Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲକଡାଉନ୍ ୨.୦: ମେ’ ୩ ଯାଏଁ କରିପାରିବେ ନାହିଁ ଏହି ୧୩ଟି କାମ, ପଢନ୍ତୁ ତାଲିକା

15/04/2020 at 4:13 PM

ନୂଆଦିଲ୍ଲୀ, ୧୫|୦୪:  ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସକୁ ରୋକିବା ପାଇଁ ସରକାର ଲକଡାଉନକୁ ମେ’ ମାସ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହାକୁ ନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଏଥିରେ କୃଷକ, ପାଇପ ମିସ୍ତ୍ରୀ, ମେକାନିକ ଓ କର୍ପୋରେଟକୁ ଆଶ୍ୱସ୍ତି ମିଳିଛି । ତେବେ ଆଇଟି କମ୍ପାନୀଙ୍କୁ କିଛି ସର୍ତ୍ତ ମାନିବାକୁ କୁହାଯାଇଛି ।

ସରକାର କହିଛନ୍ତି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧର ଉତ୍ପାଦନ ଜାରି ରହିବ । କିଛି ସର୍ତ୍ତ ଅନୁସାରେ ଟ୍ରକକୁ ପରିବହନ ପାଇଁ ଅନୁମତି ମିଳିବ । ଲକଡାଉନରେ ଫସିଥିବା ଲୋକଙ୍କ ପାଇଁ ହୋଟେଲ, ଲଜ୍ ଆଦି ଖୋଲା ରହିବ । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଏପରି ୧୩ ଟି ସୁବିଧା ରହିଛି ଯାହାକୁ ଆପଣ ଏବେ ବ୍ୟବହାର କରିପାରିବେ ନାହିଁ ।

୧- ଆଜିଠାରୁ ଆପଣ ବିନା ମାସ୍କରେ ବାହାରକୁ ଯାଇପାରିବେ ନାହିଁ । ଏପରିକି ସର୍ବସାଧାରଣ ସ୍ଥାନରେ ଛେପ ମଧ୍ୟ ପକାଇପାରିବେ ନାହିଁ । ଏହାର ଉଲଙ୍ଘନ କଲେ ଫାଇନ ଦେବାକୁ ପଡିବ ।

୨- ମେ ୩ ଯାଏଁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ।

୩- ଆଜିଠାରୁ ମେ ୩ ଯାଏଁ ପାସେଞ୍ଜର ଟ୍ରେନ, ସ୍ପେସାଲ ଟ୍ରେନ, ଏକ୍ସପ୍ରେସ ଆଦି ବନ୍ଦ ରହିବ ।

୪- ସମସ୍ତ ପ୍ରକାର ବସ ଓ ସାଧରଣ ପରିବହନ ଗାଡି ଚଳାଚଳ ବନ୍ଦ ରହିବ ।

୫- ଓଲା, ଉବେର ଭଳି କ୍ୟାବ ସର୍ଭିସ ମଧ୍ୟ ବନ୍ଦ ରହିବ ।

୬- ମେ ୩ ଯାଏଁ ଦିଲ୍ଲୀ, ମୁମ୍ବାଇ, କୋଲକାତାର ମେଟ୍ରୋ ସେବା ମଧ୍ୟ ବାତିଲ ହୋଇଛି ।

୭- ଲକଡାଉନ ଶେଷ ହେବା ଯାଏଁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ କରିଦିଆଯାଇଛି ।

୮- ମେ ୩ ଯାଏଁ ସମସ୍ତ ଜିମ୍, ସିନେମା ହଲ, ପାର୍କ, ମାର୍କେଟ ଖୋଲିବ ନାହିଁ ।

୯-ସମସ୍ତ ହୋଟେଲ, ଫୁଡ କେରା୍ଟ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବ ।

୧୦- ସମସ୍ତ ଧାର୍ମିକ ଅନୁଷ୍ଠାନ, ମନ୍ଦିର, ମସଜିଦ, ଚର୍ଚ୍ଚ ମେ ୩ ଯାଏଁ ଖୋଲିବ ନାହିଁ ।

୧୧- ବାଣିଜ୍ୟିକ କାରବାର ଯେପରିକି ଘର, ଜାଗା, ଜମି କ୍ରୟ ବିକ୍ରୟ ମଧ୍ୟ ଆପଣ କରିପାରିବେ ନାହିଁ ।

୧୨-କୌଣସି ସାର୍ବଜନିକ ସ୍ଥାନରେ ଉତ୍ସବ ପାଳନ କରାଯାଇପାରିବ ନାହିଁ ଯ

୧୩- ବିବାହ ଓ ଅନ୍ତିମ ସଂସ୍କାର ଉପରେ ରୋକ ଲାଗି ନାହିଁ । ଅନ୍ତିମ ସଂସ୍କାରରେ ଅତିବେଶୀରେ ୨୦ ଜଣ ଯାଇପାରିବେ ଓ ବିବାହରେ କେତେ ଅତିଥି ଆସିବେ ସେନେଇ ପ୍ରଶାସନର ଅନୁମତି ଆବଶ୍ୟକ ।

   Related Posts