ମୋମୋ ଗେମ୍‌ ହେଲା କାଳ, ୬ ମହଲାରୁ ଡ଼େଇଁ ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | August 31, 2018 IST

ଭୂବନେଶ୍ୱର ୩୧/୮: ରାଉରକେଲାରେ ଅଭାବନୀୟ ଘଟଣା । ମୋମୋ ଗେମ୍ ନେଲା ଜୀବନ । ମୃତକ ହେଲେ ୨୦ ବର୍ଷୀୟ ଏସ.ଚେତନ କୁମାର ।ରେଲୱେ ଇଲେକ୍ଟ୍ରି ବିଭାଗରେ ସିନିୟର ଇଂଜିନିୟର ଏସ.ଶ୍ରୀନିବାସ ରାଓଙ୍କ ସାନ ପୁଅ ହେଉଉଛନ୍ତି ଚେତନ କୁମାର । ସେ ରାଜଧାନୀସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୩ କମ୍ପ୍ୟୁଟର ସାଇନ୍ସ ଫାଇନାଲ ଇୟରର ଛାତ୍ର ଥିଲେ । ଗତ 20 ତାରିଖ ସଂଧ୍ୟା ସମୟରେ ଏସ୍ ଚେତନ କୁମାର ହଠାତ କାହାକୁ କିଛି ନକହି ଭୁବନେଶ୍ବର ରେଲ ଷ୍ଟେସନରୁ ଜେନେରାଲ ଟିକଟ କରି ଟ୍ରେନରେ ଚେନ୍ନାଇ ଯାଇଥିଲେ । ଆଉ 22 ତାରିଖ ସକାଳ ୭ଟା ୪୦ରେ ରେ ଚେନ୍ନାଇ ସେଣ୍ଟ୍ରାଲ ରେଲ ଷ୍ଟେସନ ରାଜୀବ ଗାନ୍ଧୀ ମମୋରିଆଲ ହସ୍ପିଟାଲର ୬ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ପରେ ଚେନ୍ନାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଥିଲା । ଏହା ସହ ଘଟଣାସ୍ଥଳରୁ ମୋବାଇଲ ଏବଂ ଟିକେଟ ଜବତ କରିଥିଲା ପୋଲିସ ।ପୋଲିସ ଠାରୁ ଖବର ପାଇ ପରିବାର ଲୋକେ ଚେନ୍ନାଇ ଯାଇ ମୃତ ଦେହ ଧରି ଫେରିଥିଲେ । ଏପରି ମାରାତ୍ମକ ଗେମ୍ କେହି ନଖେଳନ୍ତୁ ବୋଲି ପରିବାର ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.