କେବଳ ଜାମ୍ମୁ-କାଶ୍ମୀର ନୁହେଁ , ଭାରତର ଏହି ରାଜ୍ୟଗୁଡ଼ିକରେ ମଧ୍ୟ ଆପଣ କିଣି ପାରିବେ ନାହିଁ ସମ୍ପତ୍ତି

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬/୮: ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଏବେ ସେଠା​‌ରେ ଯେ କୈାଣସି ବ୍ୟକ୍ତି ଜମି ବାଡ଼ି କିମ୍ବା ସମ୍ପତ୍ତି କିଣି ପାରିବେ। କିନ୍ତୁ ପୂର୍ବରୁ ସେକଥା ନଥିଲା ।

{"id":141503,"width":576,"height":403}

କିନ୍ତୁ ଜାମ୍ମୁ-କାଶ୍ମୀର ବ୍ୟତୀତ ଭାରତର ଏପରି ଅନେକ ରାଜ୍ୟ ରହିଛି ଯେଉଁଠାରେ ଆପଣ ଜମି କିଣି ପାରିବେ ନାହିଁ।

{"id":141504}

ହିମାଚଳ ପ୍ରଦେଶ : ଯଦି ଆପଣ ହିମାଚଳ ପ୍ରଦେଶର ବାସିନ୍ଦା ନୁହନ୍ତି ତେବେ ସେଠାକୁ ଯାଇ ଆପଣ କୌଣସି ସମ୍ପତ୍ତି କିମ୍ବା ଘର କିଣିପାରିବେ ନାହିଁ। ଏପରିକି ଅନ୍ୟ ଚାଷୀମାନେ ମଧ୍ୟ ସେଠାରେ ଜମି କିଣିପାରିବେ ନାହିଁ। ୧୯୭୨ମସିହାର ମୁଜାରା ଆଇନର ଧାରା ୧୧୮ଅନୁସାରେ କୌଣସି ଅନ୍ୟ କୃଷକ କିମ୍ବା ବାହାର ବାସିନ୍ଦା ହିମାଚଳ ପ୍ରଦେଶରେ ଜମି କିଣି ପାରିବେ ନାହିଁ।

{"id":141505}

ଉତ୍ତର-ପୂର୍ବ ରାଜ୍ୟ : ଉତ୍ତର-ପୂର୍ବ ଭାଗର ଅନେକ ରାଜ୍ୟ ଏପରି ରହିଛି ଯେଉଁଠି ଯେକୌଣସି ଭାରତୀୟ ଯାଇ ଜମି କିଣି ପାରିବେ ନାହିଁ। ନାଗାଲାଣ୍ଡ, ମିଜୋରାମ,ସିକିମ୍, ଅରୁଣାଚଳ ପ୍ରଦେଶ, ମେଘାଳୟ ଆଦି ରାଜ୍ୟକୁ ଯାଇ କୌଣସି ସାର୍ବଜନିକ ସମ୍ପତ୍ତି କିମ୍ବା ଜମି କିଣି ପାରିବେ ନାହିଁ।

{"id":141506,"width":569,"height":473}

ସିକିମରେ କେବଳ ସିକିମର ବାସିନ୍ଦାଙ୍କୁ ଜମି କିଣିବାକୁ ଅନୁମତି ରହିଛି। ଭାରତର ସମ୍ବିଧାନର ଧାରା ୩୭୧ଏଫ,ଯାହା ସିକିମକୁ ବିଶେଷ ମାନ୍ୟତା ଦେଇଥାଏ,ବାହାର ଲୋକଙ୍କୁ ଏଠାରେ ଭୂମି କିମ୍ବା ସମ୍ପତ୍ତିକିଣା ଉପରେ ପ୍ରତିବନ୍ଧକ ଜାରି କରିଥାଏ। ଏହି ରାଜ୍ୟରେ କେବଳ ଆଦିବାସୀ ହିଁ ଭୂମି ଏବଂ ସମ୍ପତ୍ତି କିଣି ପାରିବେ।

{"id":141507}

ଜାମ୍ମୁ କାଶ୍ମୀର ଭଳି ନାଗାଲାଣ୍ଡରେ ଏକ ବିଶେଷ ବ୍ୟବସ୍ଥା ରହିଛି। ୧୯୬୩ମସିହାରେ ରାଜ୍ୟ ହେବା ସହ ବିଶେଷ ଅଧିକାର ଭାବେ ଆର୍ଟିକଲ୍ ୩୭୧(ଏ)ର ସୁବିଧା ମିଳିଥିଲା। ଏଠାରେ ମଧ୍ୟ ଏପରି ଅନେକ ପ୍ରସଂଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ ନାହିଁ । ସେଗୁଡ଼ିକ ହେଲା ଧାର୍ମିକ ଏବଂ ସାମାଜିକ ବ୍ୟବସ୍ଥା, ନାଗା ସମ୍ପ୍ରଦାୟର ନିଜସ୍ବ ନିୟମ,ନାଗା ଆଇନ ଆଧାରରେ ସାଧାରଣ ଏବଂ ଫୌଜଦାରୀ ମାମଲାର ବିଚାର, ଜମିର ମାଲିକାନା ଏବଂ କିଣାବିକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.