ଅଜବ ଏହି କନ୍ୟା ବଜାର: ଟଙ୍କା ଦେଇକିଣିବାକୁ ପଡିଥାଏ ନିଜ ପସନ୍ଦର କନ୍ୟା, ଜାଣନ୍ତୁ କେଉଁଠି

Published By : Prameya-News7 Bureau | December 20, 2018 IST

ଆମ ଦେଶରେ ବିବାହର ମହତ୍ୱ ଆମେ ସମସ୍ତେ ଜାଣିଛେ | ବିବାହ ପୂର୍ବରୁ ସ୍ଥିର ହୋଇଥାଏ ବୋଲି ବିଶ୍ୱାସ ରହିଛି | ବିବାହ ଯୋଡି ଭଗବାନ ପୂର୍ବରୁ ହିଁ ସ୍ଥିର କରିଥାନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ବଜାର ସମ୍ପର୍କରେ କହିବୁ ଯେଉଁଠି କନ୍ୟା ବିକ୍ରି ହୋଇଥାଏ | ଯେଉଁଠୁ ଆପଣ ନିଜ ଇଚ୍ଛାରେ, ନିଜ ପସନ୍ଦରେ କନ୍ୟା ବାଛି ପାରିବେ | ଏହି କନ୍ୟା ବିକ୍ରି  ନୈତିକତା ଦୃଷ୍ଟିରୁ ଠିକ ବୋଲି ବିଶ୍ୱାସ ରହିଛି | ବିଶ୍ୱାସ ଯୋଗ୍ୟ ନହୋଇଥିଲେ ମଧ୍ୟ ଏହା ସତ୍ୟ | 

{"id":65566}

ବୁଲଗେରିଆର ଷ୍ଟାର ଜାଗୋର ନାମକ ଏକ ବଜାରରେ ପ୍ରତି ୩ ବର୍ଷରେ ଥରେ କନ୍ୟାମାନଙ୍କ ବଜାର ବସେ | ଏଠାରେ ବର ନିଜ ମନ ମୁତାବକ କନ୍ୟା ବାଛି ବିବାହ କରି ତାକୁ ନିଜ ସ୍ତ୍ରୀ କରିବାର ସମ୍ପୂର୍ଣ ଅଧିକାର ରହିଛି | ତେବେ ଏହି ମେଳା ବା ବଜାର ଗରିବ ପରିବାର ଦ୍ୱାରା ବସିଥାଏ | ଯେଉଁ ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥାଏ ଏବଂ ଯେଉଁମାନେ ନିଜ ଝିଅର ବାହାଘର ଖର୍ଚ୍ଚ ଉଠେଇବା ପାଇଁ ସକ୍ଷମ ନଥାନ୍ତି | 

{"id":65567,"width":582,"height":361}

ବଜାରକୁ ଝିଅମାନଙ୍କୁ କନ୍ୟା ଭଳି ସଜେଇ ହୋଇ ନିଆଯାଇଥାଏ | ବିବାହ ବେଳେ ଝିଅମାନେ ଯେମିତି ସଜେଇ ହୋଇଥାନ୍ତି ଏହି ବଜାରକୁ ମଧ୍ୟ ସେମାନେ ସେମିତି ସଜେଇ ହୋଇ ଆସିଥାନ୍ତି | ଏହି ବଜାରକୁ ପ୍ରାୟ ସବୁ ବୟସ ଯୁବତୀ ଏବଂ ମହିଳା ସାମିଲ ଥାଆନ୍ତି | କନ୍ୟା କିଣିବା ପାଇଁ ସବୁବେଳେ ବର ସହ ତାଙ୍କ ପରିବାରଲୋକେ ମଧ୍ୟ ଯାଇଥାନ୍ତି | ପୁଅ ପ୍ରଥମେ ନିଜ ପସନ୍ଦର ଝିଅ ବାଛିଥାଏ | ଏହାପରେ ଉଭୟ ପୁଅ ଝିଅ କଥାବାର୍ତ୍ତା କରିଥାନ୍ତି | ଏହାପରେ ଉଭୟ ପରିବାରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ପୁଅ ବାଛିଥିବା ଝିଅକୁ ନିଜ ପତ୍ନୀ ସ୍ୱୀକାର କରି ଝିଅର ନିର୍ଧାରିତ ମୂଲ୍ୟ ପ୍ରଦାନ କରିଥାନ୍ତି | କନ୍ୟା କିଣିବାର ଏହି ପ୍ରଥା ଗରିବ ପରିବାରରେ ବହୁତ ଆଗରୁ ଚାଲିଆସିଛି | ଏଥିପାଇଁ ଆଇନଗତ ଭାବେ କୌଣସି କଟକଣା ମଧ୍ୟ ନାହିଁ | 

{"id":65568,"width":588,"height":309}

ଏହି ବଜାର ବୁଲଗେରିଆର କଲାଇଦଜି ସମ୍ପ୍ରଦାୟ ଦ୍ୱାରା ବସିଥାଏ | ଏହି ସମ୍ପ୍ରଦାୟ ଛଡା ଅନ୍ୟ କୌଣସି ବ୍ୟକ୍ତି ଏଠାରୁ କନ୍ୟା କିଣିପାରିବେ ନାହିଁ | ଯେଉଁମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥାଏ କେବଳ ସେମାନେ ହିଁ ଏହି ବଜାରରେ ସାମିଲ ହୋଇଥାନ୍ତି | 

{"id":65569,"width":587,"height":382}

ଏହି ବଜାରରେ ଝିଅମାନେ ଏକା ଆସନ୍ତି ନାହିଁ | ପରିବାରର ଯେକୌଣସି ସଦସ୍ୟ ତାଙ୍କ ସହିତ ଆସିଥାନ୍ତି | ତେବେ କନ୍ୟା ବିକ୍ରି ସହ ଜଡିତ ସମସ୍ତ ନିୟମ ଉଭୟ ପକ୍ଷ ଦ୍ୱାରା ପାଳନ କରାଯାଇଥାଏ |  

{"id":65570}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.