ଆଧାର କାର୍ଡ ନଥିଲେ ବି ହସ୍ପିଟାଲ୍‌ରେ ଭର୍ତ୍ତି ପାଇଁ ରୋଗୀଙ୍କୁ ମନା କରି ପାରିବେ ନାହିଁ ମେଡିକାଲ୍ କର୍ତ୍ତୃପକ୍ଷ: UIDAI

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫।୦୫: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ(ୟୁଆଇଡିଏଆଇ) ଶନିବାର କହିଛି, କୌଣସି ବି ବ୍ୟକ୍ତିଙ୍କୁ  ଟିକା ଲଗାଇବା, ଔଷଧ ଦେବା, ହସ୍ପିଟାଲ୍‌ରେ ଭର୍ତ୍ତି କରିବା କିମ୍ବା ଚିକିତ୍ସା ଯୋଗାଇବାରେ କେବଳ ଏହା କହି ମନା କରି ପାରିବେ ନାହିଁ ଯେ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ ନାହିଁ। ସେ ସ୍ପଷ୍ଟ କରିଛନ୍ତି, କୌଣସି ଜରୁରୀ ସେବା ଦେବାକୁ ମନା କରିବା ବେଳେ ଆଧାର କାର୍ଡର ବାହାନ କରାଯାଇ ପାରିବ ନାହିଁ। ଆଧାର ନଥିଲେ ବି ଉପରୋକ୍ତ ସେବା ଯୋଗାଇ ଦିଆଯାଇ ପାରିବ ବୋଲି ୟୁଆଇଡିଏଆଇ।

ଦେଶରେ କୋଭିଡ୍ ୧୯ର ଦ୍ଵିତୀୟ ଲହର ମଧ୍ୟରେ ୟୁଆଇଡିଏଆଇର ଏହି ଟିପ୍ପଣୀ ବହୁତ ଗୁରୁତ୍ଵ ବହନ କରୁଛି। ୟୁଆଇଡିଏଆଇ ନିଜର ବିବୃତ୍ତିରେ କହିଛି, ଆଧାର ମାମଲାରେ ଏକ ଅପବାଦର ମାହୋଲ ସୃଷ୍ଟି କରାଯାଇଛି ଯେ, ସେବାର ଲାଭ ନେବା ପାଇଁ ୧୨ ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଆଇଡି କାର୍ଡ ଜରୁରୀ। ଯଦି କୌଣସି ନାଗରିକଙ୍କ ପାଖରେ କୌଣସି କାରଣରୁ ଆଧାର କାର୍ଡ ନାହିଁ ତେବେ ଆଧାର ଅଧିନିୟମ ଆଧାରରେ ତାଙ୍କୁ ସେବା ଯୋଗାଇବାରେ ମନା କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ଆଧାର କାର୍ଡ ନଥିବା କାରଣରୁ ଅନେକ ଲୋକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ବଞ୍ଚିତ ହେବାକୁ ପଡୁଥିଲା। ୟୁଆଇଡିଏଆଇ ସ୍ପଷ୍ଟ କରିଛି ଯେ, ଆଧାର ନଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ଟିକା, ଔଷଧ ଯୋଗାଇବା, ହସ୍ପିଟାଲ୍‌ରେ ଭର୍ତ୍ତି କରିବା କିମ୍ବା ଚିକିତ୍ସା ଯୋଗାଇବାରେ ମନା କରାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.