃତ୍ୟୁ ହୋଇଛି ।   ମୃତକ ଯୁବତୀ ଖୋର୍ଦ୍ଧା ଥାନା ବାମଡିହ ଗ୍ରାମର ସୀତା ସାହୁ । ରେଳ ବିଭାଗ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠେଇ ତଦନ୍ତ ଜାରି ରଖିଛି। କେଉଁ ପରିସ୍ଥିତିରେ ସେ ଟ୍ରେନରେ କଟିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ରେଳବାଇ ପୋଲିସ ଅନୁମାନ କରୁଛି । ଯୁବତୀଙ୍କ ବେକ ଉପରେ ଟ୍ରେନ ଚକା ଚଢିଯାଇଛି । ଫଳରେ ମୁଣ୍ଡ ଓ ଗଣ୍ଡି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ବୋଲି ପରିବାର ଲୋକେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.