ନିଶ୍ଚିତ ଭାବରେ ଏହି ୪ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ, ଧନକ୍ଷୟରୁ ମୁକ୍ତି ପାଇବା ସହ ଜୀବନର ସବୁ ସମସ୍ୟା ଦୂର ହେବ

Published By : Prameya-News7 Bureau | September 04, 2019 IST

ଅନେକ ଲୋକେ ଚାହାନ୍ତି ଘରେ ସୁଖ ଓ ସମୃଦ୍ଧି ବଜାୟ ରହୁ। ତେବେ ବେଳେ ବେଳେ ଆମେ ଅଜାଣତରେ କରି ଦେଉଥିବା କିଛି କାର୍ଯ୍ୟ ଧନକ୍ଷୟର କାରଣ ହୋଇଥାଏ। ଯେତେ ଉପାର୍ଜନ କଲେ ମଧ୍ୟ ଧନ ସଞ୍ଚୟ ହୋଇପାରେ ନାହିଁ। ଧନକ୍ଷୟରୁ ବର୍ତ୍ତିବା ପାଇଁ ବାସ୍ତୁ ଅନୁଯାୟୀ କିଛି ନିୟମ ପାଳନ କରିବାକୁ ହୋଇଥାଏ। ଆଜି ଆମେ ସେ ସଂପର୍କରେ ଜାଣିବା।

{"id":153062}

୧. ରାତିରେ ଦହି ଖାଇବା ଅନୁଚିତ୍। ରାତିରେ ଦହି ଖାଇଲେ ଧନକ୍ଷୟ ହୋଇଥାଏ।

{"id":153063}

୨. ଖାଇବା ସମୟରେ ପୂର୍ବ କିମ୍ୱା ଉତ୍ତର ଦିଗକୁ ମୁହଁ କରି ଖାଆନ୍ତୁ। ଜୋତା ପିନ୍ଧି କେବେ ହେଲେ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଯେତେ ଧନ ଉପାର୍ଜନ କଲେ ମଧ୍ୟ ନିଅଣ୍ଟ ହୋଇଥାଏ।

{"id":153066}

୩. ଘରେ ଠାକୁରଙ୍କ ଠାରେ ଲାଗି ହୋଇଥିବା ଫୁଲକୁ ଅନେକ ଲୋକେ ଶୁଖିବା ପରେ ବି ସାଇତି ରଖିଥା’ନ୍ତି। ବାସ୍ତୁ ଅନୁସାରେ ଶୁଖିଲା ଫୁଲକୁ ଘରେ ରଖିବା ଉଚିତ୍ ନୁହେଁ। ଶୁଖିଲା ଫୁଲ ଘରେ ରଖିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥା’ନ୍ତି ଓ ଏହା ଧନକ୍ଷୟର କାରଣ ବି ହୋଇପାରେ।

{"id":153069}

୪. ଘିଅ କିମ୍ୱା କ୍ଷୀରକୁ ଅଇଁଠା ହାତରେ ଛୁଅନ୍ତୁ ନାହିଁ। ଘିଅ ବ୍ୟବହାର କରିବା ସମୟରେ ସୁଦ୍ଧତା ଉପରେ ଧ୍ୟାନ ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି ଏବଂ ଆପଣଙ୍କ ଘରେ ଧନର ଅଭାବ ହୁଏନି। ନ ହେଲେ ପରିଣାମ ଓଲଟା ହୋଇଥାଏ ।

କିଛି ଲୋକଙ୍କ ଭାଗ୍ୟ ରେ ଏତେ ପଇସା ଥିଲେ ମଧ୍ୟ ସେମାନଙ୍କ ପକେଟରେ ପଇସା ରହୁ ନାହିଁ । ବହୁତ ଲୋକେ ଅଛନ୍ତି ଯେଉଁମାନେ ଏମିତିକା କଥା କୁହନ୍ତି। ଆପଣଙ୍କ ସହ ମଧ୍ୟ ଏମିତି ହୁଏ କି, ତାହାଲେ ପଢନ୍ତୁ କିପରି କରିବେ ନିବାରଣ।

 ଆସନ୍ତୁ ଜାଣିବା ଅଭାବ ବା ଆର୍ଥିକ ଅନଟନ ଦୂର ହୋଇ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ନିବାସ କିପରି କରିବେ:

{"id":153072}

 କୁବେର-ଲକ୍ଷ୍ମୀ- ଶ୍ରୀଗଣେଶ: କୁବେର ହେଉଛନ୍ତି ଧନର ଦେବତା। ଏଣୁ ତାଙ୍କ ସହ ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ଚିତ୍ର ପଟ୍ଟ ଆପଣଙ୍କ ଘରେ ରଖନ୍ତୁ । ମନେ ରଖନ୍ତୁ, କୁବେର ଉତ୍ତର ଦିଗର ଅଧିପତି ହୋଇଥିବାରୁ ଏହି ୩ ଦେବଦେବୀଙ୍କ ଚିତ୍ର ପ୍ରତିମା ବା ମୂର୍ତ୍ତି ଉତ୍ତରମୁଖା କରି ରଖିଲେ ଆପଣଙ୍କ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇବ।

 ପ୍ରଥମ ପୂଜ୍ୟ ଶ୍ରୀଗଣେଶ ଫୋଟୋ : ଶ୍ରୀଗଣେଶ ହେଉଛନ୍ତି ସିଦ୍ଧି ପ୍ରଦାୟକ। ପୁରଣା ଅନୁସାରେ, ବିଘ୍ନ ବିନାଶକ ହେଉଛନ୍ତି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ତାଙ୍କ ଉପସ୍ଥିତିକୁ ସର୍ବୋତ୍ତମ ବା ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି। ଏଣୁ ଆପଣଙ୍କ ଘରର ଦୁଆର ମୁହଁରେ ବା କବାଟର ସର୍ବୋଚ୍ଚ ସ୍ଥାନରେ ଭଗବାନ ଶ୍ରୀଗଣେଶଙ୍କ ଫଟୋଟିଏ ବା ମୂର୍ତ୍ତିଟିଏ ରଖନ୍ତୁ। କିଛି ନ ହେଲେ ମଧ୍ୟ ସବୁଦିନ ସକାଳେ ତାଙ୍କୁ ମୁଣ୍ଡିଆଟିଏ ମାରନ୍ତୁ। ଆଉ ପାରୁଛନ୍ତି ଯଦି ଦୁବ କେରାଏ ଓ ଟୋପେ ସିନ୍ଦୁର ତାଙ୍କୁ ଲାଗି କରନ୍ତୁ । ଦେଖିବେ, ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ।

{"id":153075}

 କର୍ପୂର: ଘରେ ପ୍ରତିଦିନ ଗୃହ ଦେବତାଙ୍କୁ କର୍ପୂର ଆଳତି କରନ୍ତୁ। ପୂଜା ପରେ ଠାକୁରଙ୍କ ପାଖରେ କର୍ପୂର ଆଳତି କରିବା ପରେ ଏହାକୁ ଘରର ଠିକ୍‌ ମଝି ସ୍ଥାନରେ କିଛି ସମୟ ରଖି ଦିଅନ୍ତୁ। ଦେଖିବେ, ସବୁ ନକାରାତ୍ମକ ପ୍ରଭାବ ଆପଣଙ୍କ ଘରୁ ଉଭେଇ ଯିବ।

{"id":153076}

 ଦକ୍ଷିଣାବର୍ତ୍ତୀ ଶଙ୍ଖ: “ନମସ୍ତେ ତୁ ମାହାମାୟୀ, ଶ୍ରୀ ପୀଠେ ସୁର ପୂଜିତେ, ଶଂଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ।” ମା’ ମହାଲକ୍ଷ୍ମୀଙ୍କ ଏହି ସ୍ତୁତିରେ ସେ ଶଂଙ୍ଖ ଧାରଣ କରିଥିବା କଥା ସ୍ପଷ୍ଟ ହୋଇଛି। ଏଣୁ ଘରେ ଦକ୍ଷିଣାବର୍ତ୍ତୀ ଶଂଙ୍ଖଟିଏ ରଖନ୍ତୁ। ସକାଳେ ଠାକୁର ପୂଜା କରିବା ବେଳେ ଶଂଙ୍ଖ ନାଦ କରନ୍ତୁ। ଏହାର ପବିତ୍ର ଶବ୍ଦରେ ଆପଣ ଘରୁ ରିଷ୍ଟ ଖଣ୍ଡନ ହୋଇଯିବ ଓ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.