କରୀଶ୍ମା କପୂରଙ୍କ ଝିଅ ସମୀୟରାଙ୍କ କ୍ୟୁଟ ସ୍ମାଇଲରେ ଆପଣ ବି ହୋଇଯିବେ ଫିଦା, ଦେଖନ୍ତୁ ଏହି ଫଟୋ

Published By : Prameya-News7 Bureau | August 13, 2019 IST

ମୁମ୍ବାଇ୧୩|୮:ବଲିଉଡ ଅଭିନେତ୍ରୀ କରୀଶ୍ମା କପୂରଙ୍କ ସମୟରେ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଶଣା ଥିଲେ।ଦୀର୍ଘ ଲମ୍ବାଧରି ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି। କରୀଶ୍ମା କପୂର ଅଧିକ ସମୟ ତାଙ୍କ ଝିଅଙ୍କ ବିତାଉଛନ୍ତି। କରୀଶ୍ମା କପୂରଙ୍କ ଝିଅଙ୍କ ନାଁ ସମାୟରା କରୀଶ୍ମା କପୂରରଙ୍କ ସହ ସମାୟରାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ଉଭୟ ମାଆ ଓ ଝିଅଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି।

ଯଦି ତାଙ୍କ ପୋଷାକ ପରିଧାନ କଥା କହିବା ତେବେ ବ୍ଲାକ କଲର ଟି- ସାର୍ଟ ଓ ବ୍ଲୁ କଲର ଜିନ୍ସ ପ୍ୟାଣ୍ଟ କରୀଶ୍ମା କପୂର  ପିନ୍ଧିଛନ୍ତି। ସେହିପରି ତାଙ୍କ ଝିଅ ସମାୟରା ହ୍ବାଇଟ ଟି-ସାର୍ଟ ଓ ବ୍ଳୁ ଡେନିମ ହଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଏହି ଫଟୋରେ ମାଆ ଓ ଝିଅ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି। କରୀଶ୍ମା କପୂର ଓ ସମାୟରାଙ୍କ କ୍ୟୁଟ ସ୍ମାଇଲ ସହ ଫଟୋ ଗ୍ରାଫରଙ୍କୁ ପୋଜ୍ ଦେଉଛନ୍ତି। ପ୍ରାୟ ସମୟରେ ଏୟାର ପୋର୍ଟ କିମ୍ବା ଇଭେଣ୍ଟରେ ମାଆଙ୍କ ସହିତ ସମାୟରାଙ୍କୁ ଦେଖିବାକୁ ମିଳିଥିଲା।

ସ୍ବାମୀ ସଂଜୟ କାପୂରଙ୍କ ସହ ଡିଭୋସ୍ ହେବାପରେ କରୀଶ୍ମା କପୂର ନିଜ ଝିଅ ସମାୟରା ଓ ପୁଅ କିୟାନଙ୍କ ସହ ଅଲଗା ରହୁଛନ୍ତି। ବର୍ତ୍ତମାନ ସମୟରେ ବିଜନେସମ୍ୟାନ ସନ୍ଦୀପ ତୋଶ୍ନୀଓ୍ବାଲଙ୍କ ସହ ରିଲେସନସିପରେ କରୀଶ୍ମା କପୂର ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସନ୍ଦୀପ ଓ କରୀଶ୍ମାଙ୍କୁ ଏକାଠି ହୋଇ ବୁଲୁଥିବାରେ ନଜରକୁ ଆସିଛନ୍ତି। ଅତି ଶୀଘ୍ର ସନ୍ଦୀପଙ୍କୁ ସେ ବିବାହ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.