ଅଶୋଧିତ ତୈଳ ଦର ହ୍ରାସ, ଶୀଘ୍ର ଲିଟର ପ୍ରତି ୫୦ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ !

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୦୯।୦୩- ଅଶୋଧିତ ତୈଳ ଦରକୁ ନେଇ ସାଉଦି ଆରବ ଓ ରୁଷ ମଧ୍ୟରେ ଚାଲିଥିବା ଦର ଲଢେଇ କାରଣରୁ ଆପଣଙ୍କୁ ମୋଟା ଅଙ୍କର ଫାଇଦା ହୋଇପାରେ। ଅନ୍ୟ କାମରେ ଖର୍ଚ୍ଚ ଲାଗି ଆପଣଙ୍କ ପାଖରେ ଅର୍ଥ ସଞ୍ଚୟ ହୋଇପାରେ, କାରଣ ଆପଣଙ୍କୁ ଶୀଘ୍ର ୫୦ ଟଙ୍କାରେ ପେଟ୍ରୋଲ ମିଳିପାରେ। ଅନ୍ତରାଷ୍ଟ୍ରୀୟ  ବଜାରରେ ଅଶୋଧିତ ତୈଳ ଦର ହ୍ରାସ କାରଣରୁ ସରକାରଙ୍କ ଆମଦାନୀ ଶୁଳ୍କ ହ୍ରାସ ପାଇବ ଏବଂ ସରକାରଙ୍କୁ ଶସ୍ତାରେ ଅଶୋଧିତ ତୈଳ ମିଳିବ। ଯାହା ଫଳରେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ୍ ଶସ୍ତାରେ ମିଳିପାରେ।

୩୧ ପ୍ରତିଶତ ହ୍ରାସ ହେଲା ଅଶୋଧିତ ତୈଳ ଦର

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଆଜି ୩୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ସାଉଦି ଆରବ ଦ୍ଵାରା ତୈଳ ଦରରେ ହ୍ରାସ  ହେବାର ଥିଲା। ସାଉଦି ମଧ୍ୟ ରୁଷଠୁ ପ୍ରତିଶୋଧ ନେଇ ଦର ହ୍ରାସ କରିଛି କାରଣ ରୁଷ ତୈଳ ଉତ୍ପାଦନ ହ୍ରାସ କରିବା ନେଇ ସାଉଦି ଆରବର ପ୍ରସ୍ତାବକୁ ମାନି ନାହିଁ। ଫଳସ୍ଵରୂପ ସାଉଦି ଆରବ ଓ ରୁଷ ମଧ୍ୟରେ ଦର ଲଢେଇ ଆରମ୍ଭ ହୋଇ ଯାଇଛି। ଏଥିରେ ଭାରତକୁ ଶୀଘ୍ର ଫାଇଦା ମିଳିବାକୁ ଯାଉଛି। ଯଦି ୩୦ ପ୍ରତିଶତ ହ୍ରାସ ଦୃଷ୍ଟିରେ ଦେଖାଯାଏ ତେବେ ହ୍ରାସ ପାଇବାକୁ ଥିବା ଆମଦାନୀ ଶୁଳ୍କର ଫାଇଦା ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବ ଏବଂ ଘରୋଇ ବଜାରରେ  ପେଟ୍ରୋଲ ଲିଟର ପିଛା ୫୦ ଟଙ୍କାରେ  ପହଞ୍ଚିପାରେ। ଆଜି ସମଗ୍ର ଦେଶରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କାରେ ବିକ୍ରି ହେଉଛି।

{"id":235445,"sizeSlug":"large"}

ଭରାତର କ୍ରୁଡ୍ ବାସ୍କେଟ ଦର ସଂପ୍ରତି ବ୍ୟାରେଲ ପ୍ରତି ୪୭.୯୨ ଡଲାର ରହିଛି। ଗୋଟିଏ ବ୍ୟାରେଲ ୪୨ ୟୁଏସ ଗ୍ୟାଲେନ ବରାବର ହୋଇଥାଏ କିମ୍ବା ୧୫୯ ଲିଟର ତୈଳ ସହ ସମାନ ହୋଇଥାଏ। ଅର୍ଥାତ ଭାରତକୁ ବର୍ତ୍ତମାନ ଦର ହିସାବରେ ଗୋଟିଏ କ୍ରୁଡ ବାସ୍କେଟ୍ ଲାଗି ୩୫୩୦.୦୯ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଏମିତିରେ ଯଦି ଅଶୋଧିତ ତୈଳ ଦର ୩୦ ପ୍ରତିଶତ ହ୍ରାସ ପାଏ ତେବେ କ୍ରୁଡ୍ ବାସ୍କେଟ୍ ମଧ୍ୟ ଶୀଘ୍ର ୩୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବାର ସମ୍ଭାବନା ରହିଛି। ଯଦି ଏମିତି ହୁଏ ତେବେ ଭାରତୀୟଙ୍କୁ ଲିଟର ପିଛା ୫୦ ଟଙ୍କାରେ ପେଟ୍ରୋଲ ମିଳିପାରେ।

ଉଲ୍ଲେଖୀୟ ଦିଲ୍ଲୀରେ ଆଜି ପେଟ୍ରୋଲ ୨୪ ପଇସା ହ୍ରାସ ଘଟି ଲିଟର ପିଛା ୭୦.୫୯ ଟଙ୍କା ଓ ଡିଜେଲ୍ ୨୫ ପଇସା ତଳକୁ ଖସି ୬୩.୨୬ ଟଙ୍କାରେ ବିକ୍ରି ହେଉଛି। ସେହି ପରି ମୁମ୍ବାଇରେ ୨୪ ପଇସା ହ୍ରାସ ସହିତ ପେଟ୍ରୋଲ ୭୬.୨୯ ଏବଂ ଡିଜେଲ୍ ୨୬ ପଇସା  ହ୍ରାସ ଘଟି ଲିଟର ପ୍ରତି ୬୬.୨୪ ଟଙ୍କାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.