ମାରୁତୀର ଏହି ସୋ’ରୁମରେ ଆପଣଙ୍କୁ ସେଲେରିଓ , ଅଲ୍ଟୋ ଓ ସ୍ବିଫ୍ଟ ଆଦି ମାରୁତୀ କାର ମିଳିବ ମାତ୍ର ୧ଲକ୍ଷ ଟଙ୍କାରେ

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯/୬: ଆଜିକାଲି ସେକେଣ୍ଡ ହ୍ୟାଣ୍ଡ ମାର୍କେଟର ବଜାର ଖୁବ୍ ମାତ୍ରାରେ ବଢ଼ି ଯାଇଛି। ଲୋକେ କେବଳ ବଜେଟ୍ ପାଇଁ ନୁହେଁ ବରଂ ଅତି ଶୀଘ୍ର କାର ବଦଳିବା ପାଇଁ ସେକେଣ୍ଡ ହ୍ୟାଣ୍ଡ ମାର୍କେଟ ଆଡ଼କୁ ମୁହାଁଇଥାଆନ୍ତି। ଏଥିପାଇଁ ଏବେ ବଡ଼ ବଡ଼ କାର୍ କମ୍ପାନୀ ମଧ୍ୟ ସେକେଣ୍ଡ ହ୍ୟାଣ୍ଡ ମାର୍କେଟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ମହିନ୍ଦ୍ରା ଚ୍ବାୟସ ଏବଂ ମାରୁତି ଟ୍ରୁ ଭାଲ୍ୟୁ ଏହାର ଉଦାହରଣ।

ମାରୁତି ଟ୍ରୁ ଭାଲ୍ୟୁର ଏହି ଶୋରୁମରେ ଆପଣଙ୍କୁ ମାରୁତୀର ଦାମୀ କାର ଅତ୍ୟନ୍ତ ଶସ୍ତା ମୂଲ୍ୟରେ ମିଳିଯାଏ।

୩ଲକ୍ଷ ଟଙ୍କାର ଅଲଟୋ ଏହି ଶୋରୁମରେ ଶସ୍ତା ବାଇକର ମୂଲ୍ୟରେ କିଣାଯାଇପାରିବ। ୨୦୦୪ର ମଡେଲର ଅଲଟୋ ଏସଟିଡି ଏହି ଶୋରୁମରେ ଆପଣଙ୍କୁ ୮୦,୦୦୦ଟଙ୍କା ମୂଲ୍ୟରେ ମିଳିଯିବ। ୨୦୧୧ର ଅଲଟୋ ଏଲଏକ୍ସ ମଡେଲ୍ ୧.୪୦ଲକ୍ଷ ଟଙ୍କା ମୂଲ୍ୟରେ ମିଳିଯିବ।

  ଏହି ଶୋରୁମରେ କେବଳ ଅଲଟୋ କାର ନାହିଁ,ବରଂ ଏଠାରେ ଓ୍ବାଗନରଠୁ
ଆରମ୍ଭ କରି ମାରୁତି ସୁଜୁକି ସେଲେରିଓ ଭଳି କାରର ଅପସନ୍ ଆପଣଙ୍କୁ ଏହି ଶୋରୁମରେ ମିଳିଯିବ। ମାରୁତି ଟ୍ରୁ ଭାଲ୍ୟୁରେ ଆପଣଙ୍କୁ ୨୦୦୮ର ଓ୍ବାଗନ ଆରର ମଡେଲ୍ ୧.୪୦ଲକ୍ଷ ଟଙ୍କାରେ ମିଳିଯିବ।

ସ୍ବିଫ୍ଟ ୨୦୦୬ର ମଡେଲ୍ ପେଟ୍ରୋଲ୍ ଭର୍ସନ ମଧ୍ୟ ୧.୭୦ଲକ୍ଷ ଟଙ୍କାରେ ମିଳିଯିବ। ଏହା ବ୍ୟତୀତ ୫୪,୭୬୪କିଲୋମିଟର ଚାଲିଥିବା ସେଲେରିଓ ଭିଏକ୍ସଆଇ ମଧ୍ୟ ଆପଣଙ୍କୁ ୧.୭୦ଲକ୍ଷ ଟଙ୍କାରେ ମିଳିଯିବ। ଏହି ଶୋରୁମରେ ଆପଣଙ୍କୁ କାରର କାଗଜପତ୍ର କାମର ଟେନସନ ନେବାକୁ ପଡ଼ିନଥାଏ। କମ୍ପାନୀ ପୂରାପୂରି ନିଶ୍ଚିନ୍ତ ହେବାପରେ କାରକୁ ନିଜ ଶୋରୁମରେ ସ୍ଥାନ ଦେଇଥାଏ।

{"id":124813,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.