ଭୁଲରେ ମଧ୍ୟ ସୋଶିଆଲ ମିଡିଆାରେ ସେୟାର କରନ୍ତୁ ନାହିଁ ନିଜ ପିଲାର ଏପରି ଫଟୋ

Published By : Prameya-News7 Bureau | January 07, 2019 IST

ସୋଶିଆଲ ମିଡିଆରେ ଫଟୋ ସେୟାର କରିବାର କ୍ରେଜ୍ ଏତେ ବଢ଼ିଗଲାଣି ଯେ ଅଧିକାଂଶ ଲୋକ ନିଜର,ସାଙ୍ଗଙ୍କ ଏବଂ ପରିବାର ଲୋକଙ୍କ ଫଟୋ କ୍ଲିକ୍ କରି ତୁରନ୍ତ ସୋଶିଆଲ ମିଡିଆରେ ପୋଷ୍ଟ କରିଦେଉଛନ୍ତି ଏବଂ ଭାବୁଛନ୍ତି ଯେ ଏହା କିଛି କରାପ ଜିନିଷ ନୁହେଁ। ଇଣ୍ଟରନେଟ୍ ଯେତିକି ଉପକାରୀ ତା’ଠାରୁ ଅଧିକ ଅପକାରୀ। ଆପଣଙ୍କ କୁନି ପୁଅ କିମ୍ବା ଝିଅର ଫଟୋ ସୋଶିଆଲ ମିଡିଆରେ ସେୟାର କରିବାବେଳେ ଆପଣ କେବେ ଭାବିନଥିବେ ଯେ ଆପଣ ନିଜ ଶିଶୁକୁ କେତେ ବଡ଼ ସମସ୍ୟାରେ ପକାଇବାକୁ ଯାଉଛନ୍ତି। ଏପରି କେତେକ ଫଟୋ ରହିଛି ଯାହା ଆପଣ କଦାପି ସୋଶିଆଲ ମିଡିଆରେ ପୋଷ୍ଟ କରିବା ଅନୁଚିତ୍।

wp:gallery {"ids":[71278]} /wp:gallery

୧. ବସ୍ତ୍ରହୀନ ଫଟୋ: ଆପଣ ଅଧିକାଂଶ ପିତାମାତାଙ୍କୁ ଦେଖିଥିବେ ଯେଉଁମାନେ ନିଜ ଶିଶୁଙ୍କର ଗାଧୋଉଥିବା କପଡ଼ା ପିନ୍ଧିନଥିବା ଫଟୋ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ସେୟାର କରିଥାଆନ୍ତି। ଏପରି କରି ଆପଣ ନିଜ ଶିଶୁର ଗୋପନତାରେ ଦଖଲ ଦେଉଛନ୍ତି। ଏହା ଦ୍ବାରା ସୋଶିଆଲ ମିଡିଆରେ ଥିବା କେତେକ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ସୁଯୋଗ ମିଳିଯିବ ଆପଣଙ୍କ ଶିଶୁର ଫଟୋକୁ ଦୁରୁପଯୋଗ କରିବାକୁ।

wp:gallery {"ids":[71279]} /wp:gallery

୨.ବେମାର କିମ୍ବା ଆହତ ଥିବା ଫଟୋ: ଆପଣ ପିଲାର ବେମାର କିମ୍ବା ଆହତ ଥିବା ଫଟୋ ମଧ୍ୟ ଓୋଶିଆଲ ମିଡିଆରେ ସେୟାର କରିବା ଅନୁଚିତ୍। ଏପରି ଫଟୋ ଦେବା ଦ୍ବାରା ତୁଦନ୍ତ ଅନେକ ଗୁଡ଼ିଏ ଲାଇକ୍ ଏବଂ କମେଣ୍ଟ ଆସିବା ଆରମ୍ଭ ହୋଇଯାଏ ସମସ୍ତେ କମେଣ୍ଟରେ ପଚାରିଥାନ୍ତି –ସବୁ କିଛି ଠିକ୍ ଅଛି କି ନାହିଁ।

wp:gallery {"ids":[71280]} /wp:gallery

୩.ପିଲାଙ୍କୁ ଗାଳି କରୁଥିବା ଫଟୋ: ସବୁବେଳେ ମନେ ରଖନ୍ତୁ ଯେ ଆପଣଙ୍କ ପିଲା ଭିତରେ ଆତ୍ମବିଶ୍ବାସ,ଆତ୍ମସମ୍ମାନ,ସ୍ବାଭିମାନ ପିଲାଦିନୁ ବିକଶିତ ହୋଇଥାଏ। ଯଦି ଆପଣ ଆପଣଙ୍କ ପିଲାକୁ ଗାଳି କରୁଥିବାର ଫଟୋ ସେୟାର କରିଥାନ୍ତି ତେବେ ଭବିଷ୍ୟତରେ ଆପଣଙ୍କ ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

wp:gallery {"ids":[71281]} /wp:gallery

୪.ଶିଶୁର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରୁଥିବା ଫଟୋ: ଯଦି ଆପଣ ଆପଣଙ୍କ ପିଲାର ସ୍କୁଲ ଫଙ୍କସନର ଫଟୋ ସେୟାର କରୁଛନ୍ତି କିମ୍ବା ଏପରି କିଛି ଫଟୋ ଯେଉଁଠାରେ ଆପଣ ଶିଶୁ ସହ ଉପସ୍ଥିତ ନଥିବେ ତେବେ ସାବଧାନ ହୋଇଯାଆନ୍ତୁ ଏପରି କରିବା ଦ୍ବାରା ଆପଣ ଶିଶୁର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି।

wp:gallery {"ids":[71282]} /wp:gallery

୫.ଟୟେଲେଟରେ ବସିଥିବା ଫଟୋ: ଯଦି ବୟସ୍କମାନେ ଚାହିଁନଥାଆନ୍ତି ଯେ ତାଙ୍କ ଗୋପନ ଫଟୋ ଅନଲାଇନ୍ ଲିକ୍ ହେଉ ତେବେ ଶିଶୁ ଏପରି କ’ଣ ପାଇଁ ଚାହିଁବେ। ଏହା ସେମାନଙ୍କ ପାଇଁ ଲଜ୍ଜାକର ହେବା ସହ ଭବିଷ୍ୟତରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.