Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ସହମତିରେ ଶାରୀରିକ ସମ୍ପର୍କ ଲାଗି ରାଜି ହୋଇଥିଲେ ଯୁବତୀ, ଜବରଦସ୍ତ ସେକ୍ସ ଭିଡିଓ ସୁଟିଂ କଲେ ଯୁବକ, ହେଲେ ଗିରଫ ହେଲେ ଯୁବତୀ

31/07/2019 at 9:09 PM

ସାଇପ୍ରସ:  ଜନୈକ ବ୍ରିଟିଶ ଯୁବତୀଙ୍କ ଅଭିଯୋଗ ଆଧାରରେ ସାଇପ୍ରସ ପୋଲିସ ୧୨ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତେବେ ଯୁବତୀ ତାଙ୍କ ବୟାନରୁ ଓହରି ଯିବା ଯୋଗୁ ମିଥ୍ୟା ମୋକଦ୍ଦମା ମାମଲାରେ ନିଜେ ଯୁବତୀ ଫସି ଯାଇଛନ୍ତି। ଯୁବତୀ ୩ ଜଣ ଯୁବକଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନା ନିମନ୍ତେ ରାଜି ହୋଇଥିଲେ। ତେବେ ସେମାନେ ଏହାର ଭିଡିଓ ସୁଟିଂ କରିବାରୁ ସେ ୧୨ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା କହିଛନ୍ତି। ଯାହା ଏବେ ସାଇପ୍ରସରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

୧୯ ବର୍ଷ ବୟସ୍କା ବ୍ରିଟିଶ ଯୁବତୀ ଗତ ୧୭ ତାରିଖ ଦିନ ଏକ ପାର୍ଟିକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଇଜ୍ରାଏଲ ଯୁବକମାନେ ଏଭଳି କାଣ୍ଡ କରିଥିଲେ। ପ୍ରତିଶୋଧ ନେବାକୁ ଯୁବତୀ ଏଭଳି  ଅଭିଯୋଗ କରିଥିବା ପୋଲିସକୁ କହିଛନ୍ତି। ଯୁବତୀଙ୍କ ବୟାନ ପରେ ପୋଲିସ ଗିରଫ ଯୁବକମାନଙ୍କୁ ମୁକ୍ତ କରିଦେଇଥିବା ବେଳେ ଏବେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା କରିବା ହେତୁ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। ତେବେ ଯୁବତୀଙ୍କ ସେକ୍ସ ଭିଡିଓ ସୁଟିଂ କରି ଯୁବକମାନେ ଇଣ୍ଟରନେଟରେ ଅପଲୋଡ କରିଦେଇଛନ୍ତି। 

ସାଇପ୍ରସ ମିଡିଆରେ  ଘଟଣା ଏବେ ବହୁଳ ପ୍ରଚାରିତ ହେଉଛି । ଭିଡିଓ ଇଣ୍ଟରନେଟ୍ ରେ ଅପଲୋଡ ହୋଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଭିଡିଓରେ ଯୁବତୀ ହସୁଥିବାର ଦେଖାଯାଉଥିବା କୁହାଯାଇଛି। ଏଣୁ ପୋଲିସ ଏବେ ଯୁବତୀଙ୍କୁ ମିଥ୍ୟା ମୋକଦ୍ଦମା କରିବା ମାମଲାରେ ଗିରଫ କରିବା ସହ କୋର୍ଟରେ ହାଜର କରିଛି।

   Related Posts