ମେଟ୍ରୋ ଷ୍ଟେସନ ଲିଫ୍ଟ ଭିତରେ ପ୍ରେମୀଯୁଗଳଙ୍କ ଅସଂଜତ ଭିଡିଓ ଭାଇରାଲ

Published By : Prameya-News7 Bureau | February 09, 2019 IST

ହାଇଦ୍ରାବାଦ ୯/୨ : ମେଟ୍ରୋ ଷ୍ଟେସନ ଲିଫ୍ଟରେ ଅସଂଜତ ଅବସ୍ଥାରେ ଥିବା ପ୍ରେମୀଯୁଗଳଙ୍କ ଭିଡିଓ ଲିକ ହୋଇଛି | ଘଟଣା ହାଇଦ୍ରାବାଦ ମେଟ୍ରୋ ଷ୍ଟେସନର | ଗତ ୨୪ ଘଣ୍ଟା ମଧ୍ୟରେ ପ୍ରମୀଯୁଗଳଙ୍କ ୩ଟି ଭିଡିଓ ଲିକ ହୋଇଛି | ଏହା ପୂର୍ବରୁ ଅନ୍ୟ ସହରର ମେଟ୍ରୋ ଷ୍ଟେସନରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଲିକ ହୋଇଛି |

{"id":83512,"width":596,"height":396}


ସୂଚନାଯୋଗ୍ୟ ଯେ, ଭିଡିଓ ମେଟ୍ରୋ ଷ୍ଟେସନର କଣ୍ଟ୍ରୋଲ ରୁମରୁ ନିଆଯାଇଛି | ଏହି ମାମଲାରେ ଯାଞ୍ଚ ନିର୍ଦେଶ ଦିଆଯାଇଛି | ହାଇଦ୍ରାବାଦ ମେଟ୍ରୋ ରେଳ ଲିମିଟେଡ଼ର ଜଣେ ଅଧିକାରୀ ଭିଡିଓ ଲିକ ଘଟଣାର ସୂଚନା ଦେଇଛନ୍ତି |
ମେଟ୍ରୋ ଅଧିକାରୀ କହିଛନ୍ତି ଭିଡିଓ ଲିକର ଯାଞ୍ଚ କରାଯାଉଛି | ଲିଫ୍ଟ ଭିତରେ ଏଭଳି କାର୍ଯ୍ୟ ଯେମିତି ଆଗକୁ ନହେବ ସେଥିପାଇଁ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଟ୍ରୋ ଅଧିକାରୀ | ମେଟ୍ରୋ ଲିଫ୍ଟରେ ମଧ୍ୟ ସିସିଟିଭି ଲଗାଯାଇଛି |

{"id":83513,"width":583,"height":376}


ତଥାପି ପ୍ରେମୀଯୁଗଳ ଏଭଳି କେମିତି କଲେ ତାହା ଚିନ୍ତାର ବିଷୟ | ଲିଫ୍ଟ ଭିତରେ ସିସିଟିଭି ଲାଗିଥିବା ବୋଧହୁଏ ଏମାନେ ଜାଣିନଥିଲେ ବୋଲି କହିଛନ୍ତି ମେଟ୍ରୋ ଅଧିକାରୀ | ଦୁଇଟି ଭିଡିଓରେ ସେମାନେ ସିସିଟିଭି ଲାଗିଥିବା ଜାଣିପାରିନଥିବା ବେଳେ ତୃତୀୟ ଭିଡିଓରେ ସିସିଟିଭି କ୍ୟାମେରା ବିଷୟରେ ଜାଣିପାରିଥିବା ଭଳି ଲାଗୁଚି ବୋଲି କହିଥିଲେ ଅଧିକାରୀ |
ମେଟ୍ରୋ ଷ୍ଟେସନରେ ଥିବା ଲିଫ୍ଟ ସାଧାରଣତଃ ବୟସ୍କ ଏବଂ ଶାରୀରିକ ଅକ୍ଷମ ଲୋକଙ୍କ ପାଇଁ ରହିଛି |

{"id":83514,"width":589,"height":384}

ପୂର୍ବରୁ ଦିଲ୍ଲୀ ମେଟ୍ରୋ ଷ୍ଟେସନ ଲିଫ୍ଟରେ ମଧ୍ୟ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଦମ୍ପତ୍ତିଙ୍କ ଭିଡିଓ କେହି ଜଣେ ପର୍ନ ସାଇଟରେ ଅପଲୋଡ଼ କରିଦେଇଥିଲେ | ସେଥିପାଇଁ ଏଭଳି ସାର୍ବଜନିକ ସ୍ଥାନରେ କିମ୍ବା ଲିଫ୍ଟ ଭିତରେ ଅଶ୍ଳୀଳ କାର୍ଯ୍ୟ ନକରିବାକୁ ଦମ୍ପତ୍ତିଙ୍କୁ ସୂଚନା ଦେଇଛନ୍ତି ମେଟ୍ରୋ ଅଧିକାରୀ |

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.