Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ବାହାଘର ପାଇଁ ଜିଦ୍ ଧରିଲେ ବୋଲି କ’ଣ ଏତେ ଭୟଙ୍କର ହୋଇଗଲା ପ୍ରେମିକ ? ଏହି ବୀଭତ୍ସ ଘଟଣା ପଛରେ ଲୁଚିରହିଛି କି ଆଉ କିଛି ରହସ୍ୟ ?

29/07/2021 at 11:53 AM

ପୁରୁଷୋତ୍ତମପୁର।ବ୍ରହ୍ମପୁର ୨୯।୭: ପ୍ରେମ ଶାସ୍ବତ-ଚିରନ୍ତନ । ପ୍ରେମ ବିନା ଜୀବନ ମୂଲ୍ୟହୀନ । ଏହି ଅଢେଇ ଅକ୍ଷର ଶବ୍ଦଟିର ସଂଜ୍ଞା ଅର୍ଥ, ଭାବନା, ଅନୁଭବ ସବୁକିଛି ଅନନ୍ୟ, ଅଦ୍ବିତୀୟ । କିନ୍ତୁ ସତରେ କ’ଣ ପ୍ରେମର ପରିଣତି ଏମିତି ହୁଏ ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ପ୍ରତାପପୁର ଗାଁରେ ଏକ ଘଟଣା ଶୁଣିଲେ ପଢିଲେ ଆପଣଙ୍କର ବି ପ୍ରେମ ଉପରୁ ଭରଷା ଉଠିଯିବ । ଦୁଃଖଦ, ବୀଭତ୍ସ, ହୃଦୟ ବିଦାରକ । ଏକ ପ୍ରେମ ସଂପର୍କର ଲୋମଟାଙ୍କୁରା ପରିଣତି । ପ୍ରେମିକାକୁ ସ୍ପିରିଟ୍ ରେ ପୋଡି ମାରିଛି ପ୍ରେମିକ । ବାହାଘର ପାଇଁ ଜିଦ୍ ଧରିଲେ ବୋଲି ଏତେ ଭୟଙ୍କର ହୋଇଗଲା ପ୍ରେମିକ । ମୃତ୍ୟୁ ପୂର୍ବରୁ ହତଭାଗିନୀ ପ୍ରେମିକା କଣ୍ଠର ସେହି ଭୟଙ୍କର କାହାଣୀ ଶୁଣିଲେ ଥରିଉଠେ ଛାତି ।

ପ୍ରେମିକାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ :

କୃଷ୍ଣଚନ୍ଦ୍ର ସାହୁ, ପ୍ରତାପପୁର, ଗୌଡସାହି…

ମୋତେ ସେ ଭର ପାଉଥିଲା…

ମୁଁ କହିଲି ଆମେ ବାହାହେବା…

ସେ କହିଲା ହଁ ଆମେ ବାହାହେବା…

ଆଉ ଥରେ କହିଲା ବାହା ହେବାନି…

ମୁଁ କହିଲି କାହିଁକି ବାହା ହେବାନି…

ସେ କହିଲା ମୋ ମାମୁଁର ଝିଅ ସହ ମୋର ବାହାଘର ଠିକ୍ ହୋଇଛି…

ସ୍ପିରିଟ୍ ପକାଇ ନିଆଁ ଲଗାଇ ଦେଲା…

ଏହା ହେଉଛି ବିଚାରୀ ପ୍ରେମିକାର ମୃତ୍ୟୁକାଳୀନ ଜମାନବନ୍ଦୀ । ପ୍ରେମିକକୁ ସେ ଭଲପାଉଥିଲା । ତା ପ୍ରେମରେ ଆବିଳତା ନଥିଲା । ଗତ ୫ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ । ତେବେ ଅନେକ ସମୟରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କ ଝିଅଙ୍କୁ ହଇରାଣ ହରକତ କରୁଥିଲେ ବୋଲି ମୃତ ଯୁବତୀଙ୍କ ବାପା କହିଛନ୍ତି। ଦାବି କରିଛନ୍ତି ତାଙ୍କ ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଯୁବକକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ।

ପୋଲିସ ସୂଚନା ଅନୁଯାୟୀ ୨୦୧୫ ମସିହାରୁ ସଂପୃକ୍ତ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ବିବାହ କରିବାର ନିଷ୍ପତ୍ତି ବି ନେଇଥିଲେ ।  କିନ୍ତୁ ବିବାହରେ ବାଧକ ସାଜିଥିଲା ଜାତି । ଯୁବତୀ ଜଣଙ୍କ ବ୍ରାହ୍ମଣ ଜାତିର ଏବଂ ଯୁବକ ଜଣଙ୍କ ଖଣ୍ଡାୟତ ଜାତିର ଥିଲେ । ଯୁବକଙ୍କ ରୋଜଗାର ସେତେଟା ଭଲ ନଥିଲା । କିନ୍ତୁ ବିବାହ ପାଇଁ ବାରମ୍ବାର ଯୁବତୀ ଜଣଙ୍କ ବାଧ୍ୟ କରୁଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବେଳେ ବେଳେ ପାଟିତୁଣ୍ଡ ହେଉଥିଲା । ମଙ୍ଗଳବାର ଦିନ ଯୁବତୀଙ୍କୁ ଯୁବକ ଜଣଙ୍କ ତାଙ୍କ ଗାଁ ନିକଟକୁ ଡାକିଥିଲେ । ସେଠାରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରେ ସ୍ପିରିଟ୍ ଢାଳି ପୋଡି ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାରେ ପଚରାଉଚରା କରୁଛି ପୋଲିସ ।

ଅନ୍ୟପଟେ ଯୁବକ ଜଣଙ୍କ ଏ ଘଟଣାକୁ ଖଣ୍ଡନ କରିଛନ୍ତି । ଘଟଣା ସଂପର୍କରେ ସେ କିଛି ଜାଣିନଥିବା କହିଥିବା ବେଳେ ପ୍ରେମ ସଂପର୍କରେ ମତାନ୍ତର ଥିଲା ବୋଲି କହିଛନ୍ତି ।

ଘଟଣା ଜଟିଳ । ମୃତ ଯୁବତୀଙ୍କ ବାପା କହୁଛନ୍ତି ତଥାକଥିତ ପ୍ରେମିକ ତାଙ୍କ ଝିଅକୁ ମାରିଛି । ପ୍ରେମ ସଂପର୍କ ଥିବା ପୋଲିସ ଅନୁସନ୍ଧାନ କହୁଛି । ଅଥଚ ଅଭିଯୁକ୍ତ ମାନୁନାହିଁ ଦୋଷ । ତଦନ୍ତ ଚାଲିଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା । କିନ୍ତୁ ଯାହା ବି ହେଉ ସତ ବାହାରକୁ ଆସିବା ଉଚିତ୍ ଓ ଦୋଷୀ ଦଣ୍ଡ ପାଇବା ନିହାତି ଜରୁରୀ । ନହେଲେ ପ୍ରେମ ବଦନାମ ହେବ ।

   Related Posts