Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଏଣିକି କାର୍ ଚଲାଇବା ସମୟରେ ବ୍ୟବହାର କରିପାରିବେ ଫୋନ୍ କିନ୍ତୁ ରହିଛି ଏହି ସର୍ତ

29/09/2020 at 3:52 PM

ନୂଆଦିଲ୍ଲୀ ୨୯/୦୯ : ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ବଡ ଘୋଷଣା କରିଛି । ମନ୍ତ୍ରାଳୟ କହିଛି ଯେ କାର ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରିପାରିବେ । କିନ୍ତୁ ମୋବାଇଲ କେବଳ ରୁଟ୍ ନେଭିଗେସନ୍ ପାଇଁ କରାଯାଇପାରିବ ବୋଲି ସ୍ପଷ୍ଟ କରିଛନ୍ତି । କାର୍ ଚଲାଇବା ସମୟରେ ଡ୍ରାଇଭିଙ୍ଗ୍ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ଡ୍ରାଇଭିଙ୍ଗ୍ ସମୟରେ ଫୋନରେ କଥାବାର୍ତ୍ତା ହେଉଥିଲେ ଯଦି ଧରା ପଡନ୍ତି ତାହେଲେ ହଜାରେ ରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡିପାରେ ।

ଯାନବାହାନ ଆଇନର ଏହି ନୂଆ ନିୟମ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ଗତ ବର୍ଷ କେନ୍ଦ୍ର ସରକାର ଏହି ଆଇନରେ ଅନେକ ସଂଶୋଧନ ଲାଗୁ କରିଥିଲେ ଯେଉଁଥିରେ ପରିବହନ ନିୟମ ଠାରୁ ଆରମ୍ଭ କରି ସଡକ ସୁରକ୍ଷା ଆଦି ସାମିଲ ଥିଲା । ଏହି ନିୟମ ଉଲଙ୍ଘନ କଲେ ଭାରି ଜରିମାନା ବ୍ୟବସ୍ଥା କରାଯାଇଥିଲା । ଦୁର୍ନୀତି କମ୍ କରିବାକୁ ଟେକ୍ନୋଲୋଜିକୁ ଅପଗ୍ରେେଡସନ୍ ମିଳିଥିଲା ।

ମନ୍ତ୍ରାଳୟ କହିଛି ଯେ କେନ୍ଦ୍ର ଯାନବାହାନ ନିୟମ ସଂଶୋଧନ ହୋଇଛି । ବାହନ ସମ୍ବନ୍ଧୀୟ ଜରୁରୀ କାଗଜପତ୍ର- ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଡକୁମେଣ୍ଟ, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ସରକାର ଦ୍ୱାରା ସଞ୍ଚାଳିତ ୱେବ ପୋର୍ଟାଲ ମାଧ୍ୟମରେ ମେଣ୍ଟେନ୍ କରାଯାଇପାରିବ । ଇଲେକ୍ଟ୍ରୋନିକ୍ ପୋର୍ଟାଲ୍ ଜରିଆରେ କମ୍ପାଉଣ୍ଡିଙ୍ଗ୍, ଇମ୍ପାଉଣ୍ଡିଙ୍ଗ୍, ଏଂଡର୍ସମେଣ୍ଟ, ଲାଇସେନ୍ସ ସସ୍ପେନସ୍ନ ଓ ରିଭୋକେସନ୍, ରେଜିଷ୍ଟ୍ରେସନ୍ ଓ ଇ-ଚାଲାଣ ମଧ୍ୟ ଜାରି ହୋଇପାରିବ ।

   Related Posts