Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଦୁନିଆର ସବୁଠୁ କମ୍ ବୟସରେ ସନ୍ତାନ ପ୍ରସବ : ମାତ୍ର ୫ବର୍ଷ ବୟସର ନାବାଳିକା ହେଲେ ମା’, ଚିକିତ୍ସା ବିଜ୍ଞାନ ପାଇଁ ବଡ ଚ୍ୟାଲେଞ୍ଜ

31/08/2019 at 1:22 PM

ଟିକ୍ରାପୋ ୩୧।୮: ଦୁନିଆରେ ଏଭଳି ଅବିଶ୍ବସୀୟ ଘଟଣା ମାନ ଘଟିଥାଏ ଯାହାକୁ ସାଧାରଣ ମଣିଷ ପକ୍ଷରେ ବିଶ୍ବାସ କରିବା ଅସମ୍ଭବ ହୋଇଥାଏ । ଏଭଳି ଏକ ଘଟଣା ପେରୁରେ ଘଟିଥିଲା । ଯାହା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ଆଜି ବି ଚିକିତ୍ସା ବିଜ୍ଞାନୀ ବିଶ୍ଳେଷଣ କରିବାରେ ବିଫଳ ହୋଇଛନ୍ତି । ସବୁଠୁ କମ୍ ବୟସ ତଥା ପରିପକ୍ବ ବୟସ ପୂର୍ବରୁ ସନ୍ତାନ ଜନ୍ମ ଦେଇଥିଲେ ଜଣେ ଶିଶୁ । ବିଶ୍ବର ସବୁଠୁ କମ୍ ବୟସରେ ସେ ମା’ ହୋଇଥିଲେ । ସେ ହେଉଛନ୍ତି ପେରୁର ଟିକ୍ରାପୋ ଅଞ୍ଚଳର ଲିନା ମଦିନା । ସେ ମାତ୍ର ୫ବର୍ଷ ବୟସରେ ମା’ ହୋଇଥିଲେ । ଲିନା ମାତ୍ର ୫ବର୍ଷ ବୟସରେ ସନ୍ତାନ ଜନ୍ମ ଦେଇ ବିଜ୍ଞାନ ଏବଂ ମେଡିକାଲ ସାଇନ୍ସ ଜଗତରେ ହଇଚଇ ସୃଷ୍ଟି କରିଥିଲେ ।

ସମସ୍ତେ ଜାଣିଛନ୍ତି ଯେ, ଝିଅମାନଙ୍କର ଯୌବନାବସ୍ଥା ୮ରୁ ୧୩ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ । ମାତ୍ର ଲିନାଙ୍କ କ୍ଷେତ୍ରରେ ଏହା ୫ବର୍ଷ ବୟସରେ ହିଁ ହୋଇଥିଲା । ପ୍ରଥମେ ତ ଲିନା ଜାଣିନଥିଲେ ଯେ, ସେ ଗର୍ଭବତୀ ହୋଇଛନ୍ତି ବୋଲି । ଯେତେବେଳେ ତାଙ୍କ ପେଟ ଧିରେ ଧିରେ ଫୁଲିବାକୁ ଲାଗିଥିଲା ସେତେବେଳେ ତାଙ୍କ ମା ଓ ବାପା ସନ୍ଦେହ କରିଥିଲେ ଯେ, ତାଙ୍କ ପେଟରେ ଟ୍ୟୁମର ହୋଇଛି ବୋଲି । ତାପରେ ଲିନାଙ୍କ ବାପା ମା ତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ଡାକ୍ତର ଲିନାଙ୍କୁ ଯାଞ୍ଚ କରିବା ପରେ କହିଥିଲେ ଯେ, ଲିନା ୭ମାସର ଗର୍ଭବତୀ ଅଛନ୍ତି । ଏହାଶୁଣି ତାଙ୍କ ମା ଓ ବାପାଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା । ମାତ୍ର ପରେ ତାଙ୍କ ବାପା ମା ଲିନାଙ୍କ ସାଥ୍ ଦେଇଥିଲେ । ଲିନା ମାତ୍ର ୫ବର୍ଷ ବୟସରେ ସନ୍ତାନ ଜନ୍ମ ଦେଇଥିଲେ ।

ଯେତେବେଳେ ଲିନା ସନ୍ତାନ ଜନ୍ମ ଦେଇଥିଲେ ଡାକ୍ତର ତାଙ୍କୁ ସବୁଠୁ କମ୍ ବୟସର ମା ବୋଲି ଘୋଷଣା କରିଥିଲେ । ଏହା ସାରା ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଥିଲା ।

ଲିନାଙ୍କର ସନ୍ତାନର ବାପା କିଏ ସେକଥା ସ୍ପଷ୍ଟ ଜଣାପଡିନଥିଲା । ବାପା ଲିନାଙ୍କୁ ଯୌନ ନିର୍ଯାତନା ଦେବା ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଥିଲା । ମାତ୍ର ଉପଯୁକ୍ତ ପ୍ରମାଣ ଅଭାବ ଏବଂ ତାଙ୍କ ସନ୍ତାନର ବାପା ଭାବେ ସେ ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇନଥିଲା ତେଣୁ ତାଙ୍କୁ ଛାଡିଦିଆଯାଇଥିଲା ।

   Related Posts