Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସପ୍ତାହରେ କରିନିଅନ୍ତୁ PAN ସହ ଜଡିତ ଏହି କାମ, ନଚେତ୍ ଗଣିବେ ୧୦ହଜାର ଟଙ୍କା ଜରିମନା

23/06/2020 at 3:18 PM

ନୂଆଦିଲ୍ଲୀ ୨୩।୬: ଆପଣଙ୍କ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ନଥିଲେ ଆସନ୍ତା ମାସରୁ ଆକାମୀ ହୋଇଯିବ । ଲିଙ୍କ୍ କରିବା ପାଇଁ ଆୟକର ବିଭାଗ ଜୁନ୍ ୩୦ ତାରିଖ ଧାର୍ଯ୍ୟ କରିଛନ୍ତି । ଏହି ସମୟ ସୀମା ମଧ୍ୟରେ ଦେଶର ସମସ୍ତ ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍ କରିବାକୁ ହେବ । ସମୟସୀମାନ ମଧ୍ୟରେ ଯେଉଁ ପାନ୍ କାର୍ଡ ଆଧାର କାର୍ଡ ସହ ଲିଙ୍କ୍ ହୋଇନଥିବ ତାହା ଆକାମୀ ହୋଇଯିବ । ସେଗୁଡିକୁ ନିଷ୍କ୍ରିୟ ଘୋଷଣା କରିଦିଆଯିବ । ଆୟକର ବିଭାଗ କହିଛି ଯେ ପାନ କାର୍ଡଧାରୀଙ୍କୁ ଆୟକର ଅଧିନିୟମ ଅନୁଯାୟୀ ଏହାର ପରିଣାମ ଭୋଗିବାକୁ ପଡିବ। ଏହିପରି ପାନ୍ କାର୍ଡଧାରୀ କେବଳ ଅଣ ପାନ୍ କାର୍ଡଧାରୀ ଭାବରେ ବିବେଚିତ ହେବେ ନାହିଁ । ବରଂ ଆୟକର ଅଧିନିୟମର ଧାରା ୨୭୨ ଅନୁଯାୟୀ ସେମାନଙ୍କୁ ପାନ୍ ୧୦,୦୦୦ ଜରିମନା ମଧ୍ୟ ଲଗାଯିବ ।

ଆପଣଙ୍କର ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଛି କି ନାହିଁ ଯାଞ୍ଚ କରିବାକୁ, ଆପଣଙ୍କୁ ଆୟକର ବିଭାଗର ଅଫିସିଆଲ୍ ୱେବସାଇଟ୍ incometaxindiaefiling.gov.in କୁ ଭିଜିଟ୍ କରିବାକୁ ପଡିବ । ଉଭୟକୁ ପାନ୍ ଏବଂ ଆଧାରା କାର୍ଡକୁ ଲିଙ୍କ୍ କରିବାକୁ, ଆପଣଙ୍କୁ ୱେବସାଇଟ୍ ତୁ ଯାଇ ଲିଙ୍କ୍ ଆଧାର ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଏକ ନୂଆ ପେଜ୍ ଖୋଲିବ । ଯେଉଁଠାରେ ଆପଣଙ୍କୁ ପାନ୍ କାର୍ଡ ନମ୍ବର, ଆଧାର ନମ୍ବର ଏବଂ ଆପଣଙ୍କ ନାମ ଦେବାକୁ ପଡିବ । ଯଦି ଉଭୟ ଆଧାର ଏବଂ ପାନ୍ କାର୍ଡରେ ନାମ ଭିନ୍ନ ହୋଇଥିବ ତେବେ ଯେକୌଣସିଥିରେ ନାମ ଠିକ୍ ଥିବା ତାହାକୁ କେବଳ ପୂରଣ କରିବାକୁ ପଡିବ ।

ଯଦି ଆପଣ ଅନଲାଇନ୍ ଲିଙ୍କ୍ କରିପାରିବେ ନାହିଁ ତେବେ ଆପଣ SMS ମାଧ୍ୟମରେ ମଧ୍ୟ ଲିଙ୍କ୍ କରିପାରିବେ । ଆପଣଙ୍କ ଫୋନରେ UIDPN ଟାଇପ୍ କରିବାକୁ ପଡିବ । ତା’ପରେ ସ୍ପେସ୍ ଦେଇ, ଆପଣଙ୍କର ଆଧାର ନମ୍ବର ସ୍ପେସ୍-୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ଭରନ୍ତୁ । ୫୬୭୬୭୮ କିମ୍ବା ୫୬୧୬୧କୁ SMS ପଠାନ୍ତୁ ।

ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମ୍ୟୁଚୁଆଲ ଫଣ୍ଡ କିମ୍ବା ସେୟାର କିଣିବା ଏବଂ ୫୦,୦୦୦ରୁ ଅଧିକ ନଗଦ କାରବାର ଭଳି ଅନେକ ଉଦ୍ଦେଶ୍ୟରେ ପାନ୍ କାର୍ଡ ରହିବା ବାଧ୍ୟତାମୂଳକ ଅଟେ। ଯଦି ଆପଣ PANକୁ ଆଧାର ସହିତ ଲିଙ୍କ୍ କରନ୍ତି ତେବେ PAN ସକ୍ରିୟ ହୋଇଯାଇଥାଏ ଏବଂ ଲିଙ୍କ୍ ତାରିଖଠାରୁ ଆପଣଙ୍କୁ କୌଣସି ପ୍ରକାର ଜରିମନା ଦେବାକୁ ପଡିବ ନାହିଁ । ଯେଉଁମାନଙ୍କର ପାନ୍ କାର୍ଡ ଆଧାର ସହିତ ଲିଙ୍କ୍ ନହେବ ତାହା ଆକ୍ଟିଭ ହୋଇଯାଏ । ସେମାନଙ୍କୁ ପୁନର୍ବାର ପାନ୍ ପାଇଁ ଆବେଦନ ନକରିବାକୁ ଧ୍ୟାନ ଦେବାକୁ ପଡିବ କାରଣ ପୁରୁଣା ପାନ୍ କାର୍ଡ ଆଧାର ଲିଙ୍କ୍ ସହିତ ଆକ୍ଟିଭ ହୋଇଯିବ ।

   Related Posts