ଜିମ୍ ନଯାଇ କରନ୍ତୁ ଏହି ବ୍ୟାୟାମ : ମାସକରେ ହୋଇଯିବ ସିକ୍ସ ପ୍ୟାକ୍

Published By : Prameya-News7 Bureau | July 04, 2019 IST

ଆଜିକାଲି ଆପଣ ଦେଖୁଥିବେ ପ୍ରାୟ ସମସ୍ତ ଲୋକ ଜିମ୍ ଯାଉଛନ୍ତି ଏବଂ ଜିମ୍ ଯିବାର ଏକ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଅଧିକାଂଶ ଲୋକେ ଉତ୍ତମ ଶରୀର ଆକାର ପାଇବା ପାଇଁ ଜିମ୍ ଯାଆନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ହିଁ ନିଜର ପେଟର ଚର୍ବି ହ୍ରାସ କରି ସିକ୍ସ ପ୍ୟାକ୍ କରି ପାରିବେ ଏବଂ ଏହା ଏକ ଅତ୍ୟନ୍ତ ସାଧାରଣ ବ୍ୟାୟାମ ଯାହା ଆପଣ ଜିମ୍ ନଯାଇ ଘରେ କରିପାରିବେ।

ଯଦି ଆପଣ ମଧ୍ୟ ସିକ୍ସ ପ୍ୟାକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମିଠା ଏବଂ ଛଣା ଖାଦ୍ୟ ଛାଡ଼ିବାକୁ ପଡ଼ିବ କାରଣ ଏହିସବୁ ଜିନିଷ ଖାଇବା ଦ୍ବାରା ଆପଣଙ୍କର ଫ୍ୟାଟ୍ ବଢ଼ିଥାଏ ଏବଂ ପେଟରେ ଚର୍ବି ଜମା ହେବା ଆରମ୍ଭ ହୋଇଯାଏ।

ଏହି ବ୍ୟାୟାମ କରିବା ପାଇଁ ଆପଣଙ୍କୁ ଚଟାଣରେ ସିଧା ଶୋଇ ଦୁଇଟି ବାହୁ ସାହାଯ୍ୟରେ ମୁଣ୍ଡକୁ ଆଣ୍ଠୁ ଯାଏଁ ଲଗାଇବାକୁ ପଡ଼ିବ। ଏହି ବ୍ୟାୟାମକୁ ସିଟ ଅପ କ୍ରଞ୍ଚି କୁହାଯାଇଥାଏ। ଏହି ବ୍ୟାୟାମ ଆପଣ ଦିନକୁ ଦୁଇଥର କରିବେ। ଥରେ ସକାଳେ ଏବଂ ଥରେ ସନ୍ଧ୍ୟାରେ। ଏପରି କରିବା ଦ୍ବାରା ଆପଣଙ୍କ ପେଟର ଚର୍ବି କିଛି ଦିନରେ କମ୍ ହୋଇଯିବ ଏବଂ ଆପଣଙ୍କ ସିକ୍ସ ପ୍ୟାକ୍ ହେବା ମଧ୍ୟ ଆରମ୍ଭ ହୋଇଯିବ।

{"id":130375}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.