ବିଗ୍ ବସ୍ ୧୪ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଫି' ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 10, 2020 IST

ମୁମ୍ବାଇ ୧୦/୧୦: ବିଗ୍ ବସ୍ ୧୪ ଆରମ୍ଭ ହୋଇ ଯାଇଛି। ଶୋ ରେ ତଡ଼କା ଲଗାଇବା ପାଇଁ ଗତ ସିଜନରୁ ପ୍ରତିଯୋଗୀଙ୍କୁ ଘରକୁ ଅଣାଯାଇଛି। ବିଗ୍ ବସ୍ ୧୩ର ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥ ଶୁକ୍ଳା ଏହି ସିଜନରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି। ସିଦ୍ଧାର୍ଥଙ୍କ ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ ତାଙ୍କର ଉପସ୍ଥିତି ଯେ କୌଣସି ଶୋକୁ ହିଟ୍ କରି ଦେଉଛି।

{"id":341763,"sizeSlug":"large"}

ବିଗ୍ ବସ୍ ୧୪ରେ ସିଦ୍ଧାର୍ଥ ୨ସପ୍ତାହ ପାଇଁ ଘରେ ରହିବାକୁ କେତେ ଟଙ୍କା ଫି ନେଉଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ ଜାଣିବାକୁ ଇଚ୍ଛା କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ସିଜନରେ ସାମିଲ ହେଉଥିବା ପୁରୁଣା ପ୍ରତିଯୋଗୀଙ୍କ ଏହା ବହୁତ ଅଧିକ।

{"id":341764,"sizeSlug":"large"}

ସୂଚନା ଅନୁଯାୟୀ ବିଗ୍ ବସ୍ ୧୪ରେ ୨ସପ୍ତାହ ପାଇଁ ସେ ୧୨କୋଟି ଟଙ୍କା ଫି ନେଉଛନ୍ତି।

{"id":341765,"sizeSlug":"large"}

ଏତେ ମୋଟା ରକମ ଦେବା ପଛରେ ବି ଏକ କାରଣ ରହିଛି। ବିଗ୍ ବସ୍ ପୂର୍ବ ସିଜନରେ ସିଦ୍ଧାର୍ଥ ପ୍ରତିଯୋଗୀ ଭାବେ ଆସିଥିଲେ। ବିଗ୍ ବସ୍ ୧୩ ଏବଂ ୧୪ରେ ଅନେକ ଅନ୍ତର ରହିଛି। ଏବେ ସିଦ୍ଧାର୍ଥ ଜଣେ ଲୋକପ୍ରିୟ ଷ୍ଟାର।

{"id":341766,"sizeSlug":"large"}

ସଲମାନଙ୍କ ଫି ସବୁବେଳେ ଚର୍ଚ୍ଚାରେ ରହିଥାଏ କିନ୍ତୁ ଏଥର ସିଦ୍ଧାର୍ଥଙ୍କ ଫି ମଧ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି।

{"id":341767,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.