Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଗର୍ଭଧାରଣରେ ରହିଛି କି ସମସ୍ୟା ? ଆଇଭିଏଫ୍ ଟେକନିକ୍ ଜରିଆରେ ହୋଇପାରିବେ ବାପା-ମା, ଜାଣନ୍ତୁ କିଛି ଜରୁରୀ କଥା

27/10/2020 at 6:06 PM

ଭୁବନେଶ୍ୱର ୨୭/୧୦ : ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପ୍ରଜନନ ସମ୍ବନ୍ଧୀୟ ଶାରୀରିକ ସମସ୍ୟା ରହିଛି। ଏମାନେ ସାଧାରଣତଃ ଖରାପ ଜୀବନଶୈଳୀ, ଅବସାଦ, ଅନିୟମିତ ଡାଏଟ୍, ଖରାପ ଅଭ୍ୟାସ କାରଣରୁ ପ୍ରଜନନ ସମ୍ବନ୍ଧୀୟ ସମସ୍ୟାର ଶିକାର ହୋଇଥାନ୍ତି। ଏଥିପାଇଁ ଆଇଭିଏଫ୍ ଟେକନିକ୍ ଜରିଆରେ ବାପା-ମା ହେବାର ସୁଖ ଭୋଗ କରିପାରିବେ। କିନ୍ତୁ ଏଥିପାଇଁ କିଛି ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। ବିଶେଷଜ୍ଞଙ୍କ ଅନୁଯାୟୀ, ଆଇଭିଏଫ୍ ଟେକନିକ୍ ଆପଣେଇବା ପୂର୍ବରୁ ସଠିକ ଭାବରେ ଜାଣିବା ଦରକାର ଯେ ପ୍ରଜନନ ସମସ୍ୟା କଣ। ଗର୍ଭ ଧାରଣ ନ କରିପାରିବ ପଛରେ ଅନେକ ଶାରୀରିକ କାରଣ ଥାଇପାରେ। ଯେପରିକି ହର୍ମୋନ୍ ସହ ଜଡିତ ସମସ୍ୟା, ଟ୍ୟୁବରେ ସଂକ୍ରମଣ କିମ୍ବା ଶାରୀରିକ ସମ୍ବନ୍ଧ ରଖିବାରେ ଅସମର୍ଥ ଆଦି ଏହାର କାରଣ ହୋଇପାରେ। ଏନେଇ ସମସ୍ତ ମେଡିକାଲ ଚେକଅପ୍ କରାଇବା ଉଚିତ। ଏହାପରେ ଆଇଭିଏଫ୍ ଟେକନିକ୍ ଆପଣେଇବା ଉଚିତ।

ଆଇଭିଏଫ୍ ଟେକନିକ୍ ଆପଣେଇବା ପୂର୍ବରୁ ମେଲ ଫର୍ଟିଲିଟି ଟେଷ୍ଟ କରାଇବା ଉଚିତ। ମେଲ୍ ଫର୍ଟିଲିଟି ଟେଷ୍ଟରୁ ପୁରୁଷଙ୍କ ମଧ୍ୟରେ ଶୂକ୍ରାଣୁ ଯାଞ୍ଚ କରାଯାଇଥାଏ। ପୁରୁଷଙ୍କ ଯାଞ୍ଚ ଠିକ ଥିଲେ ହିଁ ଆଇଭିଏଫ୍ କରିବା ଉଚିତ।

ମହିଳାଙ୍କ ଟ୍ୟୁବରେ ବ୍ଳକେଜ୍ ଥିଲେ ହିଁ ଆଇଭିଏଫ୍ କରିବା ଉଚିତ। କିଛି ମାମଲାରେ ପିସିଓଏସ ସ୍ଥିତିରେ ଆଇଭିଏଫ୍ ବିକଳ୍ପ ଚୟନ କରାଯାଇଥାଏ। ମହିଳାଙ୍କ ମଧ୍ୟରେ ପିସିଓଏସର ଶାରୀରିକ ସମସ୍ୟାକୁ ଆଇୟୁଆଇ ଓ ଆଇଭିଏଫ୍ ଟେକନିକ୍ ଦ୍ୱାରା ଠିକ୍ କରାଯାଇପାରିବ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆଇଭିଏଫ୍ ଟେକନିକ୍ ପ୍ରକ୍ରିୟା ୩ ପ୍ରକାରର ହୋଇଥାଏ- ନେଚୁରାଲ୍, ମିନିମାଲ୍ ଓ କନ୍ଭେନସନାଲ୍। ନେଚୁରାଲ୍ ଆଇଭିଏଫ୍ ପ୍ରାକୃତିକ ଅଣ୍ଡା ଜରିଆରେ କରାଯାଇଥାଏ। ଏହି ପ୍ରକ୍ରିୟା ସେହି ମହିଳାଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ଅଧିକ ଚିକିତ୍ସା ଏବଂ ଔଷଧ ଖର୍ଚ୍ଚରୁ ବଞ୍ଚିବାକୁ ଚାହୁଁଥାନ୍ତି। ମିନିମାଲ୍ ଆଇଭିଏଫରେ ଔଷଧ ଜରିଆରେ ସୁସ୍ଥ ଅଣ୍ଡାଣୁ ପ୍ରସ୍ତୁତ କରାଯାଏ। ଏଥିରେ ଟିକିଏ ଅଧିକ ଖର୍ଚ୍ଚ ହୋଇଥାଏ। କନ୍ଭେନସନାଲ ଆଇଭିଏଫ ପାରମ୍ପରିକ ତରିକାରେ କରାଯାଇଥାଏ। ଏଥିରେ ଅଣ୍ଡାଣୁ ଓ ବିର୍ଜ୍ୟକୁ ବିଶେଷ ମାହୋଲରେ ମିଶାଯାଇଥାଏ। ଏଥିରେ ପ୍ରଜନନ ସମ୍ଭାବନା ବହୁତ ଅଧିକ ଥାଏ।

ମହିଳାଙ୍କ ଅଣ୍ଡାଣୁ ପ୍ରସ୍ତୁତ ହୋଇଗଲେ ଏଥିରେ ବିର୍ଜ୍ୟ ଇଂଜେକ୍ଟ କରାଯାଇଥାଏ। ଆଇସିଏସଆଇ ଟେକନିକ ଜରିଆରେ ଅଣ୍ଡାଣୁକୁ ବିର୍ଜ୍ୟ ସମ୍ପର୍କରେ ଆନଯାଇଥାଏ। ଏହି ପ୍ରକ୍ରିୟା ଜରିଆରେ ଭୃଣ ପ୍ରସ୍ତୁତ ହୋଇଥାଏ। ଆଇଭିଏଫ୍ ଟେକନିକରେ ଭୃଣ ତଦାରଖ ପ୍ରକ୍ରିୟା ଅତ୍ୟନ୍ତ ଖାସ ହୋଇଥାଏ।

ଅଣ୍ଡା କାଢ଼ିବାର ୪୮ ଘଣ୍ଟା ପରେ ଅତିକମରେ ଦୁଇ କିମ୍ବା ତିନି କୋଷ ଥିବା ଦରକାର। ୭୨ ଘଣ୍ଟା ବା ୩ ଦିନ ପରେ ଏହି ସଂଖ୍ୟା ୭-୧୦ ହେବା ଦରକାର। ପଞ୍ଚମ ଦିନ ଭୃଣ ବ୍ଲାଷ୍ଟୋଶିଷ୍ଟ ଷ୍ଟେଜରେ ପହଞ୍ଚିଯାଏ। ଏହାକୁ ଟେଷ୍ଟ ଟ୍ୟୁବ୍ ସେଣ୍ଟରରେ ପୁରା ସଚେତନତାର ସହ କରାଯାଇଥାଏ। ଭୃଣ ହସ୍ତାନ୍ତର ପ୍ରକ୍ରିୟା ଠିକ ଭାବେ ହୋଇଥିଲେ ଗର୍ଭଧାରଣ ପ୍ରକ୍ରିୟାରେ ବେଶୀରୁ ବେଶୀ ୧୫ ଦିନ ସମୟ ଲାଗିଥାଏ। ୧୫ ଦିନ ପରେ ଗର୍ଭ ପରୀକ୍ଷା ମାଧ୍ୟମରେ ପତା ଲଗାଯାଇପାରିବ ଯେ ଆଇଭିଏଫ୍ ପ୍ରକ୍ରିୟା ସଫଳ ହୋଇଛି ନା ନାହିଁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts