ଧାରଣ କରନ୍ତୁ ଏହି ଧାତୁର ମୁଦ୍ରିକା: ପାରିବାରିକ କଳହରୁ ମିଳିବ ମୁକ୍ତି, ବହୁ ସମସ୍ୟାର ହେବ ସମାଧାନ

Published By : Prameya-News7 Bureau | July 14, 2019 IST

ସାଧାରଣତଃ ଦୈନନ୍ଦିନ ଜୀବନରେ ଅଧିକାଂଶ ଲୋକମାନେ ପାରିବାରିକ ସମସ୍ୟା ଠାରୁ ଆରମ୍ଭକରି ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସଂସାରର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ସମସ୍ୟା ରହିଥାଏ। ଏହି ସମସ୍ୟାରୁ ଆପଣ କିପରି ତ୍ରାହି ପାଇବେ ଆସନ୍ତୁ ଜାଣିବା।

{"id":133569,"width":583,"height":583}

ମୋତି ଏପରି ଏକ ଧାତୁ ଯାହାକି ସବୁ ସମସ୍ୟାରୁ ଦୂର କରିଥାଏ। ଏହି ଧାତୁର ଚମକ୍ ରେ ବିଭିନ୍ନ ପ୍ରକାର ସମସ୍ୟା ଆପଣ ଠାରୁ ଦୂରେଇ ଯାଇଥାଏ। ଯେଉଁ ବ୍ୟକ୍ତି ମୋତିର ବ୍ୟବହାର କରିଛନ୍ତି। ସେ ନିଶ୍ଚିତ ଭାବେ ମୋତିର ଉପକାରିତା ବିଷୟରେ ଅବଗତ ଥିବେ।

{"id":133570,"width":594,"height":594}

ଯଦି ଆପଣ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳହ ଲାଗି ରହୁଛି। ତେବେ ସ୍ତ୍ରୀଙ୍କୁ ମୋତି ହାର ଧାରଣ କରିବାକୁ କୁହନ୍ତୁ, ଦେଖିବେ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

{"id":133571,"width":593,"height":593}

ଛୋଟ ପିଲାମାନଙ୍କ କ୍ଷେତ୍ରରେ ମୋତିର ଚମତ୍କାର ଦେଖିବାକୁ ମଧ୍ୟ ମିଳିଥାଏ। ଯେଉଁ ଛୋଟ ପିଲାର ଭବିଷ୍ୟତ ଓ ସୁସ୍ଥ ଶରୀର  ପାଇଁ ଏହି ମୋତିର ହାର ଧାରଣ କଲେ ପିଲା ସମ୍ପୂର୍ଣ୍ଣ ଭଲରେ ରହିବେ।

{"id":133572,"width":590,"height":590}

ସେହିପରି ବହୁ ସମୟରେ ଅଧିକାଂଶ ଲୋକ ନିଜର ମାନସିକ ଭାରସାମ୍ୟ ହରାଇ ବସନ୍ତି। କେଉଁ ପରିସ୍ଥିତି କଣ ନିଷ୍ପତ୍ତି ନେବେ ଜାଣି ପାରନ୍ତି ନାହିଁ । ଏହି କ୍ଷେତ୍ରରେ ଘରେ ବିଦ୍ୟାଦାତା ପ୍ରଭୁ ଗଣେଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ। ପ୍ରଭୁ ଗଣେଷଙ୍କୁ ମୋତିର ହାର ପିନ୍ଧାଇ ଦିଅନ୍ତୁ। ନିଜର ମାନସିକ ଓ ପାରିବାରିକ ସମସ୍ୟା ସବୁ ଦୂରେଇ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.