ମୋଦୀ ଜୀ, ଇସ୍ରାଏଲରେ ଆପଣ ବହୁତ ଲୋକ ପ୍ରିୟ, ଆପଣ ଆମ ପାର୍ଟିରେ ସାମିଲ୍ ହୋଇ ଯାଆନ୍ତୁ: ପ୍ରଧାନମନ୍ତ୍ରୀ ନେଫଟାଲି ବେନେଟ୍

Published By : Prameya-News7 Bureau | November 02, 2021 IST

ଗ୍ଲାସଗୋ ୦୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଓପି ୨୬ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଗ୍ଲାସଗୋରେ ଅଛନ୍ତି। ଜଳବାୟୁ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦୁନିଆର ଅନେକ ନେତାଙ୍କୁ ସାକ୍ଷାତ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫଟାଲି ବେନେଟଙ୍କ ସାକ୍ଷାତକାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ଆପଣ ଇସ୍ରାଏଲରେ ବହୁତ  ଲୋକପ୍ରିୟ। ଆପଣ ମୋ ପାର୍ଟିରେ ସାମିଲ ହୋଇ ଯାଆନ୍ତୁ। ଏହି ସାକ୍ଷାତକାରର ଭିଡିଓ ଏବେ ସାମ୍ନାକୁ ଆସିଛି।

ଗ୍ଲାସଗୋରେ ସିଓପି ୨୬ ଜଳବାୟୁ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫଟାଲି ବେନେଟଙ୍କ ସହିତ ଦୁଇ ଦେଶର ଦ୍ଵିପାକ୍ଷିକ ସମ୍ବନ୍ଧର ସମୀକ୍ଷା ସହ କ୍ଷେତ୍ରୀୟ ସହଯୋଗ ଉପରେ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ଦୁଇ ନେତାଙ୍କ ମଧ୍ୟରେ ବେଶ ନିବିଡତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବେନେଟ୍ ଭାରତ ଓ ଇସ୍ରାଏଲ ମଧ୍ୟରେ ମଜବୁତ ସଂପର୍କ ପାଇଁ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

wp:html /wp:html

ଏହି ସମୟରେ ନେଫଟାଲି ବେନେଟ୍ କହିଛନ୍ତି, ଆପଣ ଇସ୍ରାଏଲରେ ବହୁତ ଲୋକପ୍ରିୟ, ଆପଣ ମୋ ପାର୍ଟିରେ ସାମିଲ୍ ହୋଇ ଯାଆନ୍ତୁ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ହସିଥିଲେ ଏବଂ ଦୁଇ ନେତା ପରସ୍ପରକୁ ଅଭିବାଦନ ଜଣାଇଛନ୍ତି। ମୋଦୀ କହିଛନ୍ତି, ଭାରତର ଜନତା ଇସ୍ରାଏଲ ସହିତ ବନ୍ଧୁତାର ନିବିଡିତାକୁ ମହତ୍ଵ ଦିଅନ୍ତି। ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସଂପର୍କ ଆହୁରି ମଜବୁତ କରିବା ନେଇ ଦୁଇ ନେତା ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.