ଏଣିକି ଅନଲାଇନରେ ଘରେବସି ଦାୟର କରିପାରିବେ ମକଦ୍ଦମା, ଆଉ ଯିବାକୁ ପଡ଼ିବନି ଥାନା
6/01/2019 at 8:48 PM

ବାଗେଶ୍ଵର ୬/୧- ଏଣିକି ଅନଲାଇନରେ ଦାୟର କରିପାରିବେ ମୋକଦ୍ଦମା । ଆଉ ଯିବାକୁ ପଡ଼ିବନି ଥାନା । ହ୍ଵାଟସଆପ, ଇ-ମେଲ କିମ୍ବା ଫେସବୁକ ମେସେଂଜରରେ ମାମଲା କରିପାରିବେ ଦାୟର । ଏ ବାବଦରେ ଆସନ୍ତୁ ଜାଣିବା …

ନୈନିତାଲର ବାଗେଶ୍ଵର ଏକ ଦୁର୍ଗମ ଅଂଚଳ ପାଇଁ ସେଠାକାର ପୋଲିସ ନେଇଛି ଏହିଭଳି ପଦକ୍ଷେପ । ଏହି ଦୁର୍ଗମ ଅଂଚଳରେ ଯାତାୟତ ସୁବିଧା ନ ଥିବାରୁ ଲୋକମାନେ ଠିକ ସମୟରେ ଥାନାରେ କୌଣସି ମାମଲା ଦାୟର କରିପାରୁ ନଥିଲେ । ଏଥିପାଇଁ ସେମାନଙ୍କୁ ନ୍ୟାୟ ମିଳିବା ବିଳମ୍ବ ହେଉଥିଲା । ଏହି ଘଟଣାକୁ ଗୁରୁତର ସହ ଅନୁଧ୍ୟାନ କରି ହ୍ଵାଟସଆପ, ଇ-ମେଲ, ମେସେଂଜର ଆଦି ଅନଲାଇନ ବ୍ୟବସ୍ଥା ଜାରି କଲେ ପୋଲିସ ।

ଏବେ କୌଣସି ସମୟରେ ମାମଲା ଦାୟର ପାଇଁ ଆଉକେହି ଥାନାକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମାମଲା ବାବଦରେ ସବିଶେଷ ବିବରଣୀ ଲେଖି ଜଣାଇପାରିବେ । ଏମିତିକି ଅପରାଧିକ ଘଟଣାର ଫଟୋ କିମ୍ବା ଭିଡ଼ିଓ ମଧ୍ୟ ଏହି ଅନଲାଇନ ବ୍ୟବସ୍ଥାରେ ପଠାଇପାରିବେ ।
ବାଗେଶ୍ଵର ଥାନା ଜାରି କରିଥିବା ହ୍ଵାଟସଆପ ନମ୍ବର ୯୪୧୦୩୯୩୯୯୦ ବୋଲି ଜଣାପଡ଼ିଛି । ଏହି ନମ୍ବରରେ ଘରେ ବସି ସେଠାକାର ଲୋକ ସବୁଯାକ ମାମଲାକୁ ଥାନାକୁ ଜଣାଇପାରିବେ । ଜାରି କରିଥିବା ଇ-ମେଲ ହେଉଛି spbag07@gmail.com ।
ଆଉ ମାମଲା ପାଇଁ ବାଗେଶ୍ଵର ଥାନା ଅଂଚଳରେ ଥିବା ଏହି ଦୁର୍ଗମ ଲୋକଙ୍କୁ ଯିବାକୁ ପଡ଼ିବ ନାହିଁ ଥାନା ।