“ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ: ଅନ୍‌ଲାଇନ୍‌ରେ ପୈଠ କରିପାରିବେ ବିଦ୍ୟୁତ ଶୁଳ୍କ

Published By : Prameya-News7 Bureau | October 19, 2020 IST

ଭୁବନେଶ୍ବର ୧୯/ ୧୦: “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ। ଜନସାଧାରଣଙ୍କ ସୁବିଧା ନିମନ୍ତେ ସୋମବାର ସନ୍ଧ୍ୟାରେ “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଜନସାଧାରଣ ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରିବେ। ଗ୍ରାହକମାନେ ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ ମିଳିବ ୨ % ରିହାତି। ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ ମଧ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.