Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହ୍ବାଟସଆପରେ ଡିଲିଟ୍ ହୋଇଯାଇଥିବା ମ୍ୟାସେଜ ପଢ଼ିବାକୁ ଚାହୁଁଛନ୍ତି କି? ଅବଲମ୍ବନ କରନ୍ତୁ ଏହି ସହଜ ଉପାୟ

13/09/2020 at 11:27 AM

ନୂଆଦିଲ୍ଲୀ ୧୩/୯: ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍ ହ୍ବାଟସଆପର ବ୍ୟବହାର ଆଜିକାଲି ଆମ ଜୀବନରେ ବହୁତ ହେଉଛି। ଏଥିରେ ଏପରି ଅନେକ ଫିଚର୍ସ ରହିଛି ଯାହା ୟୁଜର୍ସଙ୍କୁ ବହୁତ ଫାଇଦା ଦେଇଥାଏ। କିନ୍ତୁ ଏଗୁଡ଼ିକରେ ଗୋଟିଏ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ହ୍ବାଟସଆପ୍ ଡିଲିଟେଡ ମ୍ୟାସେଜେସ୍। ଏବେ ସୁଦ୍ଧା ଏପରି କୌଣସି ଫିଚର ସାମନାକୁ ଆସିନାହିଁ ଯାହା ଦ୍ବାରା ହ୍ବାଟସଆପରେ ଡିଲିଟ୍ କରାଯାଇଥିବା ମ୍ୟାସେଜ ଗୁଡ଼ିକ ରିକଭର କରାଯାଇପାରିବ ଏବଂ ଚ୍ୟାଟରେ ଡିଲିଟ୍ କରାଯାଇଥିବା ମ୍ୟାସେଜଗୁଡ଼ିକ ବିଷୟରେ ଜଣା ଯାଇ ପାରିବ। ଆମେ ସେହି ଉପାୟ ବିଷୟରେ ଆପଣଙ୍କୁ କହିବୁ ଯାହା ଦ୍ବାରା ଆପଣ ହ୍ବାଟସଆପରେ ଡିଲିଟ୍ କରାଯାଇଥିବା ମ୍ୟାସେଜ ପଢ଼ିପାରିବେ। ଏଥିପାଇଁ ଆପଣଙ୍କୁ ଏକ ଆପ୍‌ର ଆବଶ୍ୟକତା ପଡ଼ିବ ଯାହାର ନାଁ WhatsRemoved+

  • ନିଜ ସ୍ମାର୍ଟଫୋନରେ ଗୁଗଲ୍ ପ୍ଲେ ଷ୍ଟୋରରୁ WhatsRemoved+ ଆପ୍‌ଡାଉନଲୋଡ କରିବେ।
  • ଆପ୍‌ ଡାଉନଲୋଡ ହୋଇଯିବା ପରେ ଆପ୍ ଆପଣଙ୍କଠୁ କିଛି ଆକ୍ସେସ ମାଗିବ ତାହାର ପରମିଶନ ଦେବେ।
  • ପରମିଶନ ଦେବା ପରେ ଆପ୍‌କୁ ପୁଣି ଥରେ ଖୋଲିବେ।
  • ଏହା ପରେ ଆପ୍ ଆପଣଙ୍କୁ ପଚାରିବ ଯେ ଆପଣ ଯେଉଁ ନୋଟିଫିକେସନକୁ ସେଭ ରଖିବା କିମ୍ବା ଆପ୍‌ରେ ହୋଇଥିବା ପରିବର୍ତ୍ତନକୁ ଚେକ୍ କରିବାକୁ ଚାହୁଁଛନ୍ତି ସେହି ଆପ୍‌କୁ ବାଛନ୍ତୁ।
  • ଆପଣଙ୍କ ସାମନାରେ ହ୍ବାଟସଆପର ଏକ ଲିଷ୍ଟ ଆସିବ ସେଥିରୁ ହ୍ବାଟସଆପ୍ ବାଛନ୍ତୁ।
  • ଏହା ପରେ Allow ଟ୍ୟାପ୍ କରନ୍ତୁ ଏବଂ Yes, Save Filesକୁ ସିଲେକ୍ଟ କରନ୍ତୁ। ଏପରି କରିବା ପରେ ହିଁ ଆପଣଙ୍କ ଆପ୍ ସେଟିଂ ପୂରା ହୋଇଯିବ ଏବଂ ଆପଣ ଏହାକୁ ବ୍ୟବହାର କରିପାରିବେ।
  • ଏବେ ହ୍ବାଟସଆପରେ ଆସୁଥିବା ସମସ୍ତ ନୋଟିଫିକେସନ ସହ ଯେଉଁ ମ୍ୟାସେଜ ଡିଲିଟ ହୋଇଯିବ ସେହି ମ୍ୟାସେଜ ଆପଣଙ୍କୁ ଏଠାରେ ସେଭ ମିଳିବ।
  • ଡିଲିଟ ମ୍ୟାସେଜକୁ ଦେଖିବା ପାଇଁ ଆପଣଙ୍କୁ କେବଳ ଏହି ଆପ୍ ଖୋଲିବାକୁ ହେବ ଏବଂ ହ୍ବାଟସଆପ୍ ସିଲେକ୍ଟ କରିବାକୁ ହେବ।

ଗୁଗଲ୍ ପ୍ଲେ ଷ୍ଟୋରରେ ଆପଣଙ୍କୁ ଏହି ଆପ୍ ମିଳିଯିବ। ଏହା ଥାର୍ଡ଼ ପାର୍ଟି ଆପ୍। ଯାହାକୁ Development Colors ଡେଭେଲପ୍ କରିଛି। ପ୍ଲେ ଷ୍ଟୋରରୁ ମିଳିଥିବା ସୂଚନା ଅନୁସାରେ ଏହି ଆପ୍‌କୁ ୫ରୁ ୪.୩ ରେଟିଂ ଦିଆଯାଇଛି। ଏହି ଆପ୍‌କୁ ୧ଲକ୍ଷରୁ ଅଧିକ ଲୋକ ରେଟିଂ ଦେଇଛନ୍ତି। ଏହି ଆପ୍‌କୁ ଏବେ ସୁଦ୍ଧା ୫୦ଲକ୍ଷରୁ ଅଧିକ ଲୋକ ନିଜ ଫୋନରେ ଡାଉନଲୋଡ କରିଛନ୍ତି।

   Related Posts