ପ୍ରତିଦିନ ୫୦ ଗ୍ରାମ କଞ୍ଚା ପନିର ଖାଇବା ଦ୍ବାରା ମିଳିଥାଏ ବହୁ ଫାଇଦା, ପୁରୁଣା ରୋଗ ଦୂର ହୁଏ…

Published By : Prameya-News7 Bureau | October 20, 2019 IST

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ମଣିଷ ନିଜ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେଇ ନ ଥାଏ । ଆଜି ଏପରି ଏକ ଜିନିଷ ସଂପର୍କରେ ଆପଣ ଜାଣିବେ ଯାହାକୁ ଖାଇଲେ ସ୍ବାସ୍ଥ୍ୟପ୍ରତି ଲାଭ ଦାୟକ ହୋଇଥାଏ। ପନିର ଏକ ଦୁଗ୍ଧ ଜାତୀୟ ପର୍ଦାର୍ଥ। ଭାରତୀୟ ଉପ ମହାଦ୍ବୀପ​‌ରେ ପନିର ବ୍ୟବହାର ଅଧିକ ହୋଇଥାଏ। ଛେନାରୁ ପନିର ତିଆରି ହେବା କଥା ସାଧାରଣତଃ ସମସ୍ତେ ଜାଣିଥି​‌ବେ। ଥଣ୍ଡା ଅଞ୍ଚଳଗୁଡିକରେ ପନିର ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ। ଏପରିକି କାଶ୍ମୀରର ଲୋକେ ଅଧିକ ମାତ୍ରାରେ ପନିରକୁ ଖାଇବାରେ ବ୍ୟବହାର କରିଥାନ୍ତି।

କଞ୍ଚା ପନିରରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ଥାଏ। ପ୍ରତିଦିନ ୫୦ ଗ୍ରାମ କଞ୍ଚା ପନିର ଖାଇବା ଦ୍ବାରା ମଣିଷର ହାଡ଼ ଶକ୍ତ ହୋଇଥାଏ। ଏଥିସହ ଦେହରେ ଲାଗି ରହିଥିବା ଯନ୍ତ୍ରଣାରୁ ମଧ୍ୟ ତ୍ରାହି ମିଳିଥାଏ। କଞ୍ଚା ପନିର ଖାଇବା ଦ୍ବାରା ପାଚନ ପ୍ରକ୍ରିୟ ଶକ୍ତିଶାଳୀ ହୋଇଥାଏ। ଏଥିସହ ପେଟ ଜନିତ ସମସ୍ୟା ଏସିଡିଟିରୁ  ମଧ୍ୟ ମୁକ୍ତି ମିଳିଥାଏ। କଞ୍ଚା ପନିରରୁ ଓମେଗା-୩ ଫ୍ୟାଟି ଏସିଡ୍‌ ମିଳିଥାଏ। ଏହା ଡାଇବିଟ୍‌ସ୍ ଲୋକଙ୍କ ପ୍ରତି ଫାଇଦା ଦେଇଥାଏ।

କଞ୍ଚା ପନିର ସେବନ କରିବା ଦ୍ବାରା ମଣିଷ ଦେହରେ ସୁଗାର ନିୟନ୍ତ୍ରଣ ହୋଇଥାଏ। ଏଥିରୁ ପ୍ରୋଟିନ ମିଳିବା ସହ ବହୁ ପୋଷକ ତତ୍ବ ମଧ୍ୟ ମିଳିଥାଏ। ପ୍ରତିଦିନ  କଞ୍ଚା ପନିର ଖାଇବା ଦ୍ବାରା ମଣିଷର ଥକାପଣ ଓ ଦୁର୍ବଳତା ଦୂର କରିଥାଏ। କଞ୍ଚା ପନିର ଶରୀରର ମୋଟାପଣ ଦୂର କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.