Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ମାସକୁ ଚାରିଥର ଖାଆନ୍ତୁ ଏହି ଖାଦ୍ୟ,୮୦ ବର୍ଷ ଯାଏଁ ଦୁର୍ବଳତା ଅନୁଭବ କରିବେନାହିଁ ….ଆସନ୍ତୁ ଜାଣିବା ସେ ଖାଦ୍ୟ କଣ ହୋଇପାରେ…

24/12/2018 at 7:16 PM

ଶରୀର ପାଇଁ ପୋଷକତତ୍ତ୍ଵ ନିହାତି ଆବଶ୍ୟକ । ଯଦି ଉପଯୁକ୍ତ ପରିମାଣରେ ପୋଷକ ଆମ ଶରୀରକୁ ନ ମିଳେ, ଦୁର୍ବଳ ହେବା ସଂଙ୍ଗେସଙ୍ଗେ ବିଭିନ୍ନ ରୋଗ ବି ଆକ୍ରାନ୍ତ କରେ । ସବୁଦିନ ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଉପଯୁକ୍ତ ପରିମାଣରେ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର ।

ଆଜି ଆପଣଙ୍କୁ ଏମିତି ଗୋଟିଏ ନୂଆ  ଖାଦ୍ୟ ବିଷୟରେ କହିବୁ ,ଯାହା ଖାଇଲେ ଶକ୍ତିଶାଳୀ ହେବା ସହିତ ଅନେକ ପୋଷକତତ୍ତ୍ଵ ମିଳିବ । ଏହି ଖାଦ୍ୟ ମଧ୍ୟ ନିୟମିତ ମାସକୁ ୪ଥର ଖାଇଲେ ୮୦ ବର୍ଷ ଯାଏଁ ଦୁର୍ବଳ ଅନୁଭବ କରିବେ ନାହିଁ ।

ଆଗରୁ ରାଜାମହାରାଜାମାନଙ୍କ ଅମଳରେ କଳାଚାଉଳ ଖାଇବାର ଆମେ ଶୁଣିଛେ । ଯାହା ସେତେବେଳେ କେବଳ ବଡ଼ଲୋକମାନେ ବ୍ୟବହାର କରୁଥିଲେ । ଏହି ଚାଉଳର ବହୁତ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଚାଉଳରେ ପ୍ରୋଟିନ, ଭିଟାମିନ, ଖଣିଜତତ୍ତ୍ଵ ଭରପୁର ପରିମାଣରେ ଥାଏ । ଯାହା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା ସହଜରେ କୌଣସି ରୋଗ ଶରୀରକୁ ଆକ୍ରମଣ କରିପାରେନାହିଁ ।

କଳାଚାଉଳ ବ୍ୟବହାର କରିବା ଦ୍ଵାରା ମୋଟାପଣରୁ ବି ରକ୍ଷା ପାଇପାରିବେ । ଏହି ଚାଉଳରେ ଗୋଟିଏ ପ୍ରକାର ଫାଇବର ଥାଉ ଯାହା ଶରୀରକୁ ସନ୍ତୁଳନ କରି ରଖେ ।

ଏହି ଚାଉଳ ଆଣ୍ଟିଅକ୍ସିଡ଼ାଣ୍ଟର କାମ ଦେଇଥାଏ, ଯାହା ଶରୀରରେ ଥିବା ବିଷାକ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ ।

କଳାଚାଉଳରେ ଏନ୍ଥୋସାଇନିନ ନାମରେ ଏକ ପଦାର୍ଥ ଥାଏ, ଯାହା ରକ୍ତକୁ ଶୁଦ୍ଧକରିବା ସହ କୋଲେଷ୍ଟୋରେଲକୁ କମ୍ କରିଥାଏ । ଏହାଦ୍ଵାରା କୌଣସି ହାର୍ଟ ସଂବନ୍ଧୀୟ ରୋଗ ହୋଇ ନଥାଏ ।

କଳାଚାଉଳର ଅନେକ ଉପକାରିତା ଥାଏ, ଯାହା ବ୍ୟବହାର କଲେ ନିଜକୁ ୮୦ ବର୍ଷ ଯାଏଁ ସୁସ୍ଥ ରଖିବା ସହିତ କୌଣସି ରୋଗ ସହଜରେ ଆକ୍ରାନ୍ତ କରିବ ନାହିଁ ।

   Related Posts