ସିଗାରେଟ୍ ଟାଣିବା ଛାଡ଼ିବା ଲାଗି ଏହି ଘରୋଇ ଉପାୟ ଅବଲମ୍ବନ କରନ୍ତୁ, ପାଇବେ ସୁଫଳ…

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ୨୩|୯: ଆଜିକାଲି ଧୂମପାନ ସାଧାରଣ କଥା ହୋଇଗଲାଣି। ସର୍ଭେ ଅନୁସାରେ ସିଗାରେଟ୍‌ ଟାଣିବା କ୍ଷେତ୍ରରେ ଯୁବକ ଓ ଯୁବତୀ ସବୁଠାରୁ ଆଗରେ ରହିଛନ୍ତି। ଧୂମପାନ ଶରୀର ପ୍ରତି କ୍ଷତି କ୍ଷାରକ ଜାଣିବା ପରେ ମଧ୍ୟ ଅସୁସ୍ଥ ବୟସ୍କ ଲୋକମାନେ ଧୂମପାନ କରିଥାନ୍ତି।

{"id":161426,"width":579,"height":435}

ଧୂମପାନ ଅଭ୍ୟାସରେ ପରିଣତ କରିଥିବା ବ୍ୟକ୍ତିମାନେ ଦିନକୁ ୨୦ରୁ୨୫ଟି ସିଗାରେଟ୍ ଟାଣିଥାନ୍ତି। ଧୂମପାନ କ୍ୟାନସର ରୋଗର ବଡ଼ କାରଣ ବୋଲି ସିଗାରେଟ୍‌ ପ୍ୟାକେଟ ଉପରେ ଲେଖା ହେବାସତ୍ବେ ଲୋକମାନେ ଏହା କରିଥାନ୍ତି।  ଧୂମପାନ ସେବନକରି ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି। ତେବେ ସିଗାରେଟ୍‌ ଅଭ୍ୟାସ କିପରି ଛାଡିବେ ଆସନ୍ତୁ ଏ ସଂପର୍କରେ ଜାଣିବା।

ସିଗାରେଟ୍  ଓ ତମାଖୁ ସେବନ ଦ୍ବାରା ଫୁସଫୁସ୍ ଓ ମୁଖ ଗହ୍ବର କ୍ୟାନସର ଭଳି ଭୟଙ୍କର ରୋଗ ହୋଇଥାଏ। ସିଗାରେଟ ଛାଡ଼ିବା ଲାଗି ଡାଲଚିନକୁ ଗୁଣ୍ଡକରି ସେଥିରେ ମହୁ ମିଶାଇ ଦିଅନ୍ତୁ। ଯେତେବେଳେ ସିଗାରେଟ୍ ଟାଣିବା ଲାଗି ଇଚ୍ଛା ହେବ ମହୁ ଓ ଡ଼ାଲଚିନ ମିଶ୍ରଣକୁ ନେଇ ସେବନ କରନ୍ତୁ।

ଏହା ବ୍ୟତୀତ  ଅଦା ଓ ଅଁଳା ଖରାରରେ ଶୁଖାଇ ଗୁଣ୍ଡକରି ଲେମ୍ବୁ ଓ ଲୁଣ ମିଶାଇ ପାଖରେ ରଖନ୍ତୁ । ସିଗାରେଟ ଛାଡିବା ଲାଗି ଚାହଁଥିଲେ । ଏହି ପେଷ୍ଟକୁ ସେବନ କରନ୍ତୁ। ଏହା ଦ୍ବାରା କିଛିଦିନ ପରେ ସିଗାରେଟ ଟାଣିବାକୁ ଆଉ ଇଚ୍ଛା ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.