Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋବାଇଲ ଦେଲେନି, ଆତ୍ମହତ୍ୟା କରିଦେଲା ଭାଇ

2/07/2020 at 10:53 AM

ପାଟଣା ୦୨।୦୭ : ମୋବାଇଲ ମିଳିଲାନି ବୋଲି ଜୀବନ ହାରିଦେଲେ । ଏମିତି ଏକ ଅଭାବନୀୟ ଘଚଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣାରେ । ଭଉଣୀ ମୋବାଇଲ ନଦେବାରୁ ବେକରେ ଓଢଣୀ ଦେଇ ଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣା ବ୍ଲକ ପୋଲାଣଘାଟି ଗାଁରେ ଏହି ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ନାବାଳକ ହେଉଛନ୍ତି ମହେଶ ମହାନ୍ତ ।

ସୂଚନାଯୋଗ୍ୟ ଯେ,  ପାଟଣା ବ୍ଲକ  ପଲାଣିଘାଟି ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବେକରେ ଭଉଣୀର ଓଢଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ଆଜି ଶୋଇବା ଘରୁ ଜଣେ ୧୪ ବର୍ଷ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲେ ମୟୁରଭଞ୍ଜ ଜିଲ୍ଲା କୁସୁମୀ ଗ୍ରାମର ମାନସ କୁମାର ମହାନ୍ତଙ୍କ ପୁଅଟି ମହିତ ମହାନ୍ତ। ସୂଚନା ଅନୁଯାୟୀ ମୃତ ନାବାଳକ ର ବାପା  ମାନସ ମହାନ୍ତ ପଲାଣିଘାଟି ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷକ ଭବେ କାର୍ଯ୍ୟ କରୁଥିବା ବେଳେ ପୋଲାଣ ଘାଟିରେ  ଏକ  ଭଡା ଘରେ ରହୁଥିଲେ।

ମାନସ ତାଙ୍କ ସ୍ତ୍ରୀ ଙ୍କୁ ନେଇ  ଗାଁକୁ ଯାଇଥିବା ବେଳେ ଭଡା ଘରେ  ଭଉଣୀ ଓ ଭାଇ ରହୁଥିଲେ। ବୁଧବାର ରାତିରେ ବଡ଼ଭଉଣୀଙ୍କୁ ମୋବାଇଲ ମାଗିଥିଲେ। ଭଉଣୀ ମୋବାଇଲ ନଦେବାରୁ  ଭାଈ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ଆଜି ସକାଳୁ ଶୋଇବା ଘର କବାଟ ନଖୋଲିବାରୁ ଭଉଣୀ ଲୋକଙ୍କୁ ଡକାଇ କବାଟ ଭାଙ୍ଗି ଦେଖିବାରୁ ଭାଈ ତା ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts