Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁର ସ୍ବଚ୍ଛ ଏବଂ ସୁନ୍ଦର ରାସ୍ତାରେ ଫଟୋ ଉଠାଇଲେ ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି ୫୦୦ଟଙ୍କା ଟ୍ୟାକ୍ସ , କେଉଁଠି ଏଭଳି ବ୍ୟବସ୍ଥା କରାଯାଇଛି ଚାଲନ୍ତୁ ଦେଖିବା….

ଗୋଆ୯|୧୧: ରାସ୍ତାର ଦୁଇ ପାର୍ଶ୍ବରେ ସୁନ୍ଦର ସୁନ୍ଦର ନଡିଆ ଗଛ । ଦୁଇ ପାଖରେ ଏମିତି ନଡ଼ିଆଗଛ ଥିବା ଏ ହେଉଛି ଟୁରିଷ୍ଟ ପ୍ଲେସ୍ ଗୋଆର ରାସ୍ତା । ଆଉ ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ପର୍ଯ୍ୟଟକ  ଯିବା ଆସିବା କରିଥାନ୍ତି । ଏହାସହ ଏହି ରାସ୍ତାରେ ଟିକେ ସେଲଫି ନେଇଥାନ୍ତି । କିନ୍ତୁ ଏବେ ଏହି ରାସ୍ତାରେ ଗୋଟିଏ ଫଟୋ ଉଠାଇବାକୁ ୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡୁଛି । 
ଦୁଇ ପାଖରେ ଧାଡ଼ି ଧାଡ଼ି ନଡ଼ିଆଗଛ ଥାଇ ବିଲ ଭିତରେ ପଡ଼ିଥିବା ଗୋଟାଏ ଅଣଓସାରିଆ ରାସ୍ତାରେ ସାମାନ୍ୟ ଫଟୋଟିଏ ଉଠାଇବା ବାବଦରେ ପର୍ଯ୍ୟକଟଙ୍କ ଠାରୁ ସ୍ଥାନୀୟ ପର୍‌ରା ଗ୍ରାମପଞ୍ଚାୟତ ୫୦୦ ଟଙ୍କା ଦାବି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ।  
ହେଲେ ଏଭଳି ବେଆଇନ ଟିକସ ଗୋଆ ପର୍ଯ୍ୟଟନ ପ୍ରତି ଦୁର୍ନାମ ଆଣିବ କହି ଗୋଆର ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜ୍‌ଗାଓଁକର୍‌ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ, ଫଟୋ ଉଠାଇବା ବାବଦରେ ପର୍ଯ୍ୟଟକଙ୍କ ଠାରୁ ଅର୍ଥ ଆଦାୟ କରିବା ଅନୁମତି ଆମେ ସେମାନଙ୍କୁ ଦେଇନାହୁଁ।  
ପର୍ଯ୍ୟଟନସ୍ଥଳି ଗୋଆର ସୁନାମକୁ ଏହା ପ୍ରଭାବିତ କରିବ। ପଞ୍ଚାୟତ କି ନିଷ୍ପତ୍ତି ନେଇଛି ତାର ଯାଞ୍ଚ କରାଯିବ । ଯଦି ସେମାନେ ଫଟୋ ଉଠାଇବା ପାଇଁ ଅର୍ଥ ନେଉଥିବେ ତାହା ତୁରନ୍ତ ପ୍ରତ୍ୟାହାର କରିବାକୁ କୁହାଯିବ । ପର୍ଯ୍ୟଟକମାନେ ଗାଁର ଫଟୋ ଉଠାଇଲେ ପଇସା ପଡ଼ିବ ବୋଲି ସ୍ପଷ୍ଟ ଭାବେ ଲେଖି ଗ୍ରାମ ପଞ୍ଚାୟତ ସେ ରାସ୍ତାରେ ବିଜ୍ଞପ୍ତି ଲଗାଇଛନ୍ତି ।  
ଏ ସଂକ୍ରାନ୍ତରେ ପଞ୍ଚାୟତ ସଦସ୍ୟମାନେ କିନ୍ତୁ କୌଣସି ବିବୃତି ଦେଇ ନାହାନ୍ତି। ସମ୍ପୃକ୍ତ ଅଞ୍ଚଳର ପ୍ରତିନିଧିତ୍ବ କରୁଥିବା ବିଧାୟକ ମାଇକେଲ୍‌ ଲୋବୋ କହିଛନ୍ତି ଯେ, ବଣଭୋଜି କରିବାକୁ ଏଠାକୁ ଆସିଥିବା ପ୍ରାୟ ୩୦/୪୦ ଜଣ ଲୋକ ଆବର୍ଜନା ପକାଇ ଚାଲିଗଲେ। ପଞ୍ଚାୟତ ଓକିଲଙ୍କୁ ପରାମର୍ଶ କରିବାରୁ ସେମାନେ କହିଥିଲେ ଯେ, ଆବର୍ଜନା ଟିକସ ବାବଦକୁ ତାଙ୍କ ଠାରୁ ଅର୍ଥ ଆଦାୟ କରାଯିବ।

121 Views

   ସମ୍ବନ୍ଧିତ ଖବର