ଜିଓ ସେଟ୍ ଟପ୍ ବକ୍ସ ମାର୍କେଟରେ ସୃଷ୍ଟି କଲା ହଇଚଇ : ଜୀବନ ସାରା ଦେଖିପାରିବେ ମାଗଣାରେ ୧୩୪ଟି ଚ୍ୟାନେଲ୍

Published By : Prameya-News7 Bureau | April 03, 2019 IST

ନୂଆଦିଲ୍ଲୀ ୩/୪: ନିକଟରେ ଟ୍ରାଇର ନୂଆ ନିୟମରେ ଗ୍ରାହକଙ୍କୁ ଅଡ଼ୁଆରେ ପକାଇଛି, କାରଣ ନୂଆ ନିୟମ ଅନୁସାରେ ଡିଟିଏଚ୍‌ ଏବଂ କେବଲ ଅପରେଟର ସମସ୍ତ ଚ୍ୟାନେଲକୁ ଏମଆରପି ମୂଲ୍ୟରେ ଉପଲବ୍ଧ କରାଇବା ଆରମ୍ଭ କରି ଦେଇଛି। ଏଥିପାଇଁ ଗ୍ରାହକଙ୍କୁ ଏବେ ପୂର୍ବଠୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏପରି ସ୍ଥଳେ ଗ୍ରାହକମାନେ ମହଙ୍ଗା ଡିଟିଏଚ ଏବଂ କେବଲରୁ ମୁକ୍ତି ପାଇବା ପାଇଁ ଫ୍ରି ଚ୍ୟାନେଲ ଥିବା ସେଟ ଟପ ବକ୍ସ କିଣିବା ଆରମ୍ଭ କରିଦେଲେଣି।

{"id":99760,"width":584,"height":325}

ଯଦି ଆପଣ ବି ନୂଆ ସେଟ ଟପ ବକ୍ସ କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ମାର୍କେଟରେ ଜିଓର ସେଟ ଟପ ବକ୍ସ ଉପଲବ୍ଧ କରି ଦିଆଯାଇଛି। ଏଥିରେ ଜୀବନ ସାରା ୧୩୪ଟି ଚ୍ୟାନେଲ୍ ମାଗଣାରେ ଦେଖିପାରିବେ। ସୂଚନା ଅନୁସାରେ ଜିଓର ଏହି ସେଟ ଟପ ବକ୍ସକୁ ଅନଲାଇନ ସହିତ ଅଫଲାଇନ ମାର୍କେଟରେ ଉପଲବ୍ଧ କରି ଦିଆଯାଇଛି ଯାହା ମାର୍କେଟରେ ହଇଚଇ ସୃଷ୍ଟି କରିଛି।

{"id":99763,"width":595,"height":793}

 ଜିଓର ଏହି ସେଟ ଟପ ବକ୍ସରେ ଡାଇରେକ୍ଟ ସ୍ପିକର ଆଉଟପୁଟ ପାଇଁ ପୋର୍ଟ ଦିଆଯାଇଛି। ଏହାକୁ ଏକାଠି ଦୁଇଟି ଟିଭି ସହ ଯୋଡ଼ିବା ପାଇଁ ଲାନ୍ –ଇନ୍ ଏବଂ ଲାନ୍-ଆଉଟ ପୋର୍ଟ ଦିଆଯାଇଛି। ଅର୍ଥାତ୍ ଏହି ସେଟ ଟପ୍ ବକ୍ସ ମାଧ୍ୟମରେ ଦୁଇଟି ଟିଭିରେ କନେକ୍ସନ ଦିଆଯାଇପାରିବ। ଏହା ବ୍ୟତୀତ ଏହି ସେଟ ଟପ ବକ୍ସରେ ଆରସି କେବଲ ପୋର୍ଟ ମଧ୍ୟ ଦିଆଯାଇଛି।

{"id":99764,"width":594,"height":334}

ଜିଓର ଏହି ସେଟ ଟପ ବକ୍ସର ମୂଲ୍ୟ ମାର୍କେଟରେ ୧୫୯୯ଟଙ୍କା କୁହାଯାଉଛି। ଏହାକୁ ଅନଲାଇନ ଇ-କମର୍ସ ସାଇଟ୍ ଦ୍ବାରା ମଧ୍ୟ କିଣାଯାଇପାରିବ। ଯେଉଁଥିରେ ଗ୍ରାହକମାନେ ଜୀବନ ସାରା ୧୩୪ଟି ଚ୍ୟାନେଲ ମାଗଣାରେ ଦେଖିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.