Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜଗନ୍ନାଥଙ୍କ ଦର୍ଶନ ପାଇଁ ବିହାରରୁ ଧାଇଁ ଆସିଛନ୍ତି ଯୁବତୀ: ବସିଛନ୍ତି ଖୋଲା ଆକାଶ ତଳେ, ହାତରେ ମହାପ୍ରଭୁଙ୍କ ଫଟୋ ଆଉ ତୁଣ୍ଡରେ ଭାଗବତ

12/10/2020 at 7:38 PM

ପୁରୀ୧୨/୧୦: କରୋନା କଟକଣା ଯୋଗୁଁ ଜଗନ୍ନାଥଙ୍କ ବିନା ଦର୍ଶନ ଫେରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ମହାପ୍ରଭୁଙ୍କ ସ୍ମରଣ କରିବା ସହ ଭାଗବତ ପାଠ କରୁଛନ୍ତି। ଯୁବତୀ ଜଣକ ହେଉଛନ୍ତି ବିହାର ପାଟନା ଅଞ୍ଚଳର ଜୟା କୁମାରୀ।

ସେ ମେଡ଼ିକାଲ ଏଣ୍ଟ୍ରାନ୍ସ ନିଟ୍ ପାଇଁ ପ୍ରସ୍ତୁତ ଚଳାଇଛନ୍ତି। ତେବେ ଏଥିପାଇଁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଏକୁଟିଆ ସୁଦୁର ବିହାରରୁ ଟ୍ରେନରେ ଆସି ପୁରୀରେ ପହଞ୍ଚିଛନ୍ତି। ଏଠାରେ ସେ କିଛି ଦିନ ରହି ଶ୍ରୀମନ୍ଦିର ସାମ୍ନାରେ ମହାପ୍ରଭୁଙ୍କ ସ୍ମରଣ ସମେତ ଭାଗବତ ପାଠ କରିବେ। ତେବେ କୋଭିଡ଼ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ଦରକାର କି ନାହିଁ ସେ ନେଇ ଅତି ସୁନ୍ଦର ଭାବେ ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ଭଗବାନ ଆମ ସମସ୍ତଙ୍କ ହୃଦୟ ଓ ମନ ଭିତରେ ରହିବା ଉଚିତ୍। କେବଳ ଯେ ମହାପ୍ରଭୁଙ୍କ ଦର୍ଶନ କଲେ ହିଁ କୃପା ଓ ଶାନ୍ତି ମିଳିବ ତାହାର କୌଣସି ମାନେ ନାହିଁ। ହୃଦୟରେ ସବୁବେଳେ ମହାପ୍ରଭୁଙ୍କୁ ସ୍ମରଣ କରିବା ଉଚିତ। ବର୍ତ୍ତମାନ କୋଭିଡ଼ କଟକଣାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ନେଇ କୌଣସି ସମସ୍ୟା ନାହିଁ। ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରି ବେଶ ଆନନ୍ଦ ଅନୁଭବ କରୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଜୟା କୁମାରୀ।         

   Related Posts