Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଷ୍ଟେସନ ମାଷ୍ଟର ଚାକିରିରେ ମିଳିଥାଏ ମୋଟା ଅଙ୍କର ଦରମା, ଜାଣନ୍ତୁ ଯୋଗ୍ୟତା

4/10/2019 at 4:39 PM

ନୂଆଦିଲ୍ଲୀ୪|୧୦: ରେଳ ଷ୍ଟେସନ ମାଷ୍ଟରଙ୍କୁ ରେଳ ବିଭାଗର ଏକ ପ୍ରତିଷ୍ଠିତ ଅଧିକାରୀ ଭାବେ ମାନ୍ୟତା ଦିଆଯାଇଥାଏ। ଷ୍ଟେସନର ପରିସରର ପ୍ରତ୍ୟେକ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଷ୍ଟେସନ ମାଷ୍ଟର ନଜର ରଖିଥାନ୍ତି। ଏହାସହ ଜଣେ ଷ୍ଟେସନ ମାଷ୍ଟରଙ୍କ ଉପରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଥାଏ । ଏଠି ଗୋଟେ ପ୍ରଶ୍ନ ଆସେ ଜଣେ କିପରି ଷ୍ଟେସନ ମାଷ୍ଟର ହେବ। ତେବେ ଆସନ୍ତୁ ଜାଣିବା ଷ୍ଟେସନ ମାଷ୍ଟର  ହେବା ଲାଗି କଣ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ।

ଷ୍ଟେସନ ମାଷ୍ଟର ହେବା ପାଇଁ ଆବେଦନ କରୁଥିବା ଆବେଦନ କାରୀଙ୍କ ପାଖରେ ଗ୍ରାଜୁଏସନ(ସ୍ନାତକ) ଡିଗ୍ରୀ ଥିବା ଆବଶ୍ୟକ। ଏହାସହ ଆବେଦନକାରୀଙ୍କ ବୟସ ୧୮ରୁ ୩୨ ବର୍ଷ ହୋଇଥିବା ଆବଶ୍ୟକ। ଷ୍ଟେସନ ମାଷ୍ଟର ଚାକିରି ପାଇଁ ଏକ ପରୀକ୍ଷା ହୋଇଥାଏ। ଏଥିସହ ୪ଟି ବିଷୟରେ ଆବେଦନକାରୀଙ୍କୁ ପରୀକ୍ଷା ଦେବାକୁ ପଡିଥାଏ। ଏଥିଲାଗି ଗଣିତ, ସାଧାରଣ ଜ୍ଞାନ ଓ ଇଂରାଜୀ ଜ୍ଞାନ ଆବେଦନକାରୀଙ୍କ ପାଖରେ ଥିବା ନିହାତି ଆବଶ୍ୟକ। ପ୍ରତ୍ୟେକ ବିଷୟ ୨୫ ମାର୍କରେ ହିସାବରେ ୯୦ ମିନିଟ୍‌ରେ ୧୦୦ ମାର୍କର ଅବଜେକ୍ଟିଭିସ୍ ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ। ଯେଉଁ ଆବେଦନକାରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ପଠାଯାଇଥାଏ।

ଷ୍ଟେସନ ମାଷ୍ଟରଙ୍କ ଦରମା ନିର୍ଦ୍ଧାରଣ କରାଯାଇଥାଏ। ପୋଷ୍ଟ ଓ ଗ୍ରେଡ ଅନୁସାରେ ସେମାନଙ୍କୁ ଦରମା ମିଳିଥାଏ। ଷ୍ଟେସନ ମାଷ୍ଟରଙ୍କୁ ଉଚ୍ଚ ପଦସ୍ଥ ଅଧିକାରୀର ମାନ୍ୟତା ଦିଆଯାଇଥାଏ। ସାଧାରଣତଃ ୨୦୨୦୦ ହଜାର ଟଙ୍କା ଭିତରେ ସେମାନଙ୍କୁ ଦରମା ମିଳିଥାଏ। ଗ୍ରେଡ ପେ ୨୮୦୦ ଟଙ୍କା ହେଲେ ଏମାନେ ମୋଟ ଦରମା ୩୮୦୦୦ ହଜାର ଟଙ୍କା ହୋଇଥାଏ।

   Related Posts