Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆପଣ ବି ଖୋଜିପାରିବେ ସୁନା, ଜାଣନ୍ତୁ କେଉଁଠି

24/05/2019 at 3:52 PM

ସୁନା ପାଇଁ ପ୍ରାୟ ସମସ୍ତଙ୍କର ମୋହ ରହଛି। ତେବେ ମୂଲ୍ୟବାନ ଧାତୁ ହୋଇଥିବା ଯୋଗୁ କେହି ପ୍ରଚୁର ପରିମାଣରେ ଜମା କରିପାରନ୍ତିନି। ତେବେ ସମସ୍ତଙ୍କର ଇଛା କେଉଁଠୁ ସୁନା ମିଳିଯାଆନ୍ତା କି ? ଆମେ କହୁଛୁ  ହଁ ସୁନା ଖୋଜିଲେ ଆପଣି ବି ପାଇପାରିବେ। ଲୋକେ ବର୍ଷବର୍ଷ ଧରି ଚୁପ୍ ଚାପ ସୁନାର ଅନୁସନ୍ଧାନ ଚଳାଇଛନ୍ତି। ଏଥିପାଇଁ କିଏ  ସମୁଦ୍ରର ଅତଳ ଗଭିରକୁ ଯାଉଛି ତ ଆଉ କିଏ ଲୁଚା ଚୋରାରେ ପ୍ରାଚୀନ କବରସ୍ତାନ ଖୋଳୁଛି । ତେବେ ସୁନା ମିଳିବା ସ୍ଥାନର କିଛି ଲକ୍ଷଣ ରହିଛି । ଏହି ସବୁ ଲକ୍ଷଣ ଦେଖି ଖୋଜିଲେ ସେଠୁ ଆପଣଙ୍କୁ ନିଶ୍ଚିତ କିଛି ସୁନା ରୂପା ଭଳି ମୂଲ୍ୟବାନଧାତବ ସାମଗ୍ରୀ ମିଳିଯାଇପାରେ।

ବୈଜ୍ଞାନିକଙ୍କ ଅନୁସାରେ ଉଈ ହୁଂକା ଅଥବା ବୁବୁଲ ଗଛ ତଳେ ନିଶ୍ଚିତ ସୂନା ମିଳିପାରେ। ବବୁଲ ଗଛର ପତ୍ର ଓ ମାଟିର ସ୍ଥିତିକୁ ପରଖି ଏହାର ଆକଳନ କରାଯାଇପାରେ ଏଠାରେ ସୁନା ଅଛି କି ନା। ଏହାର ଉଦାହରଣ ଭାବେ ଅଷ୍ଟ୍ରେଲିଆନ କମନଓ୍ବେଲଥ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନକୁ ନିଆଯାଇପାରେ। ଏହି ସଙ୍ଗଠନର ବୈଜ୍ଞାନିକମାନେ ପଶ୍ଚିମ ଅଷ୍ଟ୍ରେଲିଆର କଲଗୁର୍ଲିରେ ମାଟି ଓ ବବୁଲ ଗଛର ପତ୍ର ବିଶ୍ଲେଷଣ କରି ବିଶାଳ ସୁନାଖଣିର ଆବିଷ୍କାର କରିଛନ୍ତି।

ସଙ୍ଗଠନର ବୈଜ୍ଞାନିକ ରବିଆନନ୍ଦଙ୍କ ଅନୁସାରେ ଯେଉଁଠାରେ ମାଟିର ଆଦ୍ରତା ଅଧିକ ଥାଏ, ସେଠାରେ ଜୀବାଷ୍ମ ଷଢି ସୁନା ବା ଅର୍ଗାନିକ କାର୍ବନ ସୃଷ୍ଟି ହୋଇଥାଏ। ଯେଉଁଠାରୁ ସୁନା ମିଳେ ସେଠାରେ ଅଧିକ ଖୋଳିଲେ ଆହୁରି ବି ସୁନାମିଳିପାରେ। ଅନାବାଦୀ ଜମି ଯେଉଁଠାରେ ଅଧିକ ପରିମାଣରେ ବବୁଲ ଗଛ ଓ ଉଈ ହୁଙ୍କା ଥାଏ ସେହି ସ୍ଥାନର ମାଟି ତଳେ ସୁନା ମିଳିବାର ବହୁତ ସମ୍ଭାବନା ଥାଏ। ଏଣୁ ବବୁଲ ଗଛ ଓ ଉଈ ହୁଙ୍କାକୁ ଅଣଦେଖା କରନ୍ତୁନି। କିଏ ଜାଣେ ହୁଏତ ସେହି ସ୍ଥାନ ଆପଣଙ୍କ ଭାଗ୍ୟ ଚମକାଇପାରେ। ତେବେ ସାବଧାନ ଉଈ ହୁଙ୍କାରେ ବେଳେବେଳେ ବିଷଧର ସାପ ବାସ କରିଥାନ୍ତି।

   Related Posts