ହ୍ବାଟସଆପରେ ଡିଲିଟ ହୋଇଥିବା ମ୍ୟାସେଜଗୁଡ଼ିକ ପଢ଼ିବାକୁ ଚାହୁଁଛନ୍ତି କି ? ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | August 31, 2019 IST

ନୂଆଦିଲ୍ଲୀ ୩୧/୮: ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍ ହ୍ବାଟସଆପ୍ ବିଶ୍ବରେ ସବୁଠୁ ବେଶୀ ପସନ୍ଦ କରାଯାଉଥିବା ଆପ୍ ମଧ୍ୟରୁ ଗୋଟିଏ। ଏହି ଆପରେ ଗ୍ରାହକଙ୍କ ସୁବିଧା ପାଇଁ ଅନେକ ପ୍ରକାରର ଫିଚର ଦିଆଯାଇଛି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ଫିଚର ହେଉଛି ହ୍ବାଟସଆପର ଡିଲିଟ ଫର ଏଭରିଓ୍ବାନର ଫିଚର। ଏହି ଫିଚର ଜରିଆରେ ଆପଣ ଯେକୌଣସି ମ୍ୟାସେଜକୁ ରିସିଭର ପଢ଼ିବା ପୂର୍ବରୁ ଡିଲିଟ କରିପାରିବେ। କିନ୍ତୁ,ବେଳେବେଳେ ଏହି ଫିଚର ଆମକୁ ବିରକ୍ତ କରିଥାଏ। ଅନ୍ୟ କେହି ଆମେ ମ୍ୟାସେଜ ପଢ଼ିବା ପୂର୍ବରୁ ଡିଲିଟ କରି ଦେଇଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ମଧ୍ୟ ଜାଣିବା ଦରକାର ଯେ ପ୍ରକୃତରେ ମ୍ୟାସେଜରେ କ’ଣ ଲେଖା ହୋଇଥିଲା। ସେଥିପାଇଁ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଏକ ଉପାୟ କହିବୁ। ଆପଣ ବୋଧହୁଏ ଏକଥା ଜାଣିନଥିବେ ଯେ ଆପଣ ଏହି ଡିଲିଟ ହୋଇଥିବା ମ୍ୟାସେଜକୁ ପଢ଼ିପାରିବେ। ତେବେ ଜାଣନ୍ତୁ କିପରି?

ଡିଲିଟ ହୋଇଥିବା ମ୍ୟାସେଜକୁ ପଢ଼ିବା ପାଇଁ ଆପଣଙ୍କୁ ଥାର୍ଡ଼ ପାର୍ଟି ଆପ୍ ନୋଟିଫିକେସନ ହିଷ୍ଟୋରିକୁ ଗୁଗଲ ପ୍ଲେରୁ ଡାଉନଲୋଡ କରି ବ୍ୟବହାର କରିବାକୁ ପଡ଼ିବ। ଏହା ସାହାଯ୍ୟରେ ଡିଲିଟ ମ୍ୟାସେଜକୁ ପଢ଼ିହେବ। ଆପ୍ ଡାଉନଲୋଡ କରିବା ପରେ ଗ୍ରାହକଙ୍କୁ ଆଣ୍ଡ୍ରଏଡ ନୋଟିଫିକେସନ ଲଗରେ ମ୍ୟାସେଜ ସର୍ଚ୍ଚ କରିବାକୁ ପଡ଼ିବ। ନୋଟିଫିକେସନ ଲଗକୁ ଆକ୍ସେସ କରିବା ପାଇଁ ହୋମ୍ ସ୍କ୍ରିନକୁ ଲଙ୍ଗ ପ୍ରେସ୍ କରି ଓ୍ବିଜେଟରେ ଯାଆନ୍ତୁ। ଏହା ପରେ ଆକ୍ଟିଭିଟିସ,ସେଟିଙ୍ଗସ,ନୋଟିଫିକେସନ ଲଗରେ ଯିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଆପଣଙ୍କ ସିଷ୍ଟମର ନୋଟିଫିକେସନ ମିଳିବ। ଏଠାରୁ ଆପଣ ଡିଲିଟ ହୋଇଥିବା ମ୍ୟାସେଜଗୁଡ଼ିକ ପଢ଼ିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.