ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କନ୍ଧମାଳର ଯୁବକ ବିଭୂତି ନାୟକ

Published By : Prameya-News7 Bureau | August 04, 2020 IST

ଫୁଲବାଣୀ୪/୮: ଫୁଲବାଣୀ ଜିଲ୍ଲାର ଯୁବକ ୟୁନିୟନ ପବ୍ଳିକ ସର୍ଭିସ୍‌ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ହେଉଛନ୍ତି ଦାରିଙ୍ଗବାଡି ବ୍ଳକ ତାଞ୍ଜୁଙ୍ଗିଆ ପଞ୍ଚାୟତ କଳିଙ୍ଗ ଗ୍ରାମର ବିଭୁତି ଭୁଷଣ ନାୟକ। ସେ ୮୧୯ ରାଙ୍କ୍‌ରେ ରହିଛନ୍ତି। ଗତ ୨୦୧୯ ମସିହାରେ ମଧ୍ୟ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଇଣ୍ଡିଆନ୍ ଡିଫେନ୍ସ ସର୍ଭିସ୍‌ରେ ତାଲିମ୍‌ ନେଉଛନ୍ତି ।

ତାଙ୍କ ବାପା ଆଲିଆସ୍ ନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ମାଆ ପ୍ରେମଲତା ନାୟକ ଅଙ୍ଗନବାଡି କର୍ମୀ ଅଛନ୍ତି । ଭୁବନେଶ୍ଵର ରାଜଧାନୀ କଲେଜରୁ ସ୍ନାତକ ପାସ୍ କରିବା ପରେ ମୁମ୍ବାଇ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍ ସାଇନ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ଶ୍ରୀ ନାୟକଙ୍କ ସଫଳତା ପାଇଁ କନ୍ଧମାଳରେ ଆନନ୍ଦ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.