Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ୟାଙ୍କରେ ଜମା କରିପାରିବେ ଫଟା, ପୁରୁଣା ନୋଟ, ଜାଣନ୍ତୁ କ’ଣ ରହିଛି ଆରବିଆଇଙ୍କ ନିର୍ଦ୍ଦେଶନାମା

30/05/2019 at 4:07 PM

ଆପଣଙ୍କ ପାଖରେ ଚିରା,ଫଟା ଅଥବା ପୁରୁଣା ନୋଟ୍ ଥିଲେ ଆପଣ ଆପଣ ନିକଟସ୍ଥ ବ୍ୟାଙ୍କରେ ଜମା କରିପାରିବେ। ତେବେ ବ୍ୟାଙ୍କର ସେହି ବ୍ରାଞ୍ଚରେ ଆପଣଙ୍କ ଆକାଉଣ୍ଟ ଥିବା ଦରକାର। ଚିରା ଫଟା ନୋଟ୍ ଜମା କରିବାକୁ କୌଣସି ବ୍ୟାଙ୍କ ଆପଣଙ୍କୁ ମନା କରିପାରିବେ ନାହିଁ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ କେହି ଫଟା ପୁରୁଣା ନୋଟ ବଦଳାଇବାକୁ ଚାହୁଁଥିଲେ ଆରବିଆଇ ଶାଖା କାର୍ଯ୍ୟାଳୟ ଅଥବା ନିକଟସ୍ଥ ବ୍ୟାଙ୍କମାନଙ୍କରେ ଜମା କରାଇପାରିବେ। ତେବେ ନୋଟର ସମସ୍ତ ବିବରଣୀ ସ୍ପଷ୍ଟ ଦେଖାଯାଉଥିବା ଆବଶ୍ୟକ।

ଆରବିଆଇଙ୍କ ନିୟମାନୁସାରେ ବ୍ୟାଙ୍କମାନେ ଏଭଳିନୋଟ ବଦଳାଇବାକୁ ମନା କରିପାରିବେନି ଯେଉଁ ଗୁଡିକ ମଇଳା, ଫଟା ଅଥବା ପରସ୍ପର ସହ ଲାଗିଯାଇଥିବେ। ଏପରିକି ରଙ୍ଗଛାଡିଯାଇଥିବା ଓ ରଙ୍ଗୀନ ନୋଟକୁ ମଧ୍ୟ ବ୍ଯାଙ୍କ ଶାଖାମାନଙ୍କରେ ବଦଳା ଯାଇପାରିବ। ଏହି ନୋଟ ବ୍ୟାଙ୍କରେ ବଦଳା ଗଲେ ସେଗୁଡିକ ପୁଣି ବଜାରକୁ ଯାଇପାରିବେ ନାହିଁ। ତେବେ କୌଣସି ବ୍ୟକ୍ତି ଦିନକୁ ଏଇଭଳି ୨୦ଟି ଅଥବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ପାରିବେ। ଯଦି ଏହା ଠାରୁ କେହି ଅଧିକ ନୋଟ ବଦଳାଇବାକୁ ଚାହିଁବେ ତେବେ ବ୍ଯାଙ୍କ ସର୍ଭିସଚାର୍ଜ ଦାବି କରିପାରିବେ।   

ଯଦି କୌଣସି ନୋଟ ୫ ଟୁକୁରା ହୋଇଯାଇଥାଏ ତେବେ ଏହା କେବଳ ନନ୍-ଚେଷ୍ଟ-ବ୍ରାଞ୍ଚରେ ବଦଳାଯାଇପାରିବ। ବ୍ଯାଙ୍କରେ ଥିବା ସମ୍ବଦ୍ଧିତ ଅଧିକାରୀ ନୋଟର ଟୁକୁରାଗୁଡିକୁ ଯୋଡିବାକୁ ଚେଷ୍ଟା କରିବେ। ଯଦିନୋଟ ଯୋଡି ନ ହୋଇପାରିଲା ତେବେ ତାକୁ କରେନ୍ସି ଚେଷ୍ଟକୁ ପଠାଯିବ। ଏଭଳିକ୍ଷେତ୍ରରେ ଗ୍ରାହକଙ୍କୁ ଚିରା ନୋଟ ଜମା କରିବାର ୩୦ ଦିନ ମଧ୍ୟରେନୂଆ ନୋଟ୍ ମିଳିଯିବ। ତେବେ ଯଦି କୌଣସି ବ୍ୟାଙ୍କ ଗ୍ରାହକଙ୍କ ଚିରା,ଫଟା ଓ ମଇଳା ନୋଟ ଗ୍ରହଣ କରିବାକୁ ରାଜି ନ ହୁଅନ୍ତି ତେବେ ଆବଶ୍ୟକସ୍ଥଳେ ବ୍ଯାଙ୍କର ସମ୍ପୃକ୍ତ ବ୍ରାଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଯିବ ବୋଲି ଆରବିଆଇ ସ୍ପଷ୍ଟ କରିଦେଇଛନ୍ତି । ଏପରିକି  ଜରିମାନା ମଧ୍ୟ ହୋଇପାରେ।

   Related Posts