ସବୁ ପ୍ରକାର ରୋଗର ରାମବାଣ ହୋଇଥାଏ ଅଳସୀ : ଜାଣନ୍ତୁ ଏହାର ଫାଇଦା ବିଷୟରେ

Published By : Prameya-News7 Bureau | November 12, 2019 IST

ଅଳସୀର ଫାଇଦା ଖୁବ୍ ଚମତ୍କାରୀ ହୋଇଥାଏ ଯାହା ବିଷୟରେ ସମସ୍ତେ ଜାଣି ନଥାଆନ୍ତି। ଅଳସୀ ଶରୀରର ଭିନ୍ନ ଭିନ୍ନ ଭାଗ ପାଇଁ ଲାଭଦାୟକ ଅଟେ। ଅଳସୀରେ ଭିଟାମିନ୍ ବି,ଆଣ୍ଟିଅକ୍ସିଡାଣ୍ଟ ଏବଂ ଓମେଗା-୩ ପ୍ରଚୁର ମାତ୍ରାରେ ରହିଥାଏ।

{"id":182921}

ଯଦି ପ୍ରତିଦିନ ନିଜ ଖାଦ୍ୟରେ ଅଳସୀକୁ ସାମିଲ କରୁଛନ୍ତି ତେବେ ଏହାର ଅନେକ ଫାଇଦା ରହିଛି। ଏହା ଶରୀରର ତ୍ବଚାଠୁ ଆରମ୍ଭ କରି ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ମଧ୍ୟ ଲାଭଦାୟକ। ଏହା ଅନେକ ରୋଗର ରାମବାଣ ହୋଇଥାଏ।

{"id":182922}

୧. ମଧୁମେହ ରୋଗୀଙ୍କ ପାଇଁ ଅଳସୀ ଏକ ରାମବାଣ ପରି କାମ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶର୍କରା ସ୍ତରକୁ କମ୍ କରିଥାଏ ଏବଂ ଯେଉଁମାନେ ପ୍ରତିଦିନ ଏହା ଖାଇଥାଆନ୍ତି ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ନଥାଏ।

{"id":182929}

୨. ଯେଉଁ ବ୍ୟକ୍ତିଙ୍କୁ ତ୍ବଚା ସମ୍ବନ୍ଧିତ ସମସ୍ୟା ଥାଏ ସେମାନେ ପ୍ରତିଦିନ ଅଳସୀ ଖାଇବା ଉଚିତ୍। ଫଳରେ ମଇଶ୍ଚରାଇଜ୍ଡ ଏବଂ ଚମକଦାର ତ୍ବଚା ମିଳିଥାଏ। ତ୍ବଚାରେ ଥିବା ବ୍ୟାକ୍ଟେରିଆ ମଧ୍ୟ ମରି ଯାଇଥାଆନ୍ତି।

{"id":182923}

୩. ଅଳସୀ ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ। ଅଳସୀରେ ଥିବା ଫାଇବର ପାଚନ ଶକ୍ତିକୁ ମଜବୁତ କରିଥାଏ ଏବଂ ପେଟରୋଗରୁ ମୁକ୍ତି ଦେଇଥାଏ।

{"id":182924}

୪. ଅଳସୀ ଖାଇବା ଦ୍ବାରା ଓଜନ କମିଥାଏ କାରଣ ଏହା ଶରୀରରେ ଥିବା ଚର୍ବିକୁ କମ୍ କରିଥାଏ। ଅଳସୀରେ ବିଭିନ୍ନ ପ୍ରକାରର ଫାଇବର ଏବଂ ପ୍ରୋଟିନ୍ ରହିଥାଏ।

{"id":182926}

୫. ଯେଉଁମାନଙ୍କର କେଶ ଝଡ଼ିବାର ଏବଂ କେଶ ଖରାପ ହେବାର ସମସ୍ୟା ଦେଖାଯାଇଥାଏ ସେମାନେ ମଧ୍ୟ ପ୍ରତିଦିନ ଅଳସୀ ଖାଇବା ଉଚିତ୍। ଫଳରେ କେଶକୁ ପୋଷଣ ମିଳିଥାଏ ଏବଂ କେଶ ମୁଲାୟମ ଏବଂ ମଜବୁତ ରହିଥାଏ।

{"id":182927}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.