ଟ୍ରମ୍ପଙ୍କ YouTube ଚାନେଲ ସପ୍ତାହେ ପାଇଁ Suspend

Published By : Prameya-News7 Bureau | January 13, 2021 IST

କାଲିଫର୍ଣ୍ଣିଆ: ବିଭିନ୍ନ ସୋସିଆଲ ମିଡିଆଙ୍କ ପରେ ଏବେ ୟୁ ଟ୍ୟୁବ୍‌ ଆମେରିକାର ନିବର୍ତ୍ତମାନ ରାଷ୍ଟ୍ରପତିଙ୍କ ଉପରେ କଟକଣା ଜାରି କରିଛି। କୌଣସି ପ୍ରକାର ହିଂସା ଆଶଙ୍କାରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ୍‌ ଚାନେଲକୁ ସପ୍ତାହକ ଲାଗି ନିଲମ୍ବିତ କରିଛି। ଫଳରେ ଟ୍ରମ୍ପଙ୍କ ଅନଲାଇନ୍‌ ଗତିବିଧି ଉପରେ କଟକଣା ଲଗାଇଥିବା ସୋସିଆଲ ମିଡିଆଙ୍କ ସୂଚୀରେ ୟୁଟ୍ୟୁବ୍‌ ମଧ୍ୟ ସାମିଲ ହୋଇଯାଇଛି।

ଚାନେଲରେ ନୂଆ ସାମଗ୍ରୀ ଅପଲୋଡ ପରେ ଏପରି ପଦକ୍ଷେପ ନିଆଯାଇଥିବା ୟୁଟ୍ୟୁବ୍ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏହି ସବୁ ନୂଆ ଅପଲୋଡରେ ନୀତି ଉଲ୍ଲଂଘନ ହେଉଥିବା ଦେଖିବା ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଟ୍ରମ୍ପଙ୍କ ଚାନେଲରେ କେଉଁ ଭିଡିଓକୁ ନେଇ ୟୁଟ୍ୟୁବ୍‌ ଏପରି କଟକଣା ଜାରି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି।

ଉଲ୍ଲେଖ ଯୋଗ୍ୟଯେ ଗତ ସପ୍ତାହରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା ସଂସଦ ଉପରେ ଆକ୍ରମଣ କରିଦେଇଥିଲେ। ଏହି ଘଟଣାରେ କ୍ୟପିଟଲ ପୋଲିସର ଜଣେ ଅଧିକାରୀଙ୍କ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଆକ୍ରମଣ ଯୋଗୁ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ବିଜୟ ପ୍ରମାଣିତ କରିବାର ପ୍ରକ୍ରିୟା ବାଧିତ ହୋଇଥିଲା।

ଏହି ଘଟଣା ପରଠାରୁ ଟ୍ରମ୍ପଙ୍କୁ ଟ୍ୱିଟର, ଫେସବୁକ୍‌ ସମେତ ଇନଷ୍ଟା ଓ ଅନ୍ୟ ସୋସିଆଲ ମିଡିଆମାନେ ଟ୍ରମ୍ପଙ୍କ ଆକାଉଣ୍ଟ ନିଲମ୍ବିତ କରିଛନ୍ତି। ଏଥିରେ ୟୁଟ୍ୟୁବ୍‌ ଅଧିକ ହିଂଶା ଆଶଙ୍କାରେ ଆମର ନୀତି ଉଲ୍ଲଂଘନ କରୁଥିବା ଡୋନାଲ୍ଡ ଜେ ଟ୍ରମ୍ପ ଚାନେଲରୁ ନୂଆ ସାମଗ୍ରୀ ସବୁ ହଟାଇ ଦେଇଛୁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.