ବିବାହ କରିବାରୁ ମନାକରିଦେବାରୁ ଯୁବତୀକୁ ଜୀଅନ୍ତା ଜାଳିଦେଲା ଦୁଇଟି ଛୁଆର ବାପା

Published By : Prameya-News7 Bureau | December 17, 2018 IST

ହଜାରିବାଗ ୧୭/୧୨- ବରହି ଜିଲ୍ଲା ଅନ୍ତର୍ଗତ କରିମାଟି ଗାଁର ଘଟଣା । ଦୁଇଟି ଛୁଆଥିବା ଜଣେ ବିବାହିତ ଯୁବକକୁ ବିବାହକରିବାକୁ ରାଜି ନହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ । ସ୍ଥାନୀୟଅଂଚଳରେ ଏହିଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁତର ଅବସ୍ଥାରେ ଯୁବତୀ ଜଣକ ସଦର ହସପିଟାଲରେ ଚିକିତ୍ସା ହେଉଛନ୍ତି ।

ଘଟଣାଟି ଏମିତି ; ଅଭିଯୁକ୍ତ ଶଂକର ଯାଦବ ନିଜ ଶଳା ରାହୁଲ କୁମାର ପାଇଁ ଯୁବତୀଙ୍କ ସହିତ ବିବାହ ପ୍ରସ୍ତାବ ସ୍ଥିର କରିଥିଲେ । ସେଥିପାଇଁ ଯୁବତୀଙ୍କ ମାଆକୁ ୩ ଲକ୍ଷ ଟଂକା  ମଧ୍ୟଶଂକର ଯାଦବ ଦେଇଥିବା କଥା ପ୍ରକାଶ କରିଛନ୍ତି । ଶଂକର ଯାଦବର ଶଳା ରାହୁଲଅନ୍ୟତ୍ର ବିବାହ କରିବା କଥା କହିବାରୁ ଏହି ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା ।

{"id":64630,"width":586,"height":347}

ଯୁବତୀଙ୍କ ସହିତ ରାହୁଲ କୁମାରର  ବିବାହଭାଙ୍ଗିଯିବା ପରେ ନିଜେ ବାହାହେବାକୁ ଶଂକର ଯାଦବ ଯୁବତୀ ଜଣକୁ ପ୍ରସ୍ତାବ ଦେଇଥିଲେ । ଶଂକର ଯାଦବ ବିବାହିତ ଥିଲା ଓ ତା ର ଦୁଇଟି ପିଲା ଥିବାରୁ ଯୁବତୀ ଜଣକ ରାଜି ହୋଇ ନ ଥିଲେ । ଏହି ବିବାହ ପାଇଁ ସେ ଯୁବତୀଙ୍କ ମାଆକୁ ୩ଲକ୍ଷ ଟଂକା ଦେଇଛନ୍ତି ମାନେ ତାଙ୍କ ଶଳା ବାହା ନ ହେଲେ ସେ ନିଜେ ବାହା ହେବେ ବୋଲି ଜିଦ ଧରି ବସିଥିଲେ । ଯାହା ଫଳରେ ଯୁବତୀଙ୍କ ସହିତ ଶଂକର ଯାଦବଙ୍କ ଯୁକ୍ତିତର୍କ ହୋଇଥିଲା । ଫଳରେ ଶଂକର ଯାଦବ ରାଗିଯାଇ ଯୁବତୀଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇଦେଇଥିଲେ ।

ଏହି ଘଟଣା ଘଟିବା ପରେ ଗାଁ ଲୋକେ ଅଭିଯୁକ୍ତ ଶଂକର ଯାଦକକୁ କାବୁ କରି ପୋଲିସରେ ଦେଇଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.