ଦୁଇ ହାତର ନଖକୁ ଘଷିଲେ ମିଳିଥାଏ ଏହି ବଡ଼ ଫାଇଦା : ବିଶ୍ବାସ ରହିଛି ନଖ ଘଷିଲେ ହୋଇଥାଏ ଝଗଡ଼ା
23/07/2019 at 6:42 PM

ବିଶ୍ବାସ ରହିଛି ଦୁଇ ହାତର ନଖ ଘଷିଲେ ଝଗଡ଼ା ଅଧିକ ହୋଇଥାଏ। ତେବେ ଏହା କେବଳ ଏକ ଅନ୍ଧବିଶ୍ବାସ ବୋଲି କୁହାଯାଇପାରେ। ଚିକିତ୍ସା ବିଜ୍ଞାନରେ ନଖ ଘଷିବାର ଏକ ବଡ଼ ଫାଇଦା ବିଷୟରେ କୁହାଯାଇଛି। ଆକ୍ୟୁପ୍ରେସର ଅନୁସାରେ ନଖ ଘଷିବା ଫଳରେ ଆପଣ ଯେଉଁ ଫାଇଦା ହାସଲ କରିବେ ତାହା ଅନ୍ୟ କୈାଣସି ଚିକିତ୍ସା ଦ୍ବାରା ସମ୍ଭବ ନୁହେଁ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ
ଆଜିକାଲି କେଶ ଝଡ଼ିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ସମସ୍ତେ ନିଜ କେଶର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି ଏବଂ ଏହା ସହିତ କେତେ ଚିକିତ୍ସା କରିଥାଆନ୍ତି ଯେଉଁଥିରେ ଅତ୍ୟଧିକ ଯନ୍ତ୍ରଣା ହେବା ସହ କେଶ ଝଡ଼ିବା ସମସ୍ୟାର ସମାଧାନ ହୋଇପାରି ନଥାଏ। କମ୍ କେଶ (୪୦-୫୦) ଝଡ଼ିଲେ କୈାଣସି ସମସ୍ୟା ହୋଇନଥାଏ କିନ୍ତୁ କେଶ ଗୁଛା ହୋଇ ଝଡ଼ିଲେ ଚନ୍ଦାପଣର କାରଣ ହୋଇଥାଏ। କେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ସୈାନ୍ଦର୍ଯ୍ୟ ବୃଦ୍ଧି କରିଥାଏ କିନ୍ତୁ କେଶ ନ ରହିଲେ ଆପଣ କ’ଣ କରିବେ। କିନ୍ତୁ ଆଜି ଆମେ ଯାହା କହିବା ଯାହା ଦ୍ବାରା ଆପଣଙ୍କୁ କୈାଣସି ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
କେଶ ଝଡ଼ିବାର କାରଣ : ଯଦି ଆପଣଙ୍କ ଶରୀରରେ ହରମୋନର ଅଭାବ,ବଂଶାନୁଗତ,ରୁପି,ସଂକ୍ରମଣ ତଥା କେଶରେ ମଇଳା ଜମିଯିବା,ଅପପୋଷଣ,ମାନସିକ ଚିନ୍ତା,ପ୍ରତିକୂଳ ପରିବେଶ ଏବଂ କୈାଣସି ଗମ୍ଭୀର ରୋଗ ହୋଇଥିବ ତେବେ ଏହା ଦ୍ବାରା କେଶ ଅତ୍ୟଧିକ ମାତ୍ରାରେ ଝଡ଼ିଥାଏ।
କିପରି ପାଇବେ ମୁକ୍ତି : ଯଦି ଆପଣଙ୍କ କେଶ ଅତ୍ୟଧିକ ମାତ୍ରାରେ ଝଡ଼ୁଛି ଏବଂ ଆପଣ ଅଳ୍ପ ଦିନରେ ଚନ୍ଦା ହୋଇଯିବେ ବୋଲି ଭାବୁଛନ୍ତି ତେବେ କେତେକ ଉପାୟ ଅବଲମ୍ବନ କଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ସର୍ବ ପ୍ରଥମେ ଆପଣ ନିଜ ଖାଦ୍ୟରେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯେପରିକି କ୍ଷୀର,ଅଣ୍ଡା,ଡାଲି ଆଦି ଖାଇବେ। ଏହା ବ୍ୟତୀତ ଆପଣ ପ୍ରତିଦିନ ନିଜ କେଶକୁ ଶ୍ୟାମ୍ପୁରେ ଧୁଅନ୍ତୁ ନାହିଁ ଏବଂ ସପ୍ତାହରେ ଦୁଇ ଥର କେଶରେ ସୋରିଷ ତେଲ ମାଲିସ୍ କରନ୍ତୁ।
ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନଖକୁ ନଖ ଘଷିବାର ପ୍ରକ୍ରିୟା ଏକ ଚାଇନିଜ ଆକ୍ୟୁପ୍ରେସର ଅଟେ। ଏହା ଦ୍ବାରା ଆପଣ ନିଜ ଦୁଇ ହାତର ନଖକୁ ପରସ୍ପର ଘଷିଲେ ଯେଉଁ ଘର୍ଷଣ ହୋଇଥାଏ ଏବଂ ଏହା ଦ୍ବାରା ଯେଉଁ ଉଷ୍ମତା ମିଳିଥାଏ ତାହା ଦ୍ବାରା ଆପଣଙ୍କ ମୁଣ୍ଡର ସ୍କାଲ୍ପରେ ପ୍ରଭାବ ପଡ଼ିଥାଏ।
ନଖକୁ ଘଷିବା ଦ୍ବାରା ଆପଣଙ୍କ ସ୍କାଲ୍ପର ରକ୍ତ ସଞ୍ଚାରଣ ବଢ଼ିବାକୁ ଲାଗିଥାଏ। ଯାହା ଫଳରେ ଆପଣଙ୍କ କେଶ ଝଡ଼ିବା ସମସ୍ୟା କମିଯାଇଥାଏ। କେଶ ଦୁଇଗୁଣା ଭାବେ ବୃଦ୍ଧି ହୋଇଥାଏ। ଆପଣଙ୍କୁ ଦିନରେ ଯଦି ୫ରୁ ୧୦ମିନିଟ୍ ସମୟ ମିଳୁଛି ତେବେ ଆପଣ ନଖ ଘଷନ୍ତୁ। ଏହା ଆପଣ ଯେକୈାଣସି ସମୟରେ କରି ପାରିବେ। ଏପରି କରିବା ଦ୍ବାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।