Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଶାହରୁଖ ଖାନଙ୍କ ଘରେ ଅତିଥି ହେଲେ କେମିତି ଅନୁଭବ କରିବେ ? ଭାଗ୍ୟଶାଳୀ ହୋଇଥିଲେ କିଙ୍ଗ୍ ଖାନଙ୍କ ଘରେ ବିତାଇ ପାରିବେ ଗୋଟିଏ ରାତି…

19/11/2020 at 5:16 PM

ଭୁବନେଶ୍ୱର ୧୯/୧୧ : ଯଦି ଆପଣ ଗୋଟିଏ ରାତି ପାଇଁ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଅତିଥି ହୁଅନ୍ତି ତାହେଲେ କେମିତି ଅନୁଭବ କରିବେ ? ନିଶ୍ଚୟ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ହେବ। କେବେ କିଏ ଭାବି ନଥିବେ ଯେ ସେ ଗୋଟିଏ ରାତି ପାଇଁ ଶାହରୁଖ ଖାନଙ୍କ ଘରର ଅତିଥି ହୋଇପାରିବେ। ହଁ, ନିଶ୍ଚୟ ହୋଇପାରିବେ, ଯଦି ଆପଣ ସେତିକି ଭାଗ୍ୟଶାଳୀ ହୋଇଥିବେ। ଶାହରୁଖ ଖାନଙ୍କ ଦିଲ୍ଲୀ ସ୍ଥିତ ଘରେ ଗୋଟିଏ ରାତି ରହିବା ପାଇଁ ସିଲେକ୍ସନ କମିଟି ଦ୍ୱାରା ଦୁଇଜଣ ସାଧାରଣ ଲୋକଙ୍କୁ ବଛାଯିବ। ସିଲେକ୍ସନ୍ କମିଟିରେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ବି ସାମିଲ ରହିବେ।

ଆମେରିକା ଭେକେସନ ରେଣ୍ଟାଲ ଅନଲାଇନ କମ୍ପାନୀ Airbnb ସାଧାରଣ ଜନତାଙ୍କୁ ଏହି ମଉକା ଦେଉଛି। ଏଥିପାଇଁ ଆପଣଙ୍କୁ http://www.airbnb.com/d/homewithopenarms ଏହି ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡିବ। ଏହି ଆବେଦନର ଶେଷ ତାରିଖ ନଭେମ୍ବର ୩୦। ଡିସେମ୍ବର ୧୫ ତାରିଖରେ ବଛାଯାଇଥିବା ଦୁଇଜଣ ଭାଗ୍ୟଶାଳୀ ବ୍ୟକ୍ତି ନାଁ ଘୋଷଣା କରାଯିବ।

ନାଁ ଘୋଷଣା ହେବାପରେ ଶାହରୁଖ ଖାନଙ୍କ ଦିଲ୍ଲୀର ପଞ୍ଚଶିଳ ପାର୍କ ସ୍ଥିତ ଘରେ ବଛାଯାଇଥିବା ୨ଜଣ ବ୍ୟକ୍ତିଙ୍କୁ ରାତି ବିତାଇବାକୁ ମଉକା ମିଳିବ। ୨୦୨୧ ଫେବୃଆରୀ ୧୩ ତାରିଖରେ ଏହି ଦୁଇଜଣ ଶାହରୁଖ ଖାନଙ୍କ ଘରେ ରାତି ବିତାଇ ପାରିବେ। ଶାହରୁଖ ଖାନ ନିଜେ ଏ ସମ୍ପର୍କରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦୁଇ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ଶାହରୁଖ ଘରେ ରାତ୍ରି ଭୋଜନ କରିବାର ମଉକା ମଧ୍ୟ ମିଳିବ। ଏହାସହ ସେମାନେ ଶାହରୁଖ ଖାନଙ୍କ ଫିଲ୍ମ ମଧ୍ୟ ଦେଖିପାରିବେ। ଜଣେ ସାଧାରଣ ବ୍ୟକ୍ତିଙ୍କୁ କୌଣସି ବଲିଉଡ ସୁପରଷ୍ଟାରଙ୍କ ଘରେ ରାତି ବିତାଇବାକୁ ମଉକା ମିଳିଥିବା ଏହା ପ୍ରଥମ ଘଟଣା।

ଦିଲ୍ଲୀ ସ୍ଥିତ ଘରକୁ ଗୌରୀ ଖାନ ନିଜେ ଡିଜାଇନ କରିଛନ୍ତି। ଶାହରୁଖ ନିଜ ପରିବାର ସହ ମୁମ୍ବାଇରେ ରୁହନ୍ତି। କିନ୍ତୁ ଦିଲ୍ଲୀ ସ୍ଥିତ ଘର ସହ ଶାହରୁଖଙ୍କ ଅନେକ ସ୍ମୃତି ଜଡିତ। ସେ ଯେବେ ବି ଦିଲ୍ଲୀ ଗଲେ ଏହି ଘରେ ହିଁ ରୁହନ୍ତି ଓ ନିଜ ସ୍ମୃତି ତାଜା କରନ୍ତି।

   Related Posts