ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ସାଧୁ ଏବଂ ବିଦେଶୀ ସାଧ୍ବୀଙ୍କ ପ୍ରେମ କାହାଣୀ : କୁହନ୍ତି ‘‘ଭଗବାନ କହିଲେ ପ୍ରେମ କର’’

Published By : Prameya-News7 Bureau | January 31, 2019 IST

ଖରଗୋନ୍ ୩୧/୧: ପ୍ରେମ କାହାକୁ ମଧ୍ୟ ହୋଇପାରେ। ଏଥିରେ ବୟସର କୈାଣସି ପ୍ରତିବନ୍ଧକ ନଥାଏ। ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିଥିବା ୫୯ବର୍ଷ ବୟସ୍କା ବିଦେଶୀ ସାଧ୍ବୀଙ୍କୁ ଜଣେ ୭୦ବର୍ଷ ବୟସ୍କ ଭାରତୀୟ ସାଧୁଙ୍କ ସହ ପ୍ରେମ ହୋଇଯାଇଛି। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଦୁହେଁ ମଧ୍ୟପ୍ରଦେଶର ଖରଗୋନ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିବାହ ପଞ୍ଜୀକରଣ କରିବାକୁ ପହଞ୍ଚିଥିଲେ। ଲୋକେ କିନ୍ତୁ ଏହି ବିବାହକୁ କଟାକ୍ଷ ଦୃଷ୍ଟିରେ ଦେଖୁଛନ୍ତି।

ଖରଗୋନ ଜିଲ୍ଲାର କସରାବାଦ ତହସିଲ ଅଞ୍ଚଳରେ ଶନି ମନ୍ଦିର ଆଶ୍ରମରେ ରହୁଥିବା ୭୦ବର୍ଷ ବୟସ୍କ ମହନ୍ତ ଆନନ୍ଦପୁରୀ ଏବଂ ୫୯ବର୍ଷ ବୟସ୍କା ଫିନଲ୍ୟାଣ୍ଡ ବାସିନ୍ଦା ତାରଜା ଏନେଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଛି। ଉଭୟଙ୍କ ପ୍ରେମ କାହାଣୀ ହିମାଚଳ ପ୍ରଦେଶରୁ ଆରମ୍ଭ ହୋଇଛି।

{"id":80283,"width":598,"height":449}

ଦୁଇଜଣଙ୍କ ଓକିଲ ମିଡିଆକୁ ସୂଚନା ଦେଉଥିବାବେଳେ କହିଛନ୍ତି ଯେ ଉଭୟଙ୍କ ସାକ୍ଷାତ ପାଖାପାଖି ୧୧ବର୍ଷ ପୂର୍ବେ ହିମାଚଳ ପ୍ରଦେଶରେ ହୋଇଥିଲା। ଏହା ପରଠୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏବଂ ଏମାନେ ଏକାଠି ରହିବାକୁ ଲାଗିଲେ। ଏମାନଙ୍କ କହିବାନୁସାରେ ଉଭୟ ପରସ୍ପରର ଭାଷାକୁ ବହୁତ ଭଲଭାବେ ବୁଝିପାରନ୍ତି। ଏଥିପାଇଁ ଏମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁଥିପାଇଁ ଉଭୟେ ବିବାହ ପଞ୍ଜୀକରଣ ପାଇଁ କୋର୍ଟକୁ ପହଞ୍ଚିଛନ୍ତି।

{"id":80280,"width":598,"height":342}

ତାଙ୍କ ଓକିଲଙ୍କ କହିବାନୁସାରେ ପ୍ରଥମ ଦେଖାରେ ହିଁ ଦୁହେଁ ପରସ୍ପରକୁ ମନ ଦେଇ ବସିଥିଲେ। କିନ୍ତୁ କେହି କାହାକୁ କହିନଥିଲେ । ଏପରି ଦୁହେଁ ୫ବର୍ଷ ବିତାଇଥିଲେ। ଦ୍ବିତୀୟ ଥର ସାକ୍ଷାତ ହେବାରୁ ଦୁହେଁ ପରସ୍ପରକୁ ପ୍ରେମ ନିବେଦନ କରିଥିଲେ ଏବଂ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏମାନଙ୍କ କହିବାନୁସାରେ ଏବେଠାରୁ ମୃତ୍ୟୁ ଯାଏଁ ଦୁହେଁ ସାଥିରେ ରହିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.