Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡ଼ ଝଟକା : ଆଧାର କାର୍ଡ଼ରେ ନାଁ ସଂଶୋଧନ କଲେ ଲାଗିବ ଦୁଇଗୁଣ ଟଙ୍କା

7/09/2019 at 1:22 PM

ନୂଆଦିଲ୍ଲୀ ୭/୯: ଆପଣ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍ ନିୟମର ପାଳନ ନକଲେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ। ସଂଶୋଧିତ ଟ୍ରାଫିକ୍ ଆକ୍ଟ ଲାଗୁ ହେବା ପରେ ଚାଲାଣ ରାଶି ବଢ଼ାଇ ଦିଆଯାଇଛି। କେବଳ ଏତିକି ନୁହେଁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଜୋରିମାନା ରାଶି ୧୦ ଗୁଣ ଅଧିକ କରି ଦିଆଯାଇଛି। ଦ୍ବିତୀୟରେ ଏବେ ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଲାଗିଛି। ଆଧାର କାର୍ଡ଼ରେ ନାଁ,ଠିକଣା,ମୋବାଇଲ୍ ଫୋନ ନମ୍ବର ବଦଳାଇଲେ ପୂର୍ବରୁ ୨୫ଟଙ୍କା ଫାଇନ୍ ଲାଗୁଥିବାବେଳେ ଏବେ ଏହା ବଢ଼ି ୫୦ଟଙ୍କା ହେଲାଣି। ଏହି ଫାଇନରେ ସମସ୍ତ ଟ୍ୟାକ୍ସ ସାମିଲ ରହିଛି।

 ଯଦି ଆପଣ ୟୁଆଇଡିଏଆଇର ଓ୍ବେବସାଇଟ ଜରିଆରେ ନିଜ ଆଧାର କାର୍ଡ଼ରେ ପରିବର୍ତ୍ତନ କରୁଛନ୍ତି ତେବେ ଆପଣଙ୍କୁ କୌଣସି ସର୍ଭିସ୍ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ନୂଆ ଚାର୍ଜ ଆଧାର ସେଣ୍ଟରରୁ ଲାଗୁ ହେବ। ଅର୍ଥାତ୍ ଯଦି ଆପଣ ଆଧାର ସେଣ୍ଟର ଯାଇ କୌଣସି ପରିବର୍ତ୍ତନ କରୁଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ନିଜର ଆଧାର କାର୍ଡ଼ ୟୁଆଇଡିଏଆଇର ଓ୍ବେବସାଇଟରୁ ରିପ୍ରିଣ୍ଟ କରାଉଛନ୍ତି ତେବେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ।

ଘରେ ବସି ଅନଲାଇନ ଦ୍ବାରା ନିଜ ଆଧାର କାର୍ଡ଼ରେ ନାଁ ଏବଂ ଠିକଣା ଠିକ୍ କରନ୍ତୁ।

  • ସର୍ବପ୍ରଥମେ ସେଲ୍ଫ ସର୍ଭିସ୍ ଅପଡେଟ୍ ପୋର୍ଟାଲ uidai.gov.in ରେ ଯାଆନ୍ତୁ।
  •  ଏଠାରେ ୩ଟି ବିକଳ୍ପ ମିଳିବ। ଏଠାରେ ଗୋଲାପି ରଙ୍ଗର ପଟିରେ ଆଧାର ଅପଡେଟ୍ ଦେଖାଯିବ।
  • ଠିକ୍ ଏହା ତଳେ ଅପଡେଟ୍ ଆଧାର ଡିଟେଲ୍ସରେ କ୍ଲିକ୍ କରନ୍ତୁ।
  •  ଏହା ପରେ ନୂଆ ପେଜ ଖୋଲିଯିବ।
  • ଏଠାରେ ପେଜରେ ସବୁଠୁ ତଳେ (To submit your update/ correction request please CLICK HERE) ଲେଖା ଆସୁଥିବ। ଏବେ ଏହାକୁ କ୍ଲିକ୍ କରନ୍ତୁ।
  • ଏଥିରେ କ୍ଲିକ୍ କରିବା ପରେ ଏକ ଫର୍ମ ଖୋଲିଯିବ।
  • ଏଠାରେ ନିଜର ଆଧାର ନମ୍ବର ଲେଖନ୍ତୁ।
  • ଏହା ପରେ ଆପଣଙ୍କୁ ପଞ୍ଜୀକୃତ କରାଯାଇଥିବା ମୋବାଇଲ ନମ୍ବରରେ ଓଟିପି ମିଳିବ।
  • ଏହା ପରେ ଓଟିପି ଦେଇ ଅପଡେଟ ପୋର୍ଟାଲରେ ଯାଆନ୍ତୁ।
  • ଏବେ ଆପଣଙ୍କ ସାମନାରେ ଏକ ପେଜ୍ ଖୋଲିଯିବ ଯେଉଁଥିରେ ନାଁ,ଲିଙ୍ଗ,ଜନ୍ମତିଥି,ଠିକଣା,ମୋବାଇଲ ନମ୍ବର ଏବଂ ଇମେଲ୍ ଆଇଡି ପରିବର୍ତ୍ତନ କରିବାର ବିକଳ୍ପ ଆସିବ।
  • ଏବେ ଆପଣଙ୍କୁ ନାଁ ଏବଂ ଠିକଣା ସ୍ଥାନରେ ହୋଇଥିବା ବକ୍ସରେ କ୍ଲିକ୍ କରି ସବମିଟ୍ କରିବାକୁ ପଡ଼ିବ।
  • ଏବେ ଏକ ପେଜ ଖୋଲିଯିବ ଯେଉଁଥିରେ ନାଁ ଏବଂ ଠିକଣାରେ ପରିବର୍ତ୍ତନ କରାଯାଇପାରିବ।
  • ଏବେ ଆପଣ ଯେଉଁ ପରିବର୍ତ୍ତନ ପାଇଁ ଆବେଦନ କରିଛନ୍ତି ସେହି ସମ୍ବନ୍ଧିତ ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ ପଡ଼ିବ। ନାଁ ଏବଂ ଠିକଣାରେ ପରିବର୍ତ୍ତନ ପାଇଁ ଆପଣଙ୍କୁ ଏହା ସହ ସମ୍ବନ୍ଧିତ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ନାଁରେ ପରିବର୍ତ୍ତନ ପାଇଁ ଆପଣଙ୍କୁ ପ୍ରୃଫ ଅଫ ଆଇଡେଣ୍ଟିଟି ଦେବାକୁ ପଡ଼ିବ।

ଆଡ୍ରେସ୍ ପ୍ରୃଫ ସହ ଅନଲାଇନ୍ ଆଧାରରେ ଆଡ୍ରେସ୍ ଅପଡେଶନର ନିୟମ :

  • https://uidai.gov.in/ ରେ ମାଇ ଆଧାରରେ ଆଧାର ଅପଡେଟ୍ ରିକ୍ବେଷ୍ଟ ଅନଲାଇନରେ କ୍ଲିକ୍ କରନ୍ତୁ।
  •  ନୂଆ ପେଜରେ ଆଧାର ନମ୍ବର ଏବଂ କ୍ୟାପଚା କୋଡ ଦିଅନ୍ତୁ। ଏବେ ଆପଣଙ୍କ ଆଧାରରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।
  • ଓଟିପି  ଦେବା ପରେ ଏକ ନୂଆ ପେଜ ଖୋଲିଯିବ,ଏଥିରେ ଆପଣଙ୍କୁ ଆଡ୍ରେସ୍ ଅପ୍ସନ ବାଛିବାକୁ ପଡ଼ିବ।
  • ଏବେ ଏକ ଫର୍ମ ଫର୍ମାଟ ଥିବା ପେଜ ଆସିବ,ଏଥିରେ ଆପଣଙ୍କୁ ନୂଆ ଆଡ୍ରେସକୁ ନେଇ ଡିଟେଲ୍ସ ଫିଲ୍ କରିବାକୁ ପଡ଼ିବ।
  • ପ୍ରକ୍ରିୟା ପୂରା ହେବା ପରେ ଏକ ୟୁଆରଏନ ଅର୍ଥାତ୍ ୟୁନିକ୍ ରିକ୍ବେଷ୍ଟ ନମ୍ବର ଜେନେରେଟ ହେବ। ଏହା ଜରିଆରେ ଆପଣ ରିକ୍ବେଷ୍ଟର ଷ୍ଟାଟସ୍ ଚେକ୍ କରି ପାରିବେ। ଲିଙ୍କ https://ssup.uidai.gov.in/web/guest/check-status
  • ଏବେ ଆଡ୍ରେସ ପ୍ରୃଫର ସ୍କାନ୍ କପି ଅପଲୋଡ କରନ୍ତୁ।
  • ଆକନଲେଜମେଣ୍ଟ ସ୍ଲିପର କପି ଡାଉନଲୋଡ କରନ୍ତୁ।

   Related Posts