ଆସିବ ନାହିଁ ଏସିର ବିଜୁଳି ବିଲ୍ : ଅବଲମ୍ବନ କରନ୍ତୁ ଏହି ଉପାୟ
29/06/2019 at 4:22 PM

ନୂଆଦିଲ୍ଲୀ ୨୯/୬: ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବା ପାଇଁ ବହୁତ ଲୋକେ ଏସି କିଣିବା କଥା ଚିନ୍ତା କରନ୍ତି,କିନ୍ତୁ ଯାହା ପାଖରେ ଏହି ରହିଛି ସେମାନେ ଏସି ବିଲ୍ ପାଇଁ ଚିନ୍ତିତ ହେଉଥିବେ। ଆମେ ଆଜି ଆପଣଙ୍କୁ ଏପରି ଏକ ଏସି ବିଷୟରେ କହିବା ଯାହା ଦ୍ବାରା ଆପଣଙ୍କ ଖର୍ଚ୍ଚ ଜିରୋ ହୋଇଯିବ। ଆପଣ ଗରମରୁ ରକ୍ଷା ପାଇବା ପାଇଁ ସୋଲାର ଏସିର ବିକଳ୍ପକୁ ବାଛିପାରିବେ। ସୋଲାର ଏସିର ଫାଇଦା ହେଉଛି ଏହା ଯେ ଏହା ଥରେ ଲଗାଇବା ପରେ ଆପଣ ସବୁଦିନ ପାଇଁ ବିଜୁଳି ବିଲରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇଯିବେ।

ସୋଲାର ଏସି ନିର୍ମାଣ କରୁଥିବା କମ୍ପାନୀଙ୍କ କହିବାନୁସାରେ ଏହା ସବୁ ଋତୁରେ କାମ କରିଥାଏ। ସବୁଠୁ ଖାସ୍ କଥା ହେଉଛି ଯେ ଏହାର ମେଣ୍ଟେନାନ୍ସ ବିଲକୁଲ କମ୍। ଏଥିଯୋଗୁଁ ବାରମ୍ବାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ଏସି କିଣିଲେ ଆପଣଙ୍କୁ ସୋଲାର ପ୍ୟାନେଲ୍ ସହ ଡିସିରୁ ଏସି କନଭର୍ଟର ମଧ୍ୟ ମିଳିବ। ସୋଲାର ପ୍ୟାନେଲକୁ ମଧ୍ୟ ଲଗାଇବା ଅତ୍ୟନ୍ତ ସହଜ। ଯେକୈାଣସି ସ୍ଥାନରେ ଛାତ ଉପରେ କିମ୍ବା ଏପରି ସ୍ଥାନ ଯେଉଁଠାରୁ ଭଲ ଖରା ଆସୁଥିବ ସେଠାରେ ଏହାକୁ ଲଗାଯାଇପାରିବ। ଏସିକୁ ରାତିରେ ମଧ୍ୟ ଚଲାଇପାରିବେ। ଏପରି ଆପଣ ବ୍ୟାଟେରୀ ଜରିଆରେ କରିପାରିବେ। ଏହି ବ୍ୟାଟେରୀ ଦିନରେ ସୋଲାର ପ୍ୟାନେଲରେ ଚାର୍ଜ ହୋଇଯିବ ଏବଂ ରାତିରେ ଏଥିରେ ଏସି ଚାଲିପାରିବ।

ଭିଡିଓଫୋନ୍ ଏବଂ ଏଲଜି ଭଳି କମ୍ପାନୀ ସୋଲାର ଏସି ନିର୍ମାଣ କରୁଛି। ଆପଣ ଏହାକୁ ଅନଲାଇନରେ ମଧ୍ୟ କିଣିପାରିବେ। ୧ଟନ୍ କ୍ଷମତା ଥିବା ଏସି ପାଇଁ ୮ସୋଲାର ପ୍ୟାନେଲ୍ ଲଗାଇବାକୁ ପଡ଼ିଥାଏ। କମ୍ପାନୀ ସୋଲାର ପ୍ୟାନେଲ୍,ଡିସି ଟୁ ଏସି କନଭର୍ଟର ସହିତ ଇନଷ୍ଟଲେସନ୍ର ସୁବିଧା ପ୍ରଦାନ କରିଥାଏ। ସୋଲାର ଏସିର ମୂଲ୍ୟ ସାମାନ୍ୟ ଏସି ତୁଳନାରେ ଟିକେ ଅଧିକ। ଏବେର ଦାମ୍ ହିସାବରେ ଏହି ସୋଲାର ଏସିର ମୂଲ୍ୟ ଏକ ଲକ୍ଷ ଟଙ୍କା। ଏହା ବ୍ୟତୀତ ବ୍ୟାଟେରୀର ଖର୍ଚ୍ଚ ମଧ୍ୟ ଆପଣଙ୍କୁ ଦେବାକୁ ପଡ଼ିବ। ଆପଣଙ୍କୁ ଥରେ ମାତ୍ର ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଦ୍ବାରା ଆପଣଙ୍କୁ ଅତ୍ୟଧିକ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ।
