Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜାରକୁ ଶୀଘ୍ର ଆସୁଛି ୨୦ ଟଙ୍କିଆ ନୋଟ: ଏହି ନୋଟର ଚଉଡ଼ା ଓ ଲମ୍ବ କେତେ ରହିଛି, ଜାଣନ୍ତୁ

1/08/2019 at 8:54 PM

ନୂଆଦିଲ୍ଲୀ୧|୭: ମୋଦିଙ୍କ ସରକାର ଆସିବା ପରେ ୨୦୦୦ ଟଙ୍କିଆ ନୋଟ, ୫୦୦ ଟଙ୍କିଆ ନୋଟ, ୨୦୦ ଟଙ୍କିଆ ନୋଟ, ୧୦୦ ଟଙ୍କିଆ ନୋଟ ଓ ୫୦ ଟଙ୍କିଆ ନୋଟ ଏହିଭଳି ନୂଆ ନୂଆ ନୋଟ ବଜାରକୁ ଆସିଛି। ବର୍ତ୍ତମାନ ମାର୍କେଟକୁ ନୂଆକରି ୨୦ ଟଙ୍କା ନୂଆ ନୋଟ ଆସିବ। ଏହି ନୋଟ ଉପରେ ନୂଆ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସିଗ୍ନେଚର ରହିବ।

ସୂଚନାମୁତାବକ , ୨୦ ଟଙ୍କିଆ ନୋଟ କାନପୁର ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ଅଫିସରେ ପହଞ୍ଚି ସାରିଛି। ଏହିସବୁ ନୋଟ ଉପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସିଗ୍ନେଚର ରହିବ। ନୂଆ ୨୦ ଟଙ୍କିଆ ନୋଟ ଆସିବା ପରେ ପୁରୁଣା ନୋଟ ବଜାରରେ ଚଳିବ ବୋଲି ଆରଇବିଆଇ ପକ୍ଷରୁ କୁହାଯାଇଛି। ଏହି ନୋଟର ଡାହାଣ ପାଖରେ ମହାତ୍ମାଗାନ୍ଧିଙ୍କ ଛବି ରହିଛି। ସେହିପରି ନୋଟର ସାଇଟରେ ହିନ୍ଦୀ ଓ ଇଂରାଜୀ​‌ରେ ୨୦ ଅକ୍ଷରରେ ଲେଖାଯାଇଛି।

ଏହି ନୋଟର ସୁରକ୍ଷା ଉପରେ ଆରବିଆଇ ବିଶେଷ ଭାବେ ଗୁରୁତ୍ବ ଦେଇଛି। ନୋଟର ସାମ୍ନା ପାଖରେ ଗ୍ୟାରେଣ୍ଟି କ୍ଲଜ ଓ ଗଭର୍ଣ୍ଣରଙ୍କ ସିଗ୍ନେଚର ରହିଛି। ନୋଟର ଡାହାଣ ପାଖରେ ଆରବିଆଇର ପ୍ରତୀକ , ଅଶୋକ ସ୍ତମ୍ଭ ଓ ମହାତ୍ମାଗାନ୍ଧିଙ୍କ ଛବି ରହିଛି। ନୋଟର ନମ୍ବର ବାମରୁ ଡାହାଣ ପର୍ଯ୍ୟନ୍ତ ସୂଚିତ କରାଯାଇଛି। ନୋଟର ପଛ ପାଖ​‌ରେ ସ୍ବଚ୍ଛ ଭାରତ ଲୋଗ ସହ ସ୍ଲୋଗାନ ଓ ଲାଙ୍ଗୁଏଜ ବାର ରହିଛି। ଏଥିସହ ପଛ ପାଖରେ ଏଲୋରା ଗୁମ୍ପା ଓ ଭାରତର ସଂସ୍କୃତିକୁ ଚିତ୍ରଣ କରାଯାଇଛି। ନୋଟିର ଚଉଡ଼ା ୬୩ ଏମଏମ ଓ ଲମ୍ବ ୧୨୯ ଏମଏମ ରହିଛି।

   Related Posts