Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଏହି ଉପାୟରେ ଆପଣ ମଧ୍ୟ ପ୍ରତିଦିନ ଏଟିଏମରୁ ପାଇବେ ୧୦୦ ଟଙ୍କା ; ଜାଣନ୍ତୁ

1/02/2019 at 3:09 PM

ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କ ଏଟିଏମ ଥାଏ | ଏଟିଏମ ସାହାଯ୍ୟରେ ଜଣେ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଟଙ୍କା କାଢ଼ିବା ସୁବିଧା ରହିଛି | ଟଙ୍କା କାରବାରକୁ ଏଟିଏମ ବହୁତ ସରଳ କରିଦେଇଛି | ତେବେ କଥାରେ ଅଛି ଯେଉଁଥିରୁ ମଣିଷକୁ ଅଧିକ ଲାଭ ମିଳିଥାଏ ସେଥିରୁ କ୍ଷତି ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ | ଟେକ୍ନୋଲୋଜିର ସବୁ କାମ ନେଟୱାର୍କ ଜରିଆରେ ହୋଇଥାଏ | ନେଟୱାର୍କରେ ବେଳେବେଳେ କଣ ଅସୁବିଧା ଥିଲେ ଏଟିଏମରୁ ଟଙ୍କା ବାହାରିନଥାଏ | ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ | ଏହି ଟଙ୍କା ବ୍ୟାଙ୍କ ଆପଣଙ୍କୁ ଫେରସ୍ତ କରିଦେଇଥାଏ | ଯଦି ଠିକ ସମୟରେ ବ୍ୟାଙ୍କ ଆପଣଙ୍କ ଟଙ୍କା ଫେରସ୍ତ ନକରେ ତାହେଲେ ବ୍ୟାଙ୍କ ପ୍ରତିଦିନ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ବାଧ୍ୟ |


ପେମେଂଟ ଏବଂ ସେଟେଲମେଣ୍ଟ ଆକ୍ଟ ୨୦୦୭ ଅନୁସାରେ, ଆରବିଆଇ ସମସ୍ତ ବ୍ୟାଙ୍କକୁ ଏହି ଜୋରିମାନା ନିର୍ଦେଶ ଦେଇଛି | ଯଦି ଆପଣଙ୍କ ସହିତ କେବେ ଏମିତି କିଛି ଘଟଣା ଘଟେ ତାହେଲେ କିଛି ସରଳ ଉପାୟ ରହିଛି ଯାହା ଦ୍ୱାରା ଆପଣ ନିଜ ଟଙ୍କା ଫେରସ୍ତ ପାଇପାରିବେ |


୧. ୩୦ ଦିନ ଭିତରେ ବ୍ୟାଙ୍କରେ ଅଭିଯୋଗ କରିବେ ଅଥବା ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ କେନ୍ଦ୍ର ନମ୍ବରକୁ ଫୋନ କରି ଜଣାଇବେ |
୨. ଅଭିଯୋଗ ପତ୍ରର ଏକ ଜେରକ୍ସ କପିରେ ବ୍ୟାଙ୍କ ମ୍ୟାନେଜରଙ୍କ ଷ୍ଟାମ୍ପ ନେଇ ଆସିବେ |
୩. ଆରବିଆଇ ନିୟମ ଅନୁସାରେ, ୭ଦିନ ମଧ୍ୟରେ ଗ୍ରାହକଙ୍କ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଅନିବାର୍ଯ୍ୟ |
୪. ନିୟମ ଅନୁଯାୟୀ, ୭ ଦିନ ମଧ୍ୟରେ ଟଙ୍କା ନ ଆସିଲେ ୫ ନମ୍ବର ଅନେକଶ୍ଚର ଫର୍ମ ଫିଲଅପ କରିବେ | ଏହାଫଳରେ ପ୍ରତ୍ୟେକ ଦିନ ବିଳମ୍ବ ହିସାବରେ ପ୍ରତିଦିନ ୧୦୦ ଟଙ୍କା ଲେଖା ଆପଣଙ୍କ ଆକାଉଣ୍ଟକୁ ଜୋରିମାନା ଟଙ୍କା ଆସିବ |


ଯେଉଁଭଳି ଭାବେ ନୂତନ ଜ୍ଞାନ କୌଶଳର ଉପଯୋଗ କରି ଦିନକୁ ଦିନ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଉନ୍ନତି କରାଯାଇଛି ଏବଂ ନୂଆ ନୂଆ କୌଶଳ ବ୍ୟବହାର କରାଯାଉଛି ସେଥିରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅନେକ ସୁଧୁରି ଯାଇଛି | ଆଜି ଆମେ ନିଜ ମୋବାଇଲ, କମ୍ପ୍ୟୁଟର ସାହାଯ୍ୟରେ ଘରେ ବସି ନିଜ ଲୋକଙ୍କ ପାଖକୁ ଟଙ୍କା ପଠାଇ ପାରୁଛୁ | ଲୋକେ ଯେଉଁଠି ବି ଥାଆନ୍ତୁ ଯେତେ ଦୂରରେ ବି ଥାଆନ୍ତୁ ସହଜରେ ଗୋଟିଏ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟକୁ ଟଙ୍କା ପଠାଇ ପାରୁଛୁ | ତେବେ ସାଇବର କ୍ରାଇମ ଜରିଆରେ କିମ୍ବା ହ୍ୟାକିଙ୍ଗ ଜରିଆରେ ଅନେକ ଆକାଉଣ୍ଟ ହ୍ୟାକିଂ ହେବାର ସମ୍ଭାବନା ମଧ୍ୟ ରହିଛି |

   Related Posts