ପୋଷ୍ଟ୍ ଅଫିସରେ ମାସିକ ନିବେଶ ଯୋଜନାରେ ଆପଣଙ୍କୁ ମିଳିବ ପୂର୍ବାପେକ୍ଷା କମ ସୁଦ୍ଧ, ଜାଣନ୍ତୁ କଣ ରହିଛି ନିୟମ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫|୦୪:   କେନ୍ଦ୍ର ସରକାର କ୍ଷୁଦ୍ର ସେଭିଂ ଆକାଉଣ୍ଟ ଉପରେ ସୁଦ୍ଧ ହାରକୁ ୧.୪୦ ପ୍ରତିଶତ ଯାଏଁ କମ କରିଛନ୍ତି । ଏହି ଯୋଜନାରେ ପୋଷ୍ଟ୍ ଅଫିସରେ ମାସିକ ସେଭିଂ ସ୍କିମ୍ ସାମିଲ ଅଛି । ପୂର୍ବରୁ ୭.୬ ହାରରେ ସୁଦ୍ଧ ମିଳୁଥିବା ବେଳେ ଏବେ ଏହାକୁ ହ୍ରାସ କରାଯାଇ ୬.୬ ପ୍ରତିଶତ କରାଯାଇଛି । ଏବେ ଆପଣଙ୍କୁ ପୂର୍ବ ତୁଳନାରେ କେତେ କମ ପରିମାଣର ସୁଦ୍ଧ ମିଳିବ ତାହା କହିବୁ ।

ଏହି ଯୋଜନାରେ ଯଦି ଆପଣ ୪.୫ ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ବାର୍ଷିକ ୬.୬ ସୁଦ୍ଧ ହାରରେ ୨୯୭୦୦ ଟଙ୍କା ସୁଦ୍ଧ ମିଳିବ । ଯଦି ଆପଣ ଜଏଣ୍ଟ ଆକାଉଣ୍ଟରେ  ୯ ଲକ୍ଷ ଟଙ୍କା ଡିପୋଜିଟ୍ କରନ୍ତି ତେବେ ବାର୍ଷିକ ୫୯,୪୦୦ ଟଙ୍କାର ସୁଦ୍ଧ ମିଳିବ । ପୂର୍ବରୁ ୭.୬ ଦରରେ ଆପଣଙ୍କୁ ୪.୫ ଲକ୍ଷ ଟଙ୍କାରେ ୩୪,୨୦୦ ଟଙ୍କା ସୁଦ୍ଧ ମିଳୁଥିଲା ।

ସ୍କିମ୍ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା

ଏହି ସ୍କିମରେ ଆପଣଙ୍କୁ ମିନିମମ ୧୦୦୦ ଟଙ୍କାରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାକୁ ହେବ । ସ୍କିମ ପୁରା ହେବା ପରେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ ମିଳିବ ।

ପ୍ରତି ୫ ବର୍ଷରେ ଆପଣ ଯେତେଦିନ ଚାହିଁବେ ଆକାଉଣ୍ଟକୁ ସକ୍ରିୟ ରଖିପାରିବେ । ଅର୍ଥାତ ଏହା ଆପଣଙ୍କ ରଗୁଲାର ଇନକମ ଗ୍ୟାରେଣ୍ଟି ସୁନିଶ୍ଚିତ କରିବ ।

ଯଦି ଆପଣଙ୍କ ଆକାଉଣ୍ଟ ବ୍ୟକ୍ତିଗତ ତେବେ ଆପଣ ସର୍ବାଧିକ ୪.୫ ଲକ୍ଷ ଟଙ୍କା ଜମା କରିପାରିବେ । ଜଏଣ୍ଟ ଆକାଉଣ୍ଟରେ ଏହି ସୀମା ୯ ଲକ୍ଷ ଟଙ୍କା ହୋଇଯିବ ।

ମାସିକ ନିବେଶ ସ୍କିମରେ ବର୍ଷକୁ ୬.୬ ପ୍ରତିଶତରେ ଆପଣଙ୍କୁ ସୁଦ୍ଧ ମିଳିବ । ଯଦି ଆପଣ ମାସକୁ ଟଙ୍କା ଉଠାଣ ନକରନ୍ତି ତେବେ ମୂଳଧନ ସହ ଆପଣଙ୍କୁ ସୁଦ୍ଧ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.