Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଭୁଲରେ ବି ସୁଦ୍ଧା ଏହି ପାଞ୍ଚଟି ସ୍ଥାନରେ ପିନ୍ଧନ୍ତୁ ନାହିଁ ଜୋତା, ନଚେତ୍ ହୋଇଥାଏ ଏଭଳି ସମସ୍ୟା

7/04/2021 at 2:39 PM

ଭୁବନେଶ୍ୱର ୦୭/୦୪: ଜାଣିଶୁଣି କିମ୍ବା ଅଜାଣତରେ, ଆମେ ପ୍ରାୟତଃ ଏପରି ଭୁଲ୍ କରିଥାଉ ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର – ଅଜାଣତରେ ଆମେ ଏପରି ଜାଗାରେ ଜୋତା କିମ୍ବା ଚପଲ ପିନ୍ଧି ଚାଲିଯାଇଥାଉ, ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଶାସ୍ତ୍ରରେ, ଏପରି ୫ଟି ସ୍ଥାନ ବିଷୟରେ କୁହାଯାଇଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିଯିବା ଦ୍ୱାରା ଅଶୁଭ ହୋଇଥାଏ । ଅନେକ ସମୟରେ ଏହି ଭୁଲ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଜାଗାକୁ ଭୁଲରେ ସୁଦ୍ଧା ଜୋତା କିମ୍ବା ଚପଲ ପିନ୍ଧିଯିବା ଉଚିତ୍ ନୁହେଁ ।

Why Wearing Slippers At Home Is Good For Your Feet | Vionic - Healthy  Footnotes

୧. ଭଣ୍ଡାର ଘର- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଣ୍ଡାର ଘରେ ଜୋତା ଏବଂ ଚପଲ ପିନ୍ଧିବା ଉଚିତ୍ ନୁହେଁ । ଏହାକୁ ଧ୍ୟାନରେ ରଖିଲେ ଘରେ ଖାଦ୍ୟର ଅଭାବ କେବେ ହେବ ନାହିଁ ।

୨. ଆଲମାରି ନିକଟରେ- ଆଲମାରି ପାଖକୁ ଯିବା ସମୟରେ ଜୋତା ଏବଂ ଚପଲ କାଢିକି ଯିବା ଉଚିତ୍ । ଆଲମାରି ପାଖକୁ ଜୋତା ପିନ୍ଧି ଗଲେ ଦେବୀ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରନ୍ତି । ଯେଉଁ କାରଣରୁ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

୩. ପବିତ୍ର ନଦୀ- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପବିତ୍ର ନଦୀ ନିକଟରେ ଜୋତା ଏବଂ ଚପଲ ପିନ୍ଧିବା ଉଚିତ୍ ନୁହେଁ । ନଦୀରେ ଗାଧୋଇବା ପୂର୍ବରୁ ଜୋତା କିମ୍ବା ଚମଡ଼ାରେ ତିଆରି ଜିନିଷ କାଢିବା ଉଚିତ୍ । ଏହା କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ରହିଥାଏ।

୪. ରୋଷେଇ ଘର – ରୋଷେଇ ଘରକୁ କେବେବି ଜୋତା ପିନ୍ଧି ପ୍ରବେଶ କରିବା ଉଚିତ୍ ନୁହେଁ । କାରଣ ଏହା କରିବା ଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି ଏବଂ ବ୍ୟକ୍ତିଙ୍କୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

୫. ମନ୍ଦିର- ହିନ୍ଦୁ ଧର୍ମରେ ମନ୍ଦିର ଭଗବାନଙ୍କର ଘର ବୋଲି ବିବେଚନା କରାଯାଏ । ତେଣୁ ଜୋତା ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ନୁହେଁ ।ଏହା ମହାପାପ ହୋଇଥାଏ ଏବଂ ବ୍ୟକ୍ତିକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

   Related Posts